ମାଲକାନଗିରି //ଡାଇକ-୩ ନଦୀରେ ଡ଼ଙ୍ଗା ଓଲଟି ଯୁବକ ନିଖୋଜ ଘଟଣା,ଦୀର୍ଘ ୩ ଦିନ ପରେ ଓଡ୍ରାଫ ଟିମ ଦ୍ୱାରା ଡ୍ୟାମରୁ ଉଦ୍ଧାର ହେଲା ରାମଚନ୍ଦ୍ରଙ୍କ ମୃତ ଶରୀର-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ଡାଇକ-୩ ନଦୀରେ ଡ଼ଙ୍ଗା ଓଲଟି ଯୁବକ ନିଖୋଜ ଘଟଣା

ଦୀର୍ଘ ୩ ଦିନ ପରେ ଓଡ୍ରାଫ ଟିମ ଦ୍ୱାରା ଡ୍ୟାମରୁ ଉଦ୍ଧାର ହେଲା ରାମଚନ୍ଦ୍ରଙ୍କ ମୃତ ଶରୀର

ମାଲକାନଗିରି(ମନୋଜ ଦେବ ପାଙ୍ଗି)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଡାଇକ-୩ ନଦୀ ଘାଟରୁ ଡ୍ୟାମର ଆରପାରିରେ ଥିବା ତାଲାପଦର ଗ୍ରାମକୁ ଗତ ଶୁକ୍ରବାର ଅପରାହ୍ନ
ପ୍ରାୟ ୪ଟା ସମୟରେ ୪ ଜଣ ବ୍ୟକ୍ତି ଯାଉଥିବା ବେଳେ ହଠାତ ବର୍ଷା ପବନ ଆସିବା ଫଳରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ନଦୀ ମଝିରେ ଓଲଟି ପଡିଥିଲା। ଡଙ୍ଗାରେ ଥିବା ୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ସ୍ଥାନୀୟ ଲୋକଙ୍କ ସହାୟତାରେ କୂଳକୁ ଫେରିଥିବା ବେଳେ ରାମଚନ୍ଦ୍ର ପାଙ୍ଗି ନାମକ ବ୍ୟକ୍ତି ପାଣିରେ ନିଖୋଜ ହୋଇଯାଇଥଲେ। ସୂଚନା ପାଇବା ସଙ୍ଗେ ସଙ୍ଗେ କୋରୁକୋଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ଦୀର୍ଘ ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରି ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରିବା ପାଇଁ ପାଣିରେ ପଶି ଉଦ୍ଧାର କାର୍ଯ୍ୟ ଜାରୀ ରଖିବା ପରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କର କୌଣସି ସନ୍ଧାନ ମିଳିନଥିଲା। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେ ସୋମବାର ସକାଳେ କୋରାପୁଟରେ
ମୁତ୍ତୟନ ଥିବା ଓଡ୍ରାଫ ଟିମର ଏସ ଆଇ ଡାନିଆଲ ବିଡ଼ିକାଙ୍କ ନେତୃତ୍ୱରେ ଏକ ୮ ଜଣିଆ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ ଡ୍ୟାମରେ ଭାସୁଥିବା ରାମଚନ୍ଦ୍ରଙ୍କ ମୃତ ଶରୀରକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଏନେଇ ମୃତ ରାମଚନ୍ଦ୍ରଙ୍କ ମାଆ ଚିତ୍ରକୋଣ୍ଡା ଥାନାରେ ପହଁଞ୍ଚି ଏକ ଲିଖତ ଏତଲା ପ୍ରଦାନ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର ୧୩/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ଏଏସଆଇ କେଡ଼ି କଛିମଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଁଞ୍ଚି ରାମଚନ୍ଦ୍ରଙ୍କ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଛେଦ ସରିବା ପରେ ରାମଚନ୍ଦ୍ରଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ହସ୍ତାନ୍ତର କରାଯାଇଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *