ମାଲକାନଗିରି ବିଧାୟକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି
ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିଭିନ୍ନ ସ୍ଥାନରେ ଜଳମଗ୍ନ ଅବସ୍ଥା ଦେଖାଦେଇଛି। ଏହି ପରିସ୍ଥିତିରେ ବିଧାୟକ ଶ୍ରୀ ନରସିଂହ ମାଡ଼କାମି ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ମୂଲ୍ୟାୟନ କରିଛନ୍ତି। ଲଗାଣ ବର୍ଷା ଫଳରେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି, ଯାହା ଫଳରେ ଅନେକ ପୁଲ ଉପରେ ଜଳ ପ୍ରବାହିତ ହେଉଛି। ବିଧାୟକ ଶ୍ରୀ ନରସିଂହ ମାଡ଼କାମି ଏକ ପ୍ରତିନିଧି ଦଳ ସହିତ ପୋଟେରୁ ପୁଲ, କନ୍ୟାଶ୍ରମ ପୋଲ ଏବଂ କାଙ୍ଗୁରୁକୋଣ୍ଡା ପୋଲ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନରେ କଳିମେଳା ବ୍ଲକ ଡେଭଲପମେଣ୍ଟ ଅଫିସର (ବିଡିଓ) ଶ୍ରୀ ପ୍ରଦୀପ କୁମାର କର ସମେତ,
ସଞ୍ଜୟ ସରକାର , ନିହାର ରାୟ , ମାଣିକ ଲାଲ ଚକ୍ରବର୍ତି,ରତନ ବଣିକ , ନବଘନ ଲୋକେଇ, ପରିମଲ ବିଶ୍ୱାସ,ଦୀପକ ସାହା, ପ୍ରମିଳା ଦାସ,ରାକେଶ ରାୟ ଓ ଅନ୍ୟାନ୍ୟ ପ୍ରତିନିଧି ଥିଲେ ।ଉପସ୍ଥିତ ଥିଲେ। ବର୍ତ୍ତମାନ କେବଳ କନ୍ୟାଶ୍ରମ ପୋଲ ଉପରେ ଜଳ ପ୍ରବାହିତ ହେଉଛି, ଅନ୍ୟ ପୋଲ ଗୁଡ଼ିକରେ ସ୍ଥିତି ସୁଧୁରିଛି ଏବଂ ଯାତାୟାତ ହୋଇ ପାରିଛି।ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ଅଛନ୍ତି ।ବ୍ଲକ କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି। ରିଲିଫ କାର୍ଯ୍ୟ ଜାରି ରହିଛି, ଏବଂ ୪୦୦ରୁ ଅଧିକ ବନ୍ୟା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି।ବିଧାୟକ ଶ୍ରୀ ମାଡ଼କାମି କହିଛନ୍ତି ଯେ ବନ୍ୟା ପ୍ରଭାବିତ ନିମ୍ନ ପୋଲ ଗୁଡ଼ିକୁ ଉଚ୍ଚସ୍ତରୀୟ ପୋଲ ସହିତ ବଦଳାଯିବ। ଏହାର ସମୀକ୍ଷା କରି, ଶୀଘ୍ର କିପରି ନୂଆ ଉଚ୍ଚସ୍ତରୀୟ ପୋଲ ହେବ ସେହି ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।
Leave a Reply