କନ୍ଧମାଳ : ପିରିକୁଡ଼ି ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପି କେ ମିଶ୍ର..
କନ୍ଧମାଳ: କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ର ପିରିକୁଡ଼ି ପଞ୍ଚାୟତ ରେ ଥିବା ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲାପାଳ ବେଦଭୂଷଣ ମହୋଦୟ ଙ୍କ ର ଟିଚ କନ୍ଧମାଳ ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପି କେ ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରିଥିଲେ l ସେହିପରି ଅଧିକାରୀ ଶ୍ରୀ ମିଶ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ଙ୍କ ସହିତ ବିଦ୍ୟାଳୟ ର ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ବିଦ୍ୟାଳୟ ର ସମସ୍ତ କ୍ଲାସ ବୁଲି ଦେଖିବା ସହିତ ବିଦ୍ୟାଳୟ ର ପରିବେଶ ସଫା ସୁତରା ଉପରେ ଗୁରୁତ୍ୱ ଦେବା ସହିତ ବିଦ୍ୟାଳୟ ର ଉର୍ନ୍ନତି କରଣ ନିମନ୍ତେ ଆଲୋଚନା କରିଥିଲେ l ବିଦ୍ୟାଳୟ ରେ ବାଲ୍ ବାଟିକା ଠାରୁ ଆରମ୍ବ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ସମୁଦାୟ ଛାତ୍ର ଛାତ୍ରୀ 235 ଥିବାବେଳେ ତା 23/11/2026 ରିଖରେ ଟୋଟାଲ୍ ପ୍ରେଜେଣ୍ଟ 165 ଉପସ୍ଥିତ ଥିଲେ l ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ 12 ଜଣ ଥିବାବେଳେ ପ୍ରଧାନ ଶିକ୍ଷକ ଙ୍କୁ ମିଶେଇ ସମୁଦାୟ 13 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି l ବିଦ୍ୟାଳୟ ରେ ଡ୍ରିକିଙ୍ଗ ୱାଟର୍ ନଳକୂପ.. ଫିମେଲ୍ ଷ୍ଟାପ୍ ଟଏଲେଟ୍ , କ୍ଲାସ ରୁମ୍, କମ୍ୟୁନିଟି ହଲ୍, ନିମନ୍ତେ ବିଦ୍ୟାଳୟ ତରଫରୁ ଟିଚ କନ୍ଧମାଳ ଙ୍କୁ ବା ଜିଲ୍ଲା ପ୍ରଶାସନ ଏବଂ ଖଜୁରୀପଡ଼ା ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦିଆଯାଇ ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହେଇନ ଥିବାରୁ ଛାତ୍ର ଛାତ୍ରୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା କହିବା ସହିତ ତୁରନ୍ତ ଏସବୁ ଅଵିଧା କରେଇଦେଲେ ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ ବଲି ପ୍ରଧାନ ଶିକ୍ଷକ ଶ୍ରୀ ମେହେର କହିଛନ୍ତି l











