୭୯ ତମ ସ୍ବାଧିନତା ଦିବସ କୁ ପ୍ଲାଷ୍ଟିକ ମୁକ୍ତ କରାଯିବ:
ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ।
ନୟାଗଡ଼ :ଦର୍ଶନ ସମୀକ୍ଷା
ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏଥିରେ ଅଧ୍ୟକ୍ଷତା କରି ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଲଗ୍ନାଜିତ୍ ରାଉତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗତ ବର୍ଷର ଏଜେଣ୍ଡା ପାଠ କରିଥିଲେ।ଏଥି ସହିତ ଚଳିତ ବର୍ଷ କିଭଳି ଏହାକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ ପାଳନ କରାଯିବ ଏ ନେଇ ଜିଲ୍ଲାପାଳ ବିଭିନ୍ନ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇ ଥିଲେ। ବିଶେଷ କରି ଜଳ ଯୋଗାଣ, ଅଭ୍ୟାସ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଗୁରୁତ୍ୟୋ ଦିଆ ଯାଇଥିଲା। ଚଳିତ ବର୍ଷର ପରେଦକୁ ପ୍ଲାଷ୍ଟିକ ମୁକ୍ତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରି ଥିଲେ। ମୋଟ୪୯ ଗୋଟି ଦଳ ଚଳିତ ବର୍ଷ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି।
Leave a Reply