ଭୁବନେଶ୍ୱର //ଜ୍ୟୋତି କଳା ପରିଷଦ, ଭୁବନେଶ୍ଵର ତରଫରୁ ଜୟଦେବ ଭବନ ଠାରେ ଆୟୋଜିତ ଦ୍ବାଦଶ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି ।ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟର ବିଶିଷ୍ଟ ପ୍ରଦର୍ଶନ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନେକ କୁନି କୁନି କଳାକାରମାନେ ଅଂଶଗ୍ରହଣ କରିଥିଲେ

Spread the love

ଜ୍ୟୋତି କଳା ପରିଷଦ ପକ୍ଷରୁ ଦ୍ବାଦଶ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ଵର, ୨୨/୭ :ଦର୍ଶନ ସମୀକ୍ଷା

ଜ୍ୟୋତି କଳା ପରିଷଦ, ଭୁବନେଶ୍ଵର ତରଫରୁ ଜୟଦେବ ଭବନ ଠାରେ ଆୟୋଜିତ ଦ୍ବାଦଶ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି ।

ଏହି ଭବ୍ୟ ସମାରୋହରେ ଅତି ନିଖୁଣ ଭାବରେ ଜ୍ୟୋତି କଳା ପରିଷଦର କଳାକାର ମାନେ ନୃତ୍ୟ ପରିବେଷଣ କରିଛନ୍ତି। ଏଥିରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟର ବିଶିଷ୍ଟ ପ୍ରଦର୍ଶନ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନେକ କୁନି କୁନି କଳାକାରମାନେ ଅଂଶଗ୍ରହଣ କରିଥିଲେ । ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିବା ପ୍ରାୟ ୬୦ ରୁ ଉଦ୍ଧ କଳାକାରମାନଙ୍କୁ ମହୋତ୍ସବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେବ ପ୍ରସାଦ ଦାସ, ସ୍ଵତନ୍ତ୍ର ସଚିବ ସଂସ୍କୃତି ବିଭାଗ ସମ୍ବର୍ଦ୍ଧିତ କରିଥିଲେ । ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟରେ ଜୟଦେବ ଭବନର ମଞ୍ଚ ବେଶ ଆକର୍ଷଣୀୟ ଥିଲା ।

ବିଶିଷ୍ଟ ଅତିଥି ଓ ସାଂସ୍କୃତିକ ବ୍ୟକ୍ତିତ୍ୱମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ମହୋତ୍ସବର – ସମ୍ମାନୟ ଅତିଥି ଭାବେ ପ୍ରାକ୍ତନ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗଦେଇ କହିଲେ ଯେ ଅନୁଷ୍ଠାନର ତାତ୍ପର୍ଯ୍ୟ କେତେ ତାହା ନାମରୁ ହିଁ ଜଣାପଡେ । ସବୁ – ସଙ୍ଗୀତର ମୂଳ ଆଧାର ବେଦ। ଦୀର୍ଘ ୧୨ ବର୍ଷ ଧରି ଏହି ପ୍ରତିଭା ସୃଷ୍ଟି କରି ଚାଲିଛି ।

ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା । ମହୋତ୍ସବରେ ଓଡିଶାର କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ଦ୍ୱାରା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ଯିବାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ।

ଜ୍ୟୋତି କଳା ପରିଷଦର ସମ୍ପାଦିକା ଜ୍ୟୋତିରେଖା ମହାନ୍ତି, ସଭାପତି ସ୍ମୃତିରେଖା ସାମଲ, ଉପଦେଷ୍ଟା ଆନନ୍ଦ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ସାରା ଓଡିଶାକୁ ପ୍ରସାରିତ କରିବ ବୋଲି କର୍ମ କର୍ତ୍ତାମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *