ରାଉରକେଲା କଲେଜ ରାଉରକେଲା ର ଯୁବ ରେଡକ୍ରସ ତରଫରୁ ରକ୍ତ ଦାନ ମହତ ଦାନ କୁ ନେଇ ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଅପରେସନ ସିନ୍ଦୂର ପାଇଁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଯୁବ ରେଡକ୍ରସ୍ ର ସ୍ବେଛାସେବୀ ମାନେ ସହଯୋଗ କରିଥିବା ବେଳେ ପ୍ରାୟ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା

Spread the love

ରକ୍ତଦାନ ଶିବିର ଅନୁଷ୍ଠିତ। ୫୦ ୟୁନିଟ୍ ରକ୍ତ ସଂଗ୍ରହ ….
ରାଉରକେଲା: ଦର୍ଶନ ସମୀକ୍ଷା

ରାଉରକେଲା କଲେଜ ରାଉରକେଲା ର ଯୁବ ରେଡକ୍ରସ ତରଫରୁ ରକ୍ତ ଦାନ ମହତ ଦାନ କୁ ନେଇ ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ ରବିନ୍ଦ୍ର କୁମାର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ରକ୍ତଦାନ କରୁଥିବା ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଉତ୍ସାହିତ କରିଥିଲେ।

ଅପରେସନ ସିନ୍ଦୂର ପାଇଁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଯୁବ ରେଡକ୍ରସ୍ ର ସ୍ବେଛାସେବୀ ମାନେ ସହଯୋଗ କରିଥିବା ବେଳେ ପ୍ରାୟ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏନଏସଏସ ର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ରଶ୍ମିପ୍ରଭା ମଥାନ,ଯୁବ ରେଡକ୍ରସ୍ ର ସଂଯୋଜକ ମନୋଜ କୁମାର ଦଳେଇ, ରଞ୍ଜିତ ପ୍ରଧାନ, ପ୍ରଶାସନିକ ଅଧିକାରୀ ରଶ୍ମୀରଂଜନ ରାଉତ, ବନ୍ଦନା ସୋରେନ, ଭାରତୀ ବରୁଆ,ତରଣୀ ନାୟକ,ଅନୁପ ଏକ୍କା,ଦୀପାଳି ପ୍ରଧାନ,ସୈ।ମ୍ୟରଞ୍ଜନ ପ୍ରଧାନ, ପ୍ରିୟଙ୍କା ପଲେଇ, ଦିଲିପ ମୁଦୁଲି, ସିଦ୍ଧାର୍ଥ ସାହୁ, ସୁଶାନ୍ତ ପଟେଲ, ଅଜିତ୍ ବେକ୍,ମୈ।ସୁମୀ ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ ସ୍ବେଚ୍ଛାସେବୀ ଆରୁଷି ସେନାପତି, ଅନ୍ବେଷା ନାୟକ,ଗୈ।ରବ ସାହୁ,ଜଗନ ମହାନ୍ତି, ଦେବସ୍ମିତା ପଟ୍ଟନାୟକ,ଚନ୍ଦନ ଦାସ, ଲକ୍ଷ୍ମୀ ସାହୁ, ସନ୍ଧ୍ୟାରାଣୀ ସାହୁ, ରୋହିତ ବେବର୍ତ୍ତା, ପ୍ରିୟଙ୍କା ମାହାତୋ,ମାହି କୁମାରୀ, ସ୍ବପ୍ନାରାଣୀ ସାହୁ, ସୁପ୍ରିୟା ସାବତ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ସରକାରୀ ଡାକ୍ତରଖାନାର ଡା ଏମ୍ ସୋରେନ, ପବିତ୍ର ପଲେଇ, ତୃପ୍ତିମୟୀ ବେହେରା, ଶୁଭେନ୍ଦୁ ନାୟକ, ଦିଲ୍ଲିପ ପୋଥାଳ, ଚୈତନ୍ୟ ମହନ୍ତ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *