ରାଜଗାଙ୍ଗପୁର // ସ୍ଥାନୀୟ ଡାକ ବଙ୍ଗଳା ଠାରେ ରାଜଗାଙ୍ଗପୁର ସାମ୍ବାଦିକ ଙ୍କ ପକ୍ଷରୁ ଡି ଏସ ପି ମନୋରଞ୍ଜନ ପ୍ରଧାନ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଥାନା ପ୍ରଭାରୀ ବିଜୟ କୁମାର ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l ଉଭୟଙ୍କୁ ପୁଷ୍ପ ଗୁଚ୍ଛ ସହ ଉପୌଢ଼ଣ ପ୍ରଦାନ କରି ସମ୍ବର୍ଦ୍ଧନା କରା ଯାଇଥିଲା l 

Spread the love

ସାମ୍ବାଦିକ ଙ୍କ ପକ୍ଷରୁ ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା 
ରାଜଗାଙ୍ଗପୁର 19/7/25 , ଦର୍ଶନ ସମୀକ୍ଷା

ଗତ କାଲି ସନ୍ଧ୍ୟା ରେ ସ୍ଥାନୀୟ ଡାକ ବଙ୍ଗଳା ଠାରେ ରାଜଗାଙ୍ଗପୁର ସାମ୍ବାଦିକ ଙ୍କ ପକ୍ଷରୁ ଡି ଏସ ପି ମନୋରଞ୍ଜନ ପ୍ରଧାନ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଥାନା ପ୍ରଭାରୀ ବିଜୟ କୁମାର ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l ଉଭୟଙ୍କୁ ପୁଷ୍ପ ଗୁଚ୍ଛ ସହ ଉପୌଢ଼ଣ ପ୍ରଦାନ କରି ସମ୍ବର୍ଦ୍ଧନା କରା ଯାଇଥିଲା l 
ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଓ ଆଶିଷ କୁମାର ଶତପଥି ସ୍ୱାଗତ ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର କୁମାର ବେହେରା ଡ଼ିଏସପି ମନୋରଞ୍ଜନ ପ୍ରଧାନ ଙ୍କ କାର୍ଯ୍ୟ ଶୈଳୀ କୁ ଉଚ୍ଚପ୍ରଶସଂ କରି ଥିଲେ l ବରିଷ୍ଟ ସାମ୍ବାଦିକ ରାଜେଶ କୁମାର ଦହିମା ଉଭୟଙ୍କୁ କବିତା ମାଧ୍ୟ୍ୟମ ରେ ଉଚ୍ଚ ପ୍ରଶସଂ କରି କବିତା ପାଠ କରିଥିଲେ l ସାମ୍ବାଦିକ ସୁଧୀର କୁମାର ଦାଶ, ତନ୍ମୟ ସିଂ, ବିଶ୍ୱ କେତନ ରାୟ, ଗୌତମ ମିଶ୍ର, ପ୍ରଫୁଲ କୁମାର ସାହୁ, ଅଟଳ ବିହାରୀ ପଣ୍ଡା, ରମେଶ କୁମାର କେଶରୀ, ଅଶୋକ କୁମାର ପାଣି, ଗିରିଜା ପ୍ରସାଦ ସାମଲ, ନିଜ ନିଜର ମତ ବ୍ୟକ୍ତ କରିଥିଲେ। ପୋଲିସଙ୍କ କାର୍ଯ୍ୟ ଶୈଳୀରେ କିଛି ପରିବର୍ତ୍ତନ କରି କିପରି ସାମ୍ୱାଦିକଙ୍କୁ ପ୍ରେସ ବାର୍ତ୍ତା ପ୍ରଦାନକରାଯିବ ତା ଉପରେ କିଛି ମତ ବ୍ୟକ୍ତ କରିଥିଲେ l ଡି ଏସ ପି ମନୋରଞ୍ଜନ ପ୍ରଧାନ ସାମ୍ବାଦିକଙ୍କୁ ପ୍ରଶଂସା କରି କହିଲେ ଯେ ରାଜଗାଙ୍ଗପୁରର  ସାମ୍ବାଦିକ ମାନେ କରି ଥିବା ସହଯୋଗ ତାଙ୍କର ସ୍ବରଣୀୟ ହୋଇ ରହିବ ବୋଲି ନିଜ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ । ନୂତନ ଥାନା ପ୍ରଭାରୀ ବିଜୟ କୁମାର ଦାଶ ଆଇନ ର ନିୟମ କୁ ନେଇ କାର୍ଯ୍ୟ କରିବି ଓ ଆପଣ ମାନଙ୍କ ସହଯୋଗ ନିତାନ୍ତ ଦରକାର ବୋଲି ନିଜର ମତ ବ୍ୟକ୍ତ କରିଥିଲେ l ଶେଷ ରେ ସାମ୍ବାଦିକ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସରୋଜ କୁମାର ମିଶ୍ର, ସୋମ୍ୟାଜିତ ସ୍ୱାଇଁ ,ନମି ସନ୍ୟାସୀ,ମନୋଜ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *