କଟକ:ଦର୍ଶନ ସମୀକ୍ଷା
ଜିଲ୍ଲା ଶିକ୍ଷା ମଣ୍ଡଳ ର ଜିଲ୍ଲାଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଆଜି ଜିଲ୍ଲା ର ଶିକ୍ଷା ଅଧିକାରୀ ଭାବେ ଦାୟିତ୍ଵ କରିଛନ୍ତି। ସେ ଯାଜପୁର ଜିଲ୍ଲା ର ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟସରକାର ତାଙ୍କୁ କଟକ ଜିଲ୍ଲା ର ଶିକ୍ଷା ଅଧିକାରୀ ଭାବରେ ଅବସ୍ଥାପିତ କରିଛନ୍ତି। ପୂର୍ବ ରୁ ଜିଲ୍ଲା ରେ ଥିବା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର୍ ରାଉତ ଙ୍କର ଯୁଗ୍ମ ନିର୍ଦ୍ଦେଶକ ଭାବେ ଓଏସେପା ଭୁବନେଶ୍ବର କୁ ବଦଳି ହୋଇଛି।
ତାଙ୍କ ସ୍ଥାନ ରେ ନିତ୍ୟାନନ୍ଦ ବାରିକ ଙ୍କୁ କଟକ ଜିଲ୍ଲା ଶିକ୍ଷାଧିକରୀ ଭାବେ ଅବସ୍ଥାପିତ କରାଯାଇଛି। ଏଥି ପାଇଁ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ବୁଧବାର ଦିନ ଶ୍ରୀ ବାରିକ ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ରାଉତ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ବାରିକ ଙ୍କୁ ଜିଲ୍ଲା ଶିକ୍ଷାମଣ୍ଡଳ ପକ୍ଷରୁ ସ୍ଵାଗତ କରାଯାଇଥିଲା ବେଳେ ଡକ୍ଟର୍ ରାଉତ ଙ୍କୁ ବିଦୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସର ରେ କଟକ ଜିଲ୍ଲା ର ବି ଇ ଓ ପ୍ରିୟଙ୍କା ବେହେରା, ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସୁମିତ୍ରା ସରକାର, ସଂଯୁକ୍ତା ମହାପାତ୍ର, ଏ ବି ଓ, ସି ଆର୍ ସି ସି,ଙ୍କ ସମେତ କଟକ ଜିଲ୍ଲା ଶିକ୍ଷକ ସଂଘ ପକ୍ଷ ରୁ କଳିଙ୍ଗ କେଶରୀ ପ୍ରଧାନ, ବିଜୟ କୁମାର ଛାତ୍ର, ଶ୍ୟାମ ବନ୍ଧୁ ବେହୁରା, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର୍ ନାୟକ, ପ୍ରଗତି ପଣ୍ଡା, ଙ୍କ ସମେତ ବହୁ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷାଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଶ୍ରୀ ବାରିକ ଦାୟିତ୍ଵ ଗ୍ରହଣ କରିବା ପରେ ଏକ ବିବୃତି ରେ କହିଛନ୍ତି ଯେ ଜିଲ୍ଲା ର ଶିକ୍ଷା ବ୍ୟବସ୍ଥା କୁ ଉନ୍ନତି ଆଣିବା ପାଇଁ ପ୍ରାଥମିକତା ଦିଆଯିବା ।ବିଶେଷ କରି ସରକାର ଙ୍କ ର ଶିକ୍ଷାନୀତି କୁ ଅଧିକ ଗୁରୁତ୍ବ ଦିଆଯିବ। ଜିଲ୍ଲା ରେ ବିଭିନ୍ନ ବିଦ୍ୟାଳୟ ରେ ଥିବା ସମସ୍ୟା ଗୁଡ଼ିକ ଯଥା ଶୀଘ୍ର ସମାଧାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଭିଜିତା ଭାସ୍କର, ମନୋରଂଜନ ବେହେରା, ସନ୍ତୋଷ କୁମାର୍ ସେଠୀ ବିଭାଗୀୟ ମୁଖ୍ୟ ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Leave a Reply