ଝାରସୁଗୁଡ଼ା : ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ.
ପ୍ରଶାସନିକ ସ୍ୱଚ୍ଛତା ଓ ସାଧୁତା ହିଁ ସମୃଦ୍ଧ ସମାଜର ମୂଳଦୁଆ- ଜିଲ୍ଲାପାଳ
-ବେହେରାମାଲରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ସଚେତନତା ରାଲି
କୁନା ଦିଗାଲ ଦର୍ଶନ ସମୀକ୍ଷା
ଝାରସୁଗୁଡା ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ସଭାକୁ ସଭାପତିତ୍ୱ କରିଥିଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ସାଧାରଣ ଶ୍ରୀ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜେମ୍ସ ଥୋମାସ, ମୁଖ୍ୟ ବକ୍ତା ଡ. ଶିବପ୍ରିୟା ମିଶ୍ର, ଉପ ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷର ବାର୍ତ୍ତା “ସାଧୁତାରୁ ସମୃଦ୍ଧି” ଉପରେ ଆଲୋକପାତ କରି ଜିଲ୍ଲାପାଳ “ଦୁର୍ନୀତିମୁକ୍ତ ସମାଜ ଓ ନିଷ୍ଠାପର ପ୍ରଶାସନ ହିଁ ଏକ ବିକଶିତ ରାଷ୍ଟ୍ର ଗଠନର ପ୍ରକୃତ ଆଧାରଶିଳ ଏବଂ ପ୍ରତ୍ୟେକ ନାଗରିକ ତଥା କର୍ମଚାରୀ କର୍ତ୍ତବ୍ୟରେ ସ୍ୱଚ୍ଛତା ବଜାୟ ରଖିବା ଜରୁରୀ”ବୋଲି ମତବ୍ୟକ୍ତ କରିଥିଲେ l ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା l ଆଜି ସକାଳ ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ, ଉପ – ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସବ୍ୟସାଚୀ ନାୟକ ପ୍ରମୁଖ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ l ଏହି ଶୋଭାଯାତ୍ରା ବେହେରାମାଲ, କିସାନ ଛକ ଦେଇ ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା l ଏଥିରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଏବଂ ଜୁନିଅର ଇଞ୍ଜିନିଅରିଙ୍ଗ ସ୍କୁଲର ଛାତ୍ର ସମୂହ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ,ବୁଦ୍ଧିଜୀବୀ,
ବିଭାଗୀୟ ଅଧିକାରୀମାନେ ପ୍ଲାକାର୍ଡ଼ ଧରି ଦୁର୍ନୀତି ବିରୋଧୀ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ l ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାତୀୟ ଗୀତ ‘ବନ୍ଦେ ମାତରମର ସାମୁହିକ ଗାନ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ସ୍ୱାଗତ ସମ୍ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ l ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଦ୍ୱାରା ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ‘ଦୁର୍ନୀତି ନିବାରଣ ଓ ସାଧୁତାର ଶପଥ’ ପାଠ କରାଯାଇଥିଲା l ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ କଳାବତୀ ବାଗ ଜିଲ୍ଲାରେ ଭିଜିଲାନ୍ସ ବିଭାଗର କାର୍ଯ୍ୟଧାରା, ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏବଂ ବିଭାଗୀୟ ଅଗ୍ରଗତିର ତଥ୍ୟ ଉପସ୍ଥାପନ କରିଥିଲେ l ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଡ. ଶିବପ୍ରିୟା ମିଶ୍ର ଯୋଗଦେଇ ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ଚରିତ୍ର ଗଠନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା, ଲୋକାଭିମୁଖୀ ସେବା ଓ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଛାତ୍ରୀ କୋମଲ ଚୌଧୁରୀ ଏବଂ ଆରୁଷି ବିଶି ନିଜର ଦୃଷ୍ଟିକୋଣକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ l ସପ୍ତାହବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିୟାରସିଂହ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ, ଝାରସୁଗୁଡା ଶାଖାର ଇନସ୍ପେକ୍ଟର ସୁସ୍ମିତା ରଙ୍ଗାଲି, ଡିପିଏମ୍ ଓଏଲଏମ ଡ. ପୁଷ୍ପଶ୍ରୀ ନାୟକ, ସହକାରୀ ସବ ଇନ୍ସପେକ୍ଟର ରଜତ କୁମାର ନାଏକ,ଷ୍ଟେନୋ ସୋନୁ ଭୋଇ,କନେଷ୍ଟବଲ ଗୌରୀ ଶଙ୍କର ମେହେର,କର୍ମଚାରୀ ଖଗେଶ୍ୱର କାଲୋ, ହେମା ନାଏକ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ଭୁବନାନନ୍ଦ ବାଘ, ନିହାଲ୍ ଭୋଇ, ସୁନୀତା ଗନ୍ଧl,ରବିନ୍ଦ୍ର ନିଆଲ,କର୍ମଚାରୀ ଜଗନ୍ନାଥ ରାଉତ, ସମୀର କିସାନ ପ୍ରମୁଖ ସହଯୋଗ କରିଥିଲେ l











