ମାଲକାନଗିରି //ହାଇଦ୍ରାବାଦରୁ କୋରାପୁଟ ଜିଲ୍ଲା ଅଧିନସ୍ତ ଜୟପୁର ସହରକୁ ଆସୁଥିବା ଏକ ସିମେଣ୍ଟ ବୋଝଇ ଟ୍ରକ-ଗାଡି ନମ୍ବର-ସିଜି- -୦୪-ଏମହେଚ-୦୮୨୫ଟି ଏହି ଗୋମ୍ପାକୋଣ୍ଡା ମୁଖ୍ୟ କେନାଲ ରାସ୍ତା ସିନ୍ଧିବାଟା ଗ୍ରାମ ନିକଟରେ ନିମ୍ନ ମାନର ରାସ୍ତା ଯୋଗୁଁ ଲଗାଣ ବର୍ଷାରେ ରାସ୍ତା କଡ଼ରୁ ପିଚୁ ଓ ମାଟି ଧସିବାରୁପ୍ରାୟ ୧୫ ଫୁଟ ତଳକୁ ଓଲଟି ପଡିଲା ସିମେଣ୍ଟ ବୋଝଇ ଟ୍ରକ-ମନୋଜ ଦେବ ପାଙ୍ଗି

Spread the love

ନିମ୍ନ ମାନର ରାସ୍ତା ଯୋଗୁଁ ଲଗାଣ ବର୍ଷାରେ ରାସ୍ତା କଡ଼ରୁ ପିଚୁ ଓ ମାଟି ଧସିବାରୁପ୍ରାୟ ୧୫ ଫୁଟ ତଳକୁ ଓଲଟି ପଡିଲା ସିମେଣ୍ଟ ବୋଝଇ ଟ୍ରକ

ମାଲକାନଗିରି:ଦର୍ଶନସମୀକ୍ଷା
ମାଲକାନଗିରି ଜିଲ୍ଲା କାଲିମେଳାରୁ ବାଲିମେଳା ସହରକୁ ସଂଯୋଗ କରୁଥିବା ଗୋମ୍ଫାକୋଣ୍ଡା କେନାଲର ମୁଖ୍ୟ ରାସ୍ତା ସିନ୍ଧିବାଟା ଗ୍ରାମ ଠାରୁ ପ୍ରାୟ ୨୦୦ ମିଟର ଦୂରରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ତେବେ ଏହି ରାସ୍ତା ଦେଇ ହାଇଦ୍ରାବାଦରୁ କୋରାପୁଟ ଜିଲ୍ଲା ଅଧିନସ୍ତ ଜୟପୁର ସହରକୁ ଆସୁଥିବା ଏକ ସିମେଣ୍ଟ ବୋଝଇ ଟ୍ରକ-ଗାଡି ନମ୍ବର-ସିଜି- -୦୪-ଏମହେଚ-୦୮୨୫ଟି ଏହି ଗୋମ୍ପାକୋଣ୍ଡା ମୁଖ୍ୟ କେନାଲ ରାସ୍ତା ସିନ୍ଧିବାଟା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ପିଚୁ ସହ ମାଟି ଧସି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ପ୍ରାୟ ୧୫ ଫୁଟ ଖାଲକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଗାଡି ଚାଳକ ଭଗ୍ନ ଆବସ୍ଥାରେ ପଡି ରହିଥିବା ଟ୍ରକ ଭିତରେ ଗୁରୁତର ଆହତ ହୋଇ ଫସି ରହିଥିଲେ। ଉକ୍ତ ରାସ୍ତାରେ ଯାଉଥିବା କିଛି ଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଚାଳକଙ୍କୁ ଟ୍ରକ ଭିତରୁ ବାହାର କରି ଉଚ୍ଚ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଜାରୀ ରହିଛି। ଏ ସମ୍ପୂର୍ଣରେ ସ୍ଥାନୀୟ ଲୋକେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ଜଣାଇଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମନୋହର ସାହୁ ଏବଂ ଏଏସଆଇ ସତଦଳ ମଣ୍ଡଳଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର
ଟିମ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରକ ଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରୀ ରଖିଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରକଟି ଛତିଶଗଡ଼ ରାଜ୍ୟ
ରାୟପୁର ଶିବ ନଗର ଅଞ୍ଚଳରେ ରହୁଥିବା ଲକ୍ଷ୍ମଣ ୟାଦବଙ୍କର ବୋଲି ଜଣା ପଡିଛି। ତେବେ ଏହି ଟ୍ରକରେ ଥିବା ୩୧ ମେଟ୍ରିକ ଟନ ତଥା ୬୨୦ ବସ୍ତା ସିମେଣ୍ଟ ବର୍ଷାରେ ଭିଜି ଆଉ କିଛି ବସ୍ତା ପାଣିରେ ପଡି ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି। ଗାଡିର ସମ୍ମୁଖ ପଟ ଏବଂ ଗାଡିର ବହୁ ଅଂଶ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାର ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ ହାଇଦ୍ରାବାଦରୁ ୩ ଟା ଟ୍ରକ ସିମେଣ୍ଟ ନେଇ ଜୟପୁର ଅଭିମୁଖେ ବାହାରି ଥିଲେ। ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ପଡିଆ,ମୋଟୁ, କାଲିମେଳା -ମାଲକାନଗିରିକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଥିବା ବିଭିନ୍ନ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁ ଏହି ଟ୍ରକ କାଲିମେଳାରୁ ଗୋମ୍ପାକୋଣ୍ଡା କେନାଲ ରାସ୍ତା ଦେଇ ଯାଉଥିବା ଵେଳେ ରାସ୍ତାରେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *