୩୭ ତମ ପିକକ୍ ଶିଶୁମେଳା ଉଦଯାପିତ ବହୁ ପ୍ରତିଭାବାନ ଶିଶୁ ଓ ବରେଣ୍ୟ ବ୍ୟକ୍ତିତ୍ବ ସମ୍ମାନିତ
ଭୁବନେଶ୍ବର-୨୧/୧୧: ଦର୍ଶନ ସମୀକ୍ଷା
ଭାରତୀୟ ବିଦ୍ୟାଭବନରେ ଏକ ବର୍ଣ୍ଣାଜ୍ୟ ପରିବେଶରେ ଉଦଯାପିତ ହୋଇଥିଲା ୩୭ ତମ ପିକକ୍ ଶିଶୁମେଳା । ଶିଶୁମାନଙ୍କର ଏକ ସୁସ୍ଥ ସମାଜ ଗଠନ ପାଇଁ ପିଲାମାନଙ୍କର ଉପଯୁକ୍ତ ଲାଳନପାଳନ ହେବା ଅତ୍ୟନ୍ତ ଅବଶ୍ୟକ । ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ସୁନାଗରିକ ରୂପେ ଗଢି ତୋଳିବାପାଇଁ ସବୁ ସ୍ତରରେ ପ୍ରୟାସ ଜାରୀ ରହିବା ଉଚିତ୍ । ଏହା ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଉଚିତ ବୋଲି ପିକକ୍ ଶିଶୁମେଳା ର ଉଦଯାପନୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତଦେଇଛନ୍ତି । ସାତଦିନ ବ୍ୟାପୀ ଚାଲିଥିବା ଏହି ମେଳାରେ ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।
ଆଜି ପିକକୁ ଶିଶୁମେଳା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଶା ହାଇକୋର୍ଟ ର ପୂର୍ବତନ ନ୍ୟାୟାଧୀଶ ଜଷ୍ଟିସ ଚିତରଞ୍ଜନ ଦାଶ କହିଲେ ପ୍ରତ୍ୟେକ ଶିଶୁଙ୍କୁ ଏକ ସୁରକ୍ଷିତ ଏବଂ ସୁସୁ ପରିବେଶ ଯୋଗାଇଦେବା ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବା ଉଚିତ । ପିଲାମାନଙ୍କ ସହଭାଗୀତା ଉପରେ ସେ ଗୁରୁତ୍ବ ଦେଇଥିଲେ ଓ ପିଲାମାନଙ୍କୁ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଉପଦେଶ ଦେଇଥିଲେ । ଇଷ୍ଟର୍ନ ମିଡିଆ ପ୍ରାଇଭେଟ ଲିମିଟେଡର ଅଧକ୍ଷ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ପିଲାମାନଙ୍କୁ ନିଜର ପିତାମାତାଙ୍କ ପ୍ରତି କୃତଜ୍ଞ ରହିବା ପରାମର୍ଶ ଦେଇଥିଲେ ଓ ପିତାମାତାଙ୍କୁ ପିଲାମାନଙ୍କ ଉପରେ ଚାପ ନପକେଇବାକୁ କହିଥିଲେ। । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଶ୍ରୀମତୀ ଉଷା ପାଢ଼ୀ, ଆଇଏଏସ୍ ସରକାର ଓ ସମାଜ କୁ ମିଳିତ ଭାବେ ପିଲାମାନଙ୍କ ପାଇଁ କାମ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷା ବବିତା ପାତ୍ର ପିଲା ମାନଙ୍କ ସୃଜନଶୀଳତା କୁ ପ୍ରୋତ୍ସାହିତ କରିବା ପାଇଁ ଏକ ସୁରକ୍ଷିତ ଓ ସୁସ୍ଥ ବାତାବରଣ ଯୋଗାଇଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ନିଜର ମତ ରଖୁଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କର ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ପବିତ୍ର ମୋହନ ସାମଲ, (ଓ.ଏସ୍.ଜେ.ଏସ୍.); ଅଲମ୍ପିୟାନ ଅନୁରାଧା ବିଶ୍ବାଳ, ଅର୍ଜୁନ ପୁରସ୍କାର ବିଜେତା ଓ ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ର ସଦସ୍ୟା ରୋଟାରିଆନ ମିନତୀ ମହାପାତ୍ର, ଅଭୀପ୍ସା ଦାଶ, ଇନର୍ ହିଲ୍ ରୋଟାରୀ କ୍ଲବ୍ର ପୂର୍ବତନ ସଭାପତି, ଲେଖ୍କା ଓ ସମାଜସେବୀ, ପିକକ୍ ର ନିର୍ଦ୍ଦେଶିକା ଓ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ କ୍ଷଣପ୍ରଭା ସାମନ୍ଧରାୟ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ଦୃଢ ପରିଶ୍ରମ ସହିତ ନିଜ ଅନୁର୍ନିହିତ ପ୍ରତିଭାର ବିକାଶ ପାଇଁ ଯନୂବାନ ହେବା ଉଚିତ ବୋଲି କହିଥିଲେ । ଓ
