Spread the love

ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ର 240 ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା

ଆଜି ତା 26.11.2026 ଦର୍ଶନ ସମୀକ୍ଷା

ପୁରୀ ଜିଲ୍ଲାର ନିମାପଡ଼ା ବ୍ଳକ ର ଗ୍ରାମ ପଞ୍ଚାୟତର ଅଧିନସ୍ଥ 240 ରାଜସ୍ୱ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ପୁରୀ ଜିଲ୍ଲା ପ୍ରଶାସନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦ୍ବାରା ଘୋଷଣା କରାଯାଇଛି। ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ନିମାପଡା ବ୍ଲକ ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯକ୍ରମରେ 240 ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରି ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସଂକର ଭୋଇ କହିଲେ ଯେ ରୁଚିକା ଭଳି ସାମାଜିକ ଅନୁଷ୍ଠାନ ଓ ପୁରୀ ଜିଲ୍ଲା ପ୍ରଶାସନ, ବିଶେଷ ଭାବେ ନିମାପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଅଭିଜିତ ଷଡଙ୍ଗୀ, ABDO, ଶ୍ରୀମତୀ ପ୍ରିୟଦର୍ଶିନୀ ବରାଳ ଓ ବ୍ଲକ ପ୍ରସାଶନ ର ସମସ୍ତ କର୍ମୀ ଅକ୍ଲାନ୍ତ ପରିଶ୍ରମ କରି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ନିତି ନିର୍ଦ୍ଦେଶ ଅନୁଯାୟୀ ଏହି ଗ୍ରାମଗୁଡ଼ିକରେ ୬ ରୁ ୧୪ ବର୍ଷର ସମସ୍ତ ଶିଶୁ ସ୍କୁଲକୁ ଯାଉଛନ୍ତି, ୧୧ ରୁ ୧୯ ବର୍ଷର ସମସ୍ତ କିଶୋର କିଶୋରୀ ଅଙ୍ଗନୱାଡି ର ଅଦ୍ଵିକା କାର୍ଯକ୍ରମରେ ପଞ୍ଜୀକୃତ ହୋଇଥିବା ବେଳେ ଗତ ତା ୦୧.୦୧.୨୦୨୫ ରିଖ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ବାଲ୍ୟ ବିବାହ ହୋଇନାହିଁ। ତେଣୁ ଭାରତ ସରକାରଙ୍କ ନିର୍ଦ୍ଦେଶ ନାମା ଅନୁସାରେ ଗତ ଅକ୍ଟୋବର ୦୨ ତାରିଖରେ ଅନୁଷ୍ଠିତ ଗ୍ରାମ ସଭାଗୁଡିକରେ ବିଧିବଧ ଭାବେ ରିଜୋଲୁସନ୍ କରାଯାଇ ଏହି ଘୋଷଣା କରାଯାଇଛି।

ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୬ ଅନୁସାରେ ଓଡ଼ିଶାରେ ୧୮.୬% ବାଲ୍ୟ ବିବାହ ହେଉଛି । ପୁରୀ ଜିଲ୍ଲାରେ ପ୍ରାୟ ଶତକଡା 10.2 %ରୁ ବଢି ୧୨.1% ରୁ ଅଧିକ ପିଲା ବାଲ୍ୟ ବିବାହ କରୁଛନ୍ତି। ଏହି ସମସ୍ୟାକୁ ଜିଲ୍ଳା ପ୍ରଶାସନ ସହ ମିଶି ଆମେ ୨୦୩୦ ମସିହା ସୁଧା ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ସହାୟତା ରେ ଶୁନ୍ୟ କରିପାରିବୁ ବୋଲି ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ବେଣୁଧର ସେନାପତି ଦୃଢକ୍ତି ପ୍ରକାଶ କରିଛନ୍ତି।

ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ଉପାଦକ୍ଷା ଶ୍ରୀମତୀ ଅନୁସୂୟା ମହାନ୍ତି ସମସ୍ତଙ୍କୁ ସଚେତନ କରିବା ସହ ବାଲ୍ୟ ବିବାହ ଭଳି ସାମାଜିକ ଅପରାଧ ରୁ ନିବୃତ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ନିମାପଡ଼ା ବଲ୍ୟ ବିବାହ ନିରୋଧ ଅଧିକାରୀ, ଶ୍ରୀମତୀ ମାଧବୀ ମହାପାତ୍ର ଯୋଗଦେଇ କହିଥିଲେ ରୁଢ଼ିବାଦୀ ସମାଜ ରେ କନ୍ୟା ରତ୍ନମାନଙ୍କୁ ଏକ ଶୃଙ୍ଖଳା ମଧ୍ୟରେ ବନ୍ଦୀ କରି ସେମାନଙ୍କ ଶିକ୍ଷା ଓ ଅଧିକାରକୁ ସେମାନଙ୍କଠାରୁ ଏହା ଦ୍ବାରା ବଳ ପୂର୍ବକ ଛଡ଼ାଇ ନିଆଯାଉଛି। ତେଣୁ କେବଳ ଜନ ସଚେତନତା ନୁହେଁ ଆଇନ ଗତ କଠୋର କାର୍ଯ୍ୟାନୁଷ୍ଠାନ ଓ ପ୍ରଗତିଶୀଳ ନାରୀ ଶିକ୍ଷା ଏହାକୁ ରୋକିପାରିବ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପିଙ୍ଗୁଆ ଓ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଶ୍ରୀମତୀ ପୁଷ୍ପମିତ୍ରI ମିଶ୍ର ଯୋଗ ଦେଇ ନିମାପଡାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ I କାର୍ଯ୍ୟକ୍ରମ ରେ ବଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଶପଥପାଠ କରାଯାଇଥିବା ବେଳେ ସମ୍ବିଧାନ ଦିବସ ନିମନ୍ତେ ସମ୍ବିଧାନ ସୁରକ୍ଷା ପାଇଁ ଶପଥପାଠ କରାଯାଇଥିଲା I ଶେଷରେ ନିମାପଡ଼ା ବ୍ଲକ ର ବିଭିନ୍ନ ଗ୍ରାମ ରୁ ଆସିଥିବା ଅଦ୍ବିକା ଶିଶୁ କନ୍ୟାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ନିମାପଡ଼ା ବ୍ଲକ ର ପ୍ରାୟ ୨୦୦ ରୁ ଅଧିକ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଲ୍ୟ ବିବାହ ନିରୋଧ ଅଧିକାରୀ, ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ 240 ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଗଲା ଏବଂ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ୧୦୦ ଦିନିଆ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି।
କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ରୁଚିକା ସଂଗଠନର ଜିଲ୍ଲା ସଂଯୋଜକ ହେମନ୍ତ କୁମାର ଦାସ, ତଟିନୀ ବିଶ୍ୱାଳ,ହରପ୍ରିୟା ଖଟାଇ, ଚନ୍ଦନ ସାହୁ, ଶକୁନ୍ତଳା ସ୍ଵାଇଁ, ରିଙ୍କିନା ସ୍ବାଇଁ, ହରପ୍ରିୟା ପତି, ସରୋଜ କୁମାର ସା I