ମାଲକାନଗିରି ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅପରାହ୍ନରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ପ୍ରଶାସନ ଏକାଦଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଙ୍କ ନେତୃତ୍ୱରେ ପୋଲିସ ଏକାଦଶ ଟିମ୍ ଏଥିରେ ଭାଗ ନେଇଥିଲେ-ମନୋଜ ଦେବ ପାଙ୍ଗି

Spread the love

ସ୍ବାଧିନତା ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

ମାଲକାନଗିରି:ଦର୍ଶନସମୀକ୍ଷା

ମାଲକାନଗିରି ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅପରାହ୍ନରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ପ୍ରଶାସନ ଏକାଦଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଙ୍କ ନେତୃତ୍ୱରେ ପୋଲିସ ଏକାଦଶ ଟିମ୍ ଏଥିରେ ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଏହି ମ୍ୟାଚ୍ କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ମାଣ୍ଡାଙ୍ଗୀ ଆୟୋଜନ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ର ସମ୍ପାଦକ ରାମ ହରି ପଣ୍ଡା ଓ ସହ ସମ୍ପାଦକ ଗୋପୀ କୃଷ୍ଣ ପଟ୍ଟନାୟକ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ। ପ୍ରଶାସନ ଏକାଦଶ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଖଣି ଅଧିକାରୀ ସତ୍ୟେନ୍ଦ୍ର ସରଦାର, ଭଗତ ନାୟକ, ସହାୟକ ଜିଲ୍ଲପାଳ ମୁନା ତୁରୁକ ଓ ଅନ୍ୟମାନେ ସାମିଲ୍ ଥିଲେ। ପୋଲିସ୍ ଏକାଦଶ ପକ୍ଷରୁ ପୋଲିସ୍ ଆର୍ ଆଇ ସତ୍ୟପ୍ରିୟ ବିଶ୍ଵାଳ, ଡିଏସପି ଓନାମ ଲାକ୍ରା, ଆଇଆଇସି ରିଗାନ୍ କିଣ୍ଡୋ, କୁମୁଦ ପ୍ରଧାନ, ଭିଭିଷଣ ଶବର ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଏଥିରେ ଭାଗ ନେଇଥିଲେ। ଏହି ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଆୟୋଜନ କରିବାରେ ସ୍ପୋର୍ଟସ କମ୍ପ୍ଲେକ୍ସର କର୍ମଚାରୀ ସହାୟତା କରିଥିଲେ। ସେକ୍ସନ ଅଧିକାରୀ ଶ୍ୟାମ ସୁନ୍ଦର ନାୟକ ମ୍ୟାଚ୍ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ହଳଧର ଶବର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ପିଏମ ଅର୍ଥ ମାନସ ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *