Spread the love

ବାଣୀବିହାର ୮୦ର ଅନ୍ନସେବା

ଭୁବନେଶ୍ୱର: ଦର୍ଶନ ସମୀକ୍ଷା

ଆଜି ଅପରାହ୍ନରେ ଶିଶୁ ଦିବସ ଉପଲକ୍ଷେ ବାଣୀବିହାର ୮୦ ଅନୁଷ୍ଠାନ ତରଫରୁ ପଟିଆ ଜାଲିମୁଣ୍ଡା ବସ୍ତିସ୍ଥିତ ଚେଷ୍ଟା ବିଦ୍ୟାଳୟର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

ଏହି ଅନ୍ନସେବା କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିଥିଲେ ବାଣୀବିହାର ୮୦ର ପୂର୍ବତନ ସଭାପତି ଶ୍ରୀ ଶରତ ଦାଶ, ସମ୍ପାଦକ ଶ୍ରୀ ଆଶୁତୋଷ ଦାଶ ଓ ଜନସେବା ନିର୍ଦ୍ଦେଶକ ଶ୍ରୀ ଅଲେଖ ନଦୀ ।

ପ୍ରତିମାସରେ ଅନ୍ୟୁନ ଥରେ ବାଣୀବିହାର ଅଶୀ ତରଫରୁ ଅନ୍ନସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଅଛି ।