ମୁମ୍ବେଇ ରେ ଚମକେଇଲେ ଓଡ଼ିଆ ଝିଅ//ସୁନ୍ଦରଗଡ଼ ଜିଲାର ବରସୁଆଁ ରେ ରହୁଥିବା ଅନନ୍ୟା ଦାସ ନିକଟରେ ମୁମ୍ବେଇରେ ହୋଇଥିବା ୟୁଏଫଏଲ ମିସ ଟିନ ମହାରାଷ୍ଟ୍ର ସୁପର ମଡେଲ ୨୦୨୫ ଗୌରବ ହାସଲ କରିଛନ୍ତି। ନୃତ୍ୟ, ସଙ୍ଗୀତ ଓ ମଡେଲିଙ୍ଗ ରେ ରୁଚି ରଖିଥିବା ଅନନ୍ୟା ୨୦୨୫ ମସିହା ପାଇଁ ସୁପର ମଡେଲ ସାଜିଛନ୍ତି

Spread the love

ମୁମ୍ବେଇ ରେ ଚମକେଇଲେ ଓଡ଼ିଆ ଝିଅ
ମିସ ଟିନ ମହାରାଷ୍ଟ୍ର ହେଲେ ମଡେଲ ଅନନ୍ୟା ଦାସ
ରାଉରକେଲା,( ସସ୍ମିତା ପ୍ରଧାନ)ଦର୍ଶନ ସମୀକ୍ଷା
ସୁନ୍ଦରଗଡ଼ ଜିଲାର ବରସୁଆଁ ରେ ରହୁଥିବା ଅନନ୍ୟା ଦାସ ନିକଟରେ ମୁମ୍ବେଇରେ ହୋଇଥିବା ୟୁଏଫଏଲ ମିସ ଟିନ ମହାରାଷ୍ଟ୍ର ସୁପର ମଡେଲ ୨୦୨୫ ଗୌରବ ହାସଲ କରିଛନ୍ତି। ନୃତ୍ୟ, ସଙ୍ଗୀତ ଓ ମଡେଲିଙ୍ଗ ରେ ରୁଚି ରଖିଥିବା ଅନନ୍ୟା ୨୦୨୫ ମସିହା ପାଇଁ ସୁପର ମଡେଲ ସାଜିଛନ୍ତି।ଏଥିପାଇଁ ତାଙ୍କୁ ସୁପର ମଡେଲ ମୁକୁଟ ପ୍ରଦାନ କରାଯାଇଛି। ବିଭିନ୍ନ ବିଭାଗରେ ପ୍ରତିଯୋଗିତା ରେ କଡା ଟକ୍କର ଭିତରେ ଅନନ୍ୟା ସମସ୍ତଙ୍କୁ ହରାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ୧୭ ବର୍ଷୀୟ ଅନନ୍ୟା ଏବେ ନେରୂଲର ଏସଆଇଇଏସ କଲେଜରେ ବିଏଏମଏମସି ର ଦ୍ଵିତୀୟ ବର୍ଷର ଛାତ୍ରୀ ଥିବା ବେଳେ ସେ ମୁମ୍ବାଇର ଖାରଘର ଅଞ୍ଚଳରେ ରହୁଛନ୍ତି। ଅନନ୍ୟା ଏହି ମୁକୁଟ ଜିତିବା ପରେ ସେ ନିଜର କଠିନ ପରିଶ୍ରମ, ପରିବାରର ସପୋର୍ଟ ଓ ନିଜର ଆତ୍ମବିଶ୍ୱାସକୁ ଶ୍ରେୟ ଦେଇଛନ୍ତି। ଏହି ଉପଲବ୍ଧି ହାସଲ ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *