ଚିତ୍ରକୋଣ୍ଡା ଜଳଭଣ୍ଡାର ରେ ମାଛ ଧରିବାକୁ ଯାଇ ପୁଣି ଡଙ୍ଗା ବୁଡ଼ି ଜଣେ ନିଖୋଜ
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ପୁଣି ବାଲିମେଳା ଜଳ ଭଣ୍ଡାରରେ ଭାସି ଜଣେ ନିଖୋଜ। ଗତ ଦୁଇଦିନ ପୂର୍ବେ ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ ହୋଇଥିବା ବେଳେ ଦମକଳ ବାହିନୀ, ଓଡ୍ରାଫ ଟିମ ଦ୍ୱାରା ତଲାସି କରି ଦୀର୍ଘ ୩ ଦିନ ପରେ ଆଜି ଡ୍ୟାମରୁ ନିଖୋଜ ରାମଚନ୍ଦ୍ରଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା। ତେବେ ଆଜି ପୁଣି ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇ ଏହି ଜଳ ଭଣ୍ଡାରରେ ନିଖୋଜ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ କିଛି ବ୍ୟକ୍ତି ବାଲିମେଳା ଜଳଭଣ୍ଡାର ରେ ମାଛ ଧରିବା ସମୟରେ ଏହି ଅଘଟଣ ଘଟିଛି। କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତ ନାରିଂଝୋଲା ଘାଟରେ ପ୍ରାୟ ୧୦ରୁ ୧୨ ଜଣ ବ୍ୟକ୍ତି ଜାଲ ଫିଙ୍ଗି ମାଛ ଧରୁଥିଲେ। ଏହି ସମୟରେ ଗଙ୍ଗାପଡା ଗାଁ ର ଲଖନ ମାଝୀ ଜଳ ଫିଙ୍ଗିବା ବେଳେ ଭିଡି ହୋଇ ଗଭୀର ଜଳ ମଧ୍ୟକୁ ଖସି ଯାଇଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିବା ବେଳେ ଦମକଳ ଏବଂ ଓଡ୍ରାଫ ବାହିନୀ ସେଠାରେ ପହଞ୍ଚି ତାଙ୍କର ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିବା ଜଣା ପଡିଛି।
ମାଲକାନଗିରି //ଗତ ଦୁଇଦିନ ପୂର୍ବେ ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ ହୋଇଥିବା ବେଳେ ଦମକଳ ବାହିନୀ, ଓଡ୍ରାଫ ଟିମ ଦ୍ୱାରା ତଲାସି କରି ଦୀର୍ଘ ୩ ଦିନ ପରେ ଆଜି ଡ୍ୟାମରୁ ନିଖୋଜ ରାମଚନ୍ଦ୍ରଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା। ତେବେ ଆଜି ପୁଣି ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇ ଏହି ଜଳ ଭଣ୍ଡାରରେ ନିଖୋଜ ହୋଇଥିବା ଜଣା ପଡିଛି-ମନୋଜ ଦେବ ପାଙ୍ଗି ମାଲକାନଗିରି

Leave a Reply