Spread the love

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ୱୟ ପଞ୍ଚାୟତ ବାସୀ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ
,,,,,,,,,,,,,,,,,,,,,,,,,,,,,,,,,,,,,,,,
ଶିକ୍ଷା ଓ ସ୍କୁଲ ର ଶୈକ୍ଷିକ ପରିବେଶ କୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇଲେ

କେନ୍ଦ୍ରାପଡ଼ା ରତ୍ନାକର ପରିଡ଼ା ଦର୍ଶନ ସମୀକ୍ଷା

ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବଉଳକଣି ପଞ୍ଚାୟତ ର ବାସିନ୍ଦା ଦୁଇଜଣ ପ୍ରଧାନ ଶିକ୍ଷକ ଶ୍ରୀ ସୁନ୍ଦର ମୋହନ ସିଂହ ଓ ଶ୍ରୀ ରାଜେନ୍ଦ୍ର କିସ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ରାଜ୍ୟର ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ପୁରସ୍କାର ଗ୍ରହଣ କରି ମହାକାଳପଡ଼ା ମହାକାଳପଡ଼ା ବ୍ଲକ୍ ସମେତ କେନ୍ଦ୍ରାପଡ଼ା ଜିଲ୍ଲାକୁ ଗୌରବାନିତ କରିଛନ୍ତି ,ଏହି ଅବସରରେ ବଉଳକଣି ପଞ୍ଚାୟତ ସରପଞ୍ଚ ସାଲବେଗ ମାହାଳି ଙ୍କ ସଂଯୋଜନା ଓ ନେତୃତ୍ଵ ରେ ପଞ୍ଚାୟତବାସୀ ଙ୍କ ତରଫରୁ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ବରିଷ୍ଠ ନେତା ପବିତ୍ର ପରିଡ଼ା ଙ୍କ ସଭା ପତିତ୍ଵ ରେ ଏକ ବର୍ଣ୍ଣାଢ୍ୟ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠିତ ହୋଇଯାଇଅଛି,ଏହି ସଭାରେ ଉଭୟ ପ୍ରଧାନ ଶିକ୍ଷକ ଙ୍କ ଶିକ୍ଷା ଦାନ ପଦ୍ଧତି, ସ୍କୁଲ ର ଶୈକ୍ଷିକ ପରିବେଶ ,କୋମଳମତି ଛାତ୍ର ଛାତ୍ରୀ ଙ୍କ ନିତିକ ଓ ମାନସିକ ତଥା ବୌଦ୍ଧିକ ବିକାଶ ପାଇଁ କାମ କରି ଶ୍ରେଷ୍ଠତ୍ଵ ହାସଲ କରି ପଞ୍ଚାୟତ ପାଇଁ ଗୌରବ ଆଣିଥିବାରୁ ସରପଞ୍ଚ ସାଲବେଗ ମାହାଳି ଉଚ୍ଚ ପ୍ରଶଂସା କରିଥିଲେ, ସଭାପତି ଶ୍ରୀ ପବିତ୍ର ପରିଡ଼ା ,ଆଗାମୀ ଦିନରେ ପ୍ରେମ ଚାନ୍ଦ ବିଦ୍ୟା ପୀଠ ର ଛାତ୍ର ଛାତ୍ରୀ ମାନେ ଉଭୟ ଶିକ୍ଷକ ଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଏହି ଅଞ୍ଚଳ ର ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ, ସଭା ରେ ପ୍ରେମ ଚାନ୍ଦ ବିଦ୍ୟାପୀଠ ଆଦରଣୀୟ ଶିକ୍ଷକ ବ୍ୟାସଦେବ ବେବର୍ତ୍ତା,ସି ଆର୍ ସି ଶ୍ରୀ ଅଶୋକ ମହାରାଜ,ଅଂଶୁମାନ ରାଉତରାୟ,ସସ୍ମିତା ଦାସ ଓ ଅତିଥି ମାନଙ୍କ ଉପସ୍ଥିତି ରେ ଉଭୟ ପ୍ରଧାନ ଶିକ୍ଷକ ଙ୍କୁ ମାନପତ୍ର ,ପୁଷ୍ପଗୁଚ୍ଛଓ ଉତ୍ତରୀୟ ପ୍ରଦାନ କରି ପଞ୍ଚାୟତ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା,ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପାଣ୍ଡବ ରାଉତ, ଶ୍ରୀ ବୈଷ୍ଣବ ପରିଡ଼ା,ଓ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କୁ, ମାନପତ୍ର,ଉତ୍ତରୀୟ ,ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା,ସମିତିସଭ୍ୟା ପ୍ରିୟଙ୍କା ମଲ୍ଲିକ ଙ୍କ ନେତୃତ୍ୱ ରେ ୱାର୍ଡ ସଭ୍ୟ ସଭ୍ୟା ମାନେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ,ଏମ୍ ବି କେ କବିତା ମଞ୍ଜରୀ ରାଉତରାୟ,ନାରୀନେତ୍ରୀ ରୀନା ରାଣୀ ପରିଡ଼ା,ସସ୍ମିତା ବେହେରା,ରଞ୍ଜିତ ତରାଇ, ବକୁଳ ପୂର୍କାଇଟ ଙ୍କ ନେତୃତ୍ୱ ରେ ଶହ ଶହ ସଂଖ୍ୟା ରେ ମହିଳା ମାନେ ସଭାକୁ ଆସିଥିଲେ,ପଞ୍ଚାୟତ ର ସମସ୍ତ ସ୍କୁଲ ଗୁଡିକ ର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ମଞ୍ଚାସିନ ହୋଇଥିଲେ,ହିନ୍ଦୁ ମୁସଲମାନ ଓ ଖ୍ରୀଷ୍ଟିୟାନ୍ ଭାଇ ଓ ଭଉଣୀ ମାନେ ଏକତ୍ରିତ ହୋଇ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ଏହି ପ୍ରୟାସ କୁ ସାଧୁବାଦ ଜଣାଇ ଥିଲେ,ସମ୍ବର୍ଧନା ର ଉତରରଖି ଶ୍ରୀ ମୋହନ ସିଂ କହିଥିଲେ ଯେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟନନ୍ଦ ଗଣ୍ଡ ଙ୍କ ନିକଟରୁ ପାଇଥିବା ପୁରସ୍କାର କେବଳ ବଉଳକଣି ପଞ୍ଚାୟତ ର ଜାତି ଧର୍ମ ବର୍ଣ୍ଣ ଭାଷା ନିର୍ବିଶେଷରେ ମୁରବୀ ,ମା, ଭଉଣୀ ଓ ଭାଇ ମାନଙ୍କ ଆଶୀର୍ବାଦ ଓ ଭଲ ପାଇବାରୁ ସମ୍ଭବ ବୋଲି କହିଥିଲେ, ଏହି ସଭାରେ ପ୍ରାୟ ସାତଶହ ରୁ ଉର୍ଦ୍ଧ୍ୱ ପଞ୍ଚାୟତ ବାସୀ ଯୋଗଦେଇଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଗୌରୀମାହାଳି,ପ୍ରତାପ ସିଂହ ,ଶେଖ୍ ରାଜେଲି ,ସଞ୍ଜୟ ସ୍ୱାଇଁ , ସ୍ୱରୂପ ସାମଲ ,ରହେମାନ୍ ଅଲ୍ଲିସା
କୈଳାଶ ଗାହାଣ,ଶ୍ରୀକାନ୍ତ ମଲିକ୍,ରମେଶ ମଲ୍ଲିକ,ବଳରାମ ଗିରି,ମାଧବ ମଣ୍ଡଳ,ଦିଲ୍ଲୀପ ମଣ୍ଡଳ,ପ୍ରଭାସ ମଣ୍ଡଳ, ରମଚନ୍ଦ୍ର ବେହେରା,ଶୁକଦେବ ମଣ୍ଡଳ,ରଘୁ ଗାରୁ,ସମରେଶମଣ୍ଡଳ,ଲାଲୁ ମଣ୍ଡଳ,କାର୍ତ୍ତିକସେଠୀ,ତୋଫାନ ସେଠୀ,ସାବିତ୍ରୀ ସିଂହ,ରାଜେଲି ଆଲିଶା, ଶ୍ରୀହରି ମୁର୍ମୁ,ନନ୍ଦ ମଣ୍ଡଳ,ହବିବ ଅଲିଶା ବଟ ବେହେରା,ପ୍ରଭାତ ଦାସ,ପ୍ରଦୀପ ଦାସ ହିମାଂଶୁ ଗାଁରୁ,ସୁବଳ ମଣ୍ଡଳ, ରତ୍ନାକର ମଲିକ୍ ପ୍ରମୁଖ ଉପସ୍ଥିତ ଥିଲେ,