ହିନ୍ଦୋଳ ଓକିଲ ସଂଘ ସଭାପତିଙ୍କୁ ଛୁରାମାଡ ଘଟଣା=(ପ୍ରତିବାଦ କରି ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ରାସୋଳ ଥାନାରେ ଘେରାଉ)୭ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଲେ ଥାନା ଅଧିକାରୀ

Spread the love

ହିନ୍ଦୋଳ ଓକିଲ ସଂଘ ସଭାପତିଙ୍କୁ ଛୁରାମାଡ ଘଟଣା
=(ପ୍ରତିବାଦ କରି ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ରାସୋଳ ଥାନାରେ ଘେରାଉ)=


ହିନ୍ଦୋଳ -(ଦର୍ଶନ ସମୀକ୍ଷା)-ଗତ ୪ ତାରିଖ ଦିନ ଢ଼େଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡ଼ାପଡ଼ା ଗାଁରେ ହିନ୍ଦୋଳ ଓକିଲ ସଙ୍ଘ ସଭାପତି ସୁଶୀଲ କୁମାର ଗଡ଼ନାୟକଙ୍କୁ ଛୁରା ମାଡ ହୋଇଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢ଼େଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।ତେବେ ଘଟଣା ଘଟିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ରାସୋଳ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିଲା।ଏହି ଘଟଣାକୁ ନେଇ ଗତ ୧୨ ତାରିଖରେ ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ହିନ୍ଦୋଳ ଏସଡିପିଓ, ଢ଼େଙ୍କାନାଳ ଏପି, ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଯୁକ୍ତକୁ ଗିରଫ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ୩ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।ତେବେ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିର ୩ ଦିନରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ରସୋଳ ପୋଲିସ୍ ଅଭିଯୁକ୍ତକୁ ଗିରଫ ନକରିବା ପରେ ଆଜି ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ରାସୋଳ ଥାନା ଘେରାଉ କରାଯାଇଥିଲା।ପରେ ରାସୋଳ ଥାନା ଅଧିକାରୀ ଓକିଲ ସଂଘର ସଦସ୍ୟ ମାନଙ୍କ ସହିତ ଅଭ୍ୟର୍ଥନା ଗୃହରେ ଆଲୋଚନା କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଓକିଲ ସଂଘ ଆନ୍ଦୋଳନରୁ ଓହରି ଯାଇଥିଲେ।ତେବେ ରାସୋଳ ଅଞ୍ଚଳରେ ଦିନକୁ ଦିନ ବିଭିନ୍ନ ଭୟଙ୍କର ଅପରାଧ ବୃଦ୍ଧିସହ ଦୁର୍ଦ୍ଧାନ୍ତ ଆନ୍ତଃରାଜ୍ୟ ଅପରାଧୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କାହିଁକି ଅପରାଧୀ ମାନଙ୍କୁ ଧରିବାରେ ରାସୋଳ ପୋଲିସ୍ ବିଫଳ ହେଉଛି ତାହା ବଡ ପ୍ରଶ୍ନବାଚୀ ହେବା ସହ ରସୋଳ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।ତେବେ କେଉଁଦିନ ରାସୋଳ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବ ନା କରିପାରିବନି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *