କନ୍ଧମାଳ : ଫୁଲବାଣୀ ପଞ୍ଚାୟତ ସମିତିର ଦଶମ ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ,ବୈଠକ ରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ଯୋଗଦେଇଥିଲେ l ସେଇ ପରି ସମ୍ନାନିତ ଅତିଥିଭାବେ ଏମ୍ପି ପ୍ରତିନିଧି ରାଜେନ୍ଦ୍ର କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ମହନ ଦିଗାଲ ଉପସ୍ଥିତ ଥିଲେ- କନ୍ଧମାଳ ରୁ କୁନା ଦିଗଲ ଦର୍ଶନ ସମୀକ୍ଷା

Spread the love

କନ୍ଧମାଳ : ଫୁଲବାଣୀ ପଞ୍ଚାୟତ ସମିତିର ଦଶମ ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ

କନ୍ଧମାଳ=( ଦର୍ଶନ ସମୀକ୍ଷା )ଜିଲ୍ଲା ସଦର ମହୋକୁମା ଫୁଲବାଣୀ ପଞ୍ଚାୟତ ସମିତି ସଭାଗୃହ ଠାରେ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକ ରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ଯୋଗଦେଇଥିଲେ l ସେଇ ପରି ସମ୍ନାନିତ ଅତିଥିଭାବେ ଏମ୍ପି ପ୍ରତିନିଧି ରାଜେନ୍ଦ୍ର କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ମହନ ଦିଗାଲ, ଜିଲ୍ଲା ପରିଷଦ ଚନ୍ଦ୍ରମା ମଲିକ, ଉପ ଗୋଷ୍ଠୀ ଉନୟନ ଅଧିକାରୀଣୀ ସୁନିତା ବେହେରା, ଭାଇସ୍ ଚ୍ୟାର୍ମେନ୍ ସିର୍ନିବାସ ମଲିକ, କନିଷ୍ଟ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖଡ଼ଙ୍ଗୀ ଯୋଗ ଦେଇଥିଲେ l ସେହିପରି ଫୁଲବାଣୀ ବ୍ଲକ୍ ସମସ୍ତ ପଞ୍ଚାୟତ ର ସମସ୍ତ ସମିତି ସଭ୍ୟ ସଭ୍ୟା ଏବଂ ସରପଞ୍ଚ, ପ୍ରତେକ ବିଭାଗୀୟ ର ମୁଖ୍ୟ ଅଧିକାରୀ ମାନେ ଯୋଗ ଦେଇ ପୁଙ୍ଖାନୁପୁଙ୍ଖା ପ୍ରତେକ ପଞ୍ଚାୟତ ମାନଙ୍କରେ ରହିଥିବା ସମସ୍ୟା କିପରି ସରଳ ଉପାୟରେ ସମସ୍ତ ପଞ୍ଚାୟତ ମାନଙ୍କରେ ରହିଥିବା ସମସ୍ୟା ଉପରେ ସମାଧାନ କରିବା ନିମନ୍ତେ ଆଲୋଚନା କରିଥିଲେ l କେନ୍ଦ୍ର ଓ ରାଜ୍ୟ ସରକାର ଙ୍କର ଅନେକ ଯୋଜନା ଉପରେ ଗୋଷ୍ଠୀ ଉନୟନ ଅଧିକାରୀ ସ୍ୱମୀରଞ୍ଜନ ପାତ୍ର ମହୋଦୟ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ସମିତି ମେମ୍ବର ଏବଂ ସରପଞ୍ଚ ମାନଙ୍କୁ ଅବଗତ କରିଥିଲେ l ଫୁଲବାଣୀ ବ୍ଲକ୍ ରେ ଥିବା ସମସ୍ତ ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟା ମାନଙ୍କୁ ସରକାର ଅଣଦେଖା କରୁଥିବା ନେଇଁ ଖୋବ ପ୍ରକାଶ କରି ଏହି ପଞ୍ଚାୟତ ସମିତି ସାଧାରଣ ବୈଠକ ରେ ଅନୁପସ୍ଥିତ ରହିବା ପାଇଁ ସମସ୍ତ ସମିତି ମେମ୍ବର ଆଲୋଚନା କରିଥିବା l ଏହି ଖବର ପାଇ ଗୋଷ୍ଠୀ ଉନୟ ଅଧିକାରୀ ନିଜେ ଅଧ୍ୟକ୍ଷା ଙ୍କ ନିକଟ କୁ ଯାଇ ସମସ୍ତ ସମିତି ସଭ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ l ପରେ ସମସ୍ତ ସଭ୍ୟ ସଭ୍ୟା ମାନେ ଯାଇ ବୈଠକ ରେ ଯୋଗଦେଇ ଶାନ୍ତି ଶୃଙ୍ଖଳା ର ସହିତ ସରକାର ଙ୍କ ଅନୁଦାନ ବିଷୟରେ ଆଲୋଚନା କରି ଦଶମ ସାଧାରଣ ଅଧିବେଶନ ଟି ଶେଷ କରିଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ ଅଧ୍ୟକ୍ଷା ସସ୍ମିତା କହଁର l

Leave a Reply

Your email address will not be published. Required fields are marked *