ଲୋକଙ୍କ କବଜାରେ ଡ୍ରେନ, ରାସ୍ତା
ବର୍ଷାହେଲେ ନିଷ୍କାସନ ହୋଇପାରୁନି
ଆବର୍ଜନା ପାଣି:ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲା ବାଲିମେଳା ସହର ତଥା ଏନଏସି ଅଧୀନରେ ଥିବା
୧୨ ଟି ୱାର୍ଡର ଅଧିକାଂଶ ଡ୍ରେନ ଓ ରାସ୍ତା ଲୋକଙ୍କ କବଜାରେ ରହିଛି।ଫଳରେ ଲୋକଙ୍କର ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି।ଏଥିଯୋଗୁ
ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଲୋକମାନେ ଗୃହ ନିର୍ମାଣ ଓ ମରାମତି ନିମନ୍ତେ ଆବଶ୍ୟକ ହେଉଥିବା ବାଲି, ଇଟା, ମେଟାଲ, ଚିଫ୍ସ ରାସ୍ତା ଉପରେ ଦୀର୍ଘମାସ ଧରି ଅବରୋଧ କରି ରଖୁଛନ୍ତି।ଏଥିଯୋଗୁ ରାସ୍ତା ଅବରୋଧ ହେଉଛି।ଫଳରେ ଡ୍ରେନ ଗୁଡିକ ଠିକ ଭାବରେ ସଫା ହୋଇ ପାରୁନାହିଁ।ଏଥିସହ ବର୍ଷା ହେଲେ ଡ୍ରେନ ଜଳ ଠିକ ଭାବେ ନିଷ୍କାସନ ହୋଇପାରୁନାହିଁ
ସହରର ବିଭିନ୍ନ ସ୍ଥାନରେ ଏବଂ କଲୋନୀ ଗୁଡିକରେ ଥିବା ରାସ୍ତା ଉପରେ ବାଲି, ମେଟାଲ ଓ ଚିଫ୍ସ
ଦୀର୍ଘାମାସ ଧରି ଜମା କରି ରଖୁଥିବା ଯୋଗୁ ଯାତାୟତ ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଖାଲି ଏତିକି ନୁହେଁ, ସହରର କେତେଜଣ ବ୍ୟକ୍ତି ଡ୍ରେନକୁ ବେଆଇନ ଭାବେ ଜବର ଦଖଲ କରି
ଘର ବଢ଼ାଇଥିବା ଦେଖିବାକୁ ମିଳିଛି।ବର୍ତ୍ତମାନ ଜିଲ୍ଲାରେ ଲଗାଣ ବର୍ଷା ଜାରୀ ରହିଛି। ଏଭଳି ସ୍ଥିତିରେ ଜବରଦଖଲରେ ଥିବା ଡ୍ରେନ ଗୁଡିକୁ ସଫା କରିବା ପାଇଁ ସଫେଇ କର୍ମଚାରୀମାନେ ସେଠାକୁ ଯାଉଛନ୍ତି ହେଲେ ଉକ୍ତ ଡ୍ରେନ ଗୁଡ଼ିକରୁ ଜବରଦଖଲ ନ ହଟିବାରୁ ଉକ୍ତ
ଅଞ୍ଚଳର ଡ୍ରେନ ଗୁଡିକୁ ସଫା କରିବା
ଆଦୌ ସମ୍ଭବ ହେଉନାହିଁ।ଫଳରେ ବର୍ଷା ହେଲେ ଉକ୍ତ ଡ୍ରେନ ଗୁଡିକରେ
ପ୍ରବାହିତ ହେଉଥିବା ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବା ଯୋଗୁ
ନର୍ଦ୍ଦମାଜଳ ମୁଖ୍ୟ ରାସ୍ତାରେ ଭାସୁଥିବା
ଦେଖିବାକୁ ମିଳିଛି।ଏ ସମ୍ପର୍କରେ ତୁରନ୍ତ ଆଇନଗତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବରୁ ଅଞ୍ଚଳବାସୀ ବହୁବାର ଏନଏସି କତୃପକ୍ଷଙ୍କୁ ଅବଗତ କରାଇଥିଲେ।ଏ ସମ୍ପର୍କରେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା ଓ ଡ୍ରେନ ଅବରୋଧ କରିଥିବା ଲୋକଙ୍କୁ ବିଭାଗ ପକ୍ଷରୁ ଚି଼ହ୍ନଟ କରାଯାଇଛି। ସେଗୁଡିକୁ ହଟାଇବା ପାଇଁ ବିଭାଗ ପକ୍ଷରୁ ମାଇକ ସାହାର୍ଯ୍ୟରେ ସେମାନଙ୍କୁ ଅବଗତ କରାଯିବ।ଯଦି ସେମାନେ ନିଜେ ନିଜେ ଜବରଦଖଲ କରିଥିବା ସ୍ଥାନକୁ ନ ଛାଡ଼ନ୍ତି କିମ୍ବା ରାସ୍ତାରେ ଗୃହ ନିର୍ମାଣ ନିମନ୍ତେ ରଖିଥିବା ବାଲି, ଇଟା, ପଠର,ମେଟାଲ, ଚିଫ୍ସ ନ ଉଠାନ୍ତି ତେବେ ବିଭାଗ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା କହିଛନ୍ତି।
Leave a Reply