ନିମାପଡ଼ା ପ୍ରେସକ୍ଲବ ଓ ନିମାପଡ଼ାର ସର୍ବ ପୁରାତନ ଆଇଟି ସଂସ୍ଥା ଏନଆଇସି କମ୍ପ୍ୟୁଟର ମିଳିତ ସହଯୋଗରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ନିମାପଡା:(ଦର୍ଶନ ସମୀକ୍ଷା) ରକ୍ତଦାନ ମହାପୂଣ୍ଣ୍ୟ ମନ୍ତ୍ରରେ ବ୍ରତୀ ଏନଆଇସି କେବଳ ଏକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ନୁହେଁ ଅଞ୍ଚଳରେ ରକ୍ତଦାତା ଭାବେ ବେଶ୍ ସୁନାମ ଅର୍ଜନ କରିପାରିଛି। ଦୀର୍ଘ ୨୯ବର୍ଷ ଧରି ପ୍ରତିଷ୍ଠା ଦିବସକୁ ରକ୍ତଦାନ ଦିବସ ଭାବେ ପାଳନ କରିଆସୁଛି ଏହି ସଂସ୍ଥା। ଆଜି ସ୍ଥାନୀୟ କେନାଲ ରୋଡ଼ ନିକଟସ୍ଥ ଏନଆଇସି କମ୍ପ୍ୟୁଟର ଏଜୁକେସନର ୨୯ତମ ପ୍ରତିଷ୍ଠା ଦିବସ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ନିମାପଡ଼ା ତହସିଲଦାର ମନୋଜ ପ୍ରଧାନ ଏବଂ ନିମାପଡ଼ା ପ୍ରେସକ୍ଲବ ସଭାପତି ଅକ୍ଷୟ କୁମାର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଏନଆଇସି ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଏମସି ରକ୍ତ ଭଣ୍ଡାର ପକ୍ଷରୁ ଡ଼ଃ କଲ୍ୟାଣ କୁମାର ସରକାର ଶିବିର ପରିଚାଳନା କରିଥିଲେ। ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ୨୯ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅମୁଲ୍ୟ ସାହୁ, ପ୍ରିତିଶ କୁମାର ସାହୁ, ତ୍ରିଲୋଚନ ଭୋଇ ପ୍ରମୁଖ ରକ୍ତଦାତାମାନେ ରକ୍ତଦାନ କରି ବ୍ଲଡ଼ବ୍ୟାଙ୍କ ତରଫରୁ ଟି ସାର୍ଟ, ସାର୍ଟିଫିକେଟ ଗ୍ରହଣ କରିଥିଲେ। ଅଞ୍ଚଳର ବିଭିନ୍ନ ବର୍ଗର ଯୁବଗୋଷ୍ଠୀ ସ୍ୱଇଚ୍ଛାରେ ରକ୍ତଦାନ କରିଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ। ନିମାପଡ଼ା ପ୍ରେସକ୍ଲବର ସମସ୍ତ ସଦସ୍ୟ ଏବଂ ଏନଆଇସି ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଶିବିରରେ ସହଯୋଗ କରିଥିଲେ।
Leave a Reply