ବାଲିଯାତ୍ରା ପଡିଆରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଷ୍ଟଲ ଉଦଘାଟିତ
କଟକ: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଐତିହାସିକ ବାଲିଯାତ୍ରା ୨୦୨୬ ରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଏକ ଷ୍ଟଲ ତଳ ପଡିଆରେ ଉଦ୍ଘାଟନ ହୋଇଯାଇଛି। ଏହି କେନ୍ଦ୍ରରେ ଗ୍ରାହକ ଏବଂ ଜନସାଧାରଣ ମାନଙ୍କୁ ସାଇବର ଠକେଇ ସମ୍ପର୍କରେ ସଚେତନ କରାଯାଉଅଛି। ଏଟିଏମ୍ ଏବଂ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇ ଜନସାଧାରଣଙ୍କୁ ଆବଶ୍ୟକ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯାଉଛି।ବ୍ୟାଙ୍କର କର୍ମଚାରୀ ମାନଙ୍କ ଦ୍ଵାରା ଗ୍ରାହକ ମାନଙ୍କୁ ଡିଜିଟାଲ ବ୍ୟାଙ୍କିର ସୁବିଧା , ଉପକାରିତା ଏବଂ ଏହାର ସରଳ ବ୍ୟବହାର ସମ୍ପର୍କରେ ବୁଝାଯାଉଅଛି।ଏହା ବ୍ୟତୀତ ଭାରତ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣ ବୀମା ଯୋଜନା ସମ୍ପର୍କରେ ଅବଗତ କରାଯାଉଅଛି ଏବଂ ଏହାର ଉପକାରିତା ବିଷୟରେ ସଚେତନତା କରାଯାଉଅଛି। ବ୍ୟାଙ୍କର ବିଭିନ୍ନ ବୀମା ଏବଂ ଋଣ ବିଷୟରେ ଆଲୋଚନା କରାଯାଉଅଛି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଭୁବନେଶ୍ଵର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ରାକେଶ କୁମାର ଯାଦବ ଯୋଗଦେଇ ଷ୍ଟଲକୁ ଉଦ୍ଘାଟନ କରିଥିଲେ। ବ୍ୟାଙ୍କର ମହାପ୍ରବନ୍ଧକ ପ୍ରବୁଧ କୁମାର,ଡିଜିଏମ ସତ୍ୟନାରାୟଣ ବଦଲାମଣି, ଆଞ୍ଚଳିକ ପ୍ରବନ୍ଧକ ଅଶ୍ମିନ ଅନୁପମ ପ୍ରହରାଜ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ କାର୍ଯ୍ୟାଳୟ କଟକର କର୍ମଚାରୀମାନେ ସୂଚାରୁରୂପେ ପରିଚାଳନା କରିଥିଲେ।











