ରାଉରକେଲା //ଧାମରା ସଂଘ ଦ୍ବାରା ଆୟୋଜିତ ବର୍ଷା କବିତା ଆସରରେ ,ବର୍ଷା ! ନିଜେ ଏକ କବିତା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ଯବକ୍ତା ପବିତ୍ର ପାଣିଗ୍ରାହୀ କହିଥିଲେ ଯେ ବର୍ଷା ! ନିଜେ ଏକ କବିତା । ବର୍ଷା କବି ଙ୍କ ମନରେ ଆଶା ଓ ଆକାଂକ୍ଷା ଜଗାଏ ଓ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଏ

Spread the love

ଧାମରା ସଂଘରେ ବର୍ଷା କବିତା ଆସର …….
ରାଉରକେଲା : ( ସସ୍ମିତା ପ୍ରଧାନ )ଦର୍ଶନ ସମୀକ୍ଷା

ଧାମରା ସଂଘ ଦ୍ବାରା ଆୟୋଜିତ ବର୍ଷା କବିତା ଆସରରେ ,ବର୍ଷା ! ନିଜେ ଏକ କବିତା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ଯବକ୍ତା ପବିତ୍ର ପାଣିଗ୍ରାହୀ କହିଥିଲେ ଯେ ବର୍ଷା ! ନିଜେ ଏକ କବିତା । ବର୍ଷା କବି ଙ୍କ ମନରେ ଆଶା ଓ ଆକାଂକ୍ଷା ଜଗାଏ ଓ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଏ। ଏହା ସହ ସେ ବିଭିନ୍ନ କବିଙ୍କର କବିତା ସମ୍ପର୍କରେ ଆଲୋଚନା କରିଥିଲେ।

ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ଓ ସାହିତ୍ୟ ସମ୍ପାଦିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ବର୍ଷା କବିତା ଆସରରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ସାହିତ୍ଯ ଏକାଡେମୀର ପୂର୍ବତନ ସଦସ୍ଯ ଇଂ ଅଭୟ ସୂତାର ବର୍ଷା ପ୍ରକୃତି ଓ ପ୍ରେମ ଚେତନାକୁ କେନ୍ଦ୍ର କରି ଉଭୟ ପ୍ରାଚ୍ଯ ଓ ପାଶ୍ଚାତ୍ଯ କବିତା ପ୍ରେମମୟ ଓ ଜୀବନ୍ତ ବୋଲି ମତ ରଖିଥିଲେ । ସଂଘର ସାଧାରଣ ସଂପାଦକ ଶ୍ରୀ ରାଉତ ସଂପାଦକୀୟ ବିବରଣୀ ପାଠ କରିବା ସହ ଆଗକୁ ଏହିଭଳି କବିତା ଆସର ଆହୁରି କିପରି ଆକର୍ଷଣୀୟ ହୋଇ ପାରିବ ତାହା ପ୍ରକାଶ କରିଥିଲେ। ସହ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଗୁରୁ ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥିମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲା । ଏହି ଅବସରରେ ପବିତ୍ର ପାଣିଗ୍ରାହୀଙ୍କୁ ଧାମରା ସାରସ୍ବତ ସମ୍ମାନ ଓ ଭଦ୍ରକର ସ୍ବନାମ ଧନ୍ଯ ଚିତ୍ରଶିଳ୍ପୀ ନିରଞ୍ଜନ ନାୟକଙ୍କୁ ଧାମରା ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଦ୍ବିତୀୟ ପର୍ଯ୍ଯାୟରେ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଜାନକୀ ପାଢୀଙ୍କ ସଭାପତିତ୍ବ, ବିଶିଷ୍ଟ ସଂଗଠିକା ସଂଯୁକ୍ତା ବଳନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲାବେଳେ କବୀ କନକଲତା ମିଶ୍ର, ହରପ୍ରିୟା ସାମଲ, ସବିତା ପରିଡାଙ୍କ ସଂଯୋଜନାରେ ସହରର ବହୁ କବି ବର୍ଷା ଶୀର୍ଷକ କବିତା ପାଠ କରିଥିଲେ। ଶେଷରେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *