“ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମ
ଲେଖକଙ୍କ ସହ କଥାବାର୍ତ୍ତା ଓ 04ଟି ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର 26.11
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ “ସାହିତ୍ୟ ମାସିକୀ”ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନ ରେ ଅନୁଷ୍ଠିତ ହୋଇଯାଇଛି |
ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଥାକାର ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯୋଗ ଦେଇ ‘ମୋ ସୃଜନ :ମୋ ଜୀବନ ‘ ଶୀର୍ଷକ ପ୍ରସଙ୍ଗରେ ସ୍ୱକୀୟ ଅନୁଭୂତି ଓ ସୃଜନ ଯାତ୍ରାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ |
ସେ ମଧ୍ୟ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ | ସେ ମଧ୍ୟ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ |’ଏ ମାସର କବି ‘ଭାବେ ଅଧ୍ୟାପିକା ଡ଼. ସ୍ବର୍ଣ୍ଣପ୍ରଭା ଖଟୁଆ ନିଜର
ଲେଖା ପାଠ କରିଥିଲେ |
କାର୍ଯ୍ୟକ୍ରମରେ ସୁଲେଖିକା ଶ୍ରୀମତୀ ଅମ୍ବିକା ସ୍ବାଇଁଙ୍କ ଲିଖିତ ତିନୋଟି ଉପନ୍ୟାସ ‘ରକ୍ଷିତା’,’ପ୍ରଥମ ପାହାଚ ‘,
‘କାଳିଆର ଡାକ ‘ ଓ ଶିଶୁ ଉପନ୍ୟାସ ‘ଜେଜେ ମା ଆଉ ମିତୁ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା |
ଭାଷା ବିଜ୍ଞାନୀ ଡ଼. ଦେବାଶିଷ ମହାପାତ୍ର ପୁସ୍ତକଗୁଡିକ ସମ୍ପର୍କରେ ଅଭିମତ ରଖିଥିଲେ |
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର, ସାହିତ୍ୟ ପର୍ବ ନିର୍ଦ୍ଦେଶକ ଅଶୋକ ସିଂହ କାର୍ଯ୍ୟକ୍ରମ ପରିଚାଳନା
କରିଥିବା ବେଳେ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |
ଜୟଶ୍ରୀ ପଟ୍ଟନାୟକ ଓ ଶ୍ୟାମା କିଙ୍କର ମହାନ୍ତିଙ୍କ ମିଳିତ ସଂଯୋଜନାରେ କବିତା ପାଠୋତ୍ସଵରେ
ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ |
ସୂର୍ଯ୍ୟ ମିଶ୍ର
ସଭାପତି











