Spread the love

ସ୍ଵଶକ୍ତି ଜାଗରଣ ସେବା ଟ୍ରଷ୍ଟର ନବରାତ୍ରୀ ସାଧନାର ଉଦଯାପନ

ବ୍ରହ୍ମପୁର, ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ସ୍ଵଶକ୍ତି ଜାଗରଣ ସେବା ଟ୍ରଷ୍ଟ ସରକାରୀ ପଞ୍ଜିକୃତ ସଂସ୍ଥା। ସନାତନ ଧର୍ମ ପ୍ରଚାର ପ୍ରସାର ସହିତ ମାନଵ ସେବା ସହିତ ବିଭିନ୍ନ ଧାର୍ମିକ ଓ ସାମାଜିକ ସେବା ଅନୁଷ୍ଠାନ ମାନ କରି ବେଶ ପ୍ରଶଂସିତ। ହିନ୍ଦୁ ଧର୍ମରେ ଅନ୍ୟ ପର୍ବ ଭଳି ଦଶହରା ଓ ନବରାତ୍ର ନିଷ୍ଠାର ସହ ପାଳନ ହୁଏ। ଆସ୍କା ରୋଡ଼ ପାଣିଗ୍ରାହୀ ପେଣ୍ଠ ଶ୍ରୀ ରଘୁନାଥ ମନ୍ଦିର ମାହାନ୍ତି ମଣ୍ଡପ ଠାରେ ଗତ ନଅ ଦିନ ଧରି ଚାଲିଥିବା ନବରାତ୍ରି ସାଧନାର ଆଜି ଉଦଯାପିତ ହୋଇସାରିଛି।

Oplus_131072

ଏହି ପରିପ୍ରେକ୍ଷୀରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ସଂକଳ୍ପିତ ସାଧକ ସାଧିକା ମାନଙ୍କ ଦ୍ୱାରା ଚାଲିଥିବା ସାଧନା ମଧ୍ୟରେ ଉକ୍ତ ନଅ ଦିବସରେ ମହାମନ୍ତ୍ରର ଜପ ଏବଂ ମନ୍ତ୍ରର ଆହୁତି ପ୍ରଦାନ ଦ୍ୱାରା ସାମୁହିକ ସାଧନା ଟ୍ରଷ୍ଟର ପ୍ରତିଷ୍ଠାତା ପୂଜ୍ୟ ଶ୍ରୀ ଗୁରୁଦେଵ କ୍ରୀଷ୍ଣା ଭୈୟାଜୀ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା

ପ୍ରଥମ ଦିନ ଠାରୁ ବେଶ ନିଷ୍ଠା ସହିତ ମାଁ ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ସାଧନାରେ ଭାଗ ନେଇଥିବା ସମସ୍ତ ସାଧକ ସାଧିକା ଓ ବହୁ ସଦସ୍ୟ ମାନେ ନବମୀ ଦିନ ଅବସରରେ ଗୁରୁଙ୍କ ଆର୍ଶୀଵଚନ ଶ୍ରବଣ କରି ନିଜକୁ କୃତାର୍ଥ ମନେ କରିଥିଲେ। ପୂଜ୍ୟ ଗୁରୁଦେବ ଶ୍ରୀକ୍ରୀଷ୍ଣା ଭୈୟାଜୀ ଅସତ୍ୟ ବିରୁଦ୍ଧରେ ସତ୍ୟର ବିଜୟ ଏବଂ ମାନଵ ଦର୍ଶନ ରେ ବ୍ୟକ୍ତିଗତ ଭିନ୍ନତାର ପ୍ରାକୃତିକ ତଥ୍ୟ କୁ ସ୍ଵିକାର କରି ବିଚାର ମାର୍ଗ କର୍ତ୍ତବ୍ୟ ପଥ ସ୍ଵୀକାର କରି ପ୍ରତ୍ୟେକ ମାର୍ଗ ଦ୍ଵାରା ବାସ୍ତବିକ ଜୀବନରେ ବିଚାରବାନ, ଆସ୍ଥାଵାନ, କର୍ତ୍ତବ୍ୟ ନିଷ୍ଠ ହେଲେ ଜୀବନ ସରସ ଓ ସୁନ୍ଦର ସମସ୍ତ ହେବ।

ବରିଷ୍ଠ ସଦସ୍ୟ ସଦସ୍ୟାଙ୍କ ଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରାଯାଇଥିଲା।ନଵମୀ ଦିନ ମାଁ ଙ୍କ ଠାରେ ଲାଗି ହୋଇଥିବା ଷୋଡ଼ଷ ଭୋଗ ସମସ୍ତ ଶ୍ରଦ୍ଧାଳୁ ଙ୍କୁ ବଣ୍ଟନ କରାଯାଇଥିଲା।