ପିକକ୍ ଶିଶୁମେଳା କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ, ପିକକ୍ ଅଧକ୍ଷା ଡଃ ମୀନାକ୍ଷୀ ପଣ୍ଡା ନିଜର ବକ୍ତବ୍ୟ ରଖୁଥିଲେ ଓ କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ରତ୍ନା ଦାଶ ମାନପତ୍ର ପାଠ କରିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । ସୁମନ ବେହେରାଙ୍କୁ ସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୬”, ନନ୍ଦିନୀ ଦାସଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୬, ସାଇ ଶୁଭମ ଚୌଧୁରୀଙ୍କୁ “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୬”, ସାଇଭିର ପଣ୍ଡାଙ୍କୁ 18 ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୬”, ଅରିତ୍ରୀ ପାତ୍ରଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୬”, ଅନ୍ନପୂର୍ଣା ନାୟକ “ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ ୨୦୨୬”, ନୀଲାନ୍ତୁ ବେଦମଙ୍କୁ “ବେବି ଅଫ ଦି ଇୟର ୨୦୨୬” ରେ ସମ୍ମାନିତ କରଯାଇଥିଲା । ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ରବି ଶତପଥୀଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୬”,ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନୃସିଂହ୍ନ ନାଥ ସିଂହ ଙ୍କୁ “ସ୍ବରୂପ ଜେନା ସ୍ମାରକୀ ସମ୍ମାନ ୨୦୨୬”, ଡଃ ଅରିଜିତ ମହାପାତ୍ରଙ୍କୁ “ଶିଶୁସାଥ୍ ସମ୍ମାନ ୨୦୨୬”, ଡଃ ଅମିୟ ଭୂଷଣ ବିଶ୍ବାଳଙ୍କୁ ଶିଶୁ ସୁରକ୍ଷା ପାଇଁ “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦ ଦାସ ଶିଶୁ ସମ୍ମାନ ୨୦୨୬” ରେ ସମ୍ମାନିତ କରଯାଇଥିଲା । ଏହି ଅବସରରେ ଚିତ୍ରାଙ୍କନ, ଆବୃତି, କୌତୁକ ପୋଷାକ, କମେଡି ଓ ଆଧୁନିକ ନୃତ୍ୟର କୃତି ମାନଙ୍କୁ ପୁରସ୍କୃତ କରାଯାଇଥିଲା । gosaic Loudl
ସାତଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ,ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଇମ୍ଫା ସହଯୋଗ କରିଥିଲେ ।
ପରିଶେଷରେ ଦଶାବତାର ନାଟ୍ୟଶାଳା, ତପସ୍ୟା ଡିଭୋସନ ଫର ଡ୍ୟାନ୍ସ, ଅବନ୍ତିକା ଏକାଡେମି, ମଡର୍ଣ ଗ୍ରୁପ, ୟୁନିଟ-୯ ଉଚ୍ଚ ବିଦ୍ୟାଳୟ, କାର୍ଗିଲ ଗ୍ରୁପ, ଆଦିତ୍ୟ ও ดูฉ, କଳିଙ୍ଗାୟନ ତ୍ରୟୋତିକମ ଗ୍ରୁପ, ଝୁମର କେନ୍ଦୁଝର ଶିଶୁସଭା, ସୌମ୍ୟ ଓ ରୂପ, ଗଣ୍ଡମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିଶୁ କଳାକାରମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ ବ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପିକକ୍ ର ରନ୍ଧା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଆରୁଷି ଅଦ୍ରିକା ଓ ହର୍ଶାଳି ଦୋରା।











