ବଜରଙ୍ଗୀ ଫୁଟବଲ କପ୍ ଉଦଯାପିତ।ବ୍ରଦର୍ସ ଇଲେଭେନକୁ ହରାଇ ନୂଆଜଗନ୍ନାଥପୁର ଚାମ୍ପିୟନ
ପାଳଲହଡ଼ା: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ବଜରଙ୍ଗୀ ଫୁଟବଲ କପ୍ ସୋମବାର ଉଦଯାପିତ ହୋଇଯାଇଛି। ଏହି ଫୁଟବଲ ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ନୂଆଜଗନ୍ନାଥପୁର ଦଳ ଓ ବ୍ରଦର୍ସ ଇଲେଭେନ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଏଥିରେ ନୂଆଜଗନ୍ନାଥପୁର ଦଳ ଚାମ୍ପିୟନ ହୋଇଥିବା ବେଳେ ବ୍ରଦର୍ସ ଇଲେଭେନ ଦଳ ରନର୍ସଅପ୍ ହୋଇଥିଲା।ଉଦଯାପନୀ ଉତ୍ସବରେ ପାଳଲହଡା ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମୁକେଶ କୁମାର ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପାଳଲହଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାଏକ, ସ୍ଥାନୀୟ ସରପଞ୍ଚ ରମେଶ ପ୍ରଧାନ, ସମିତି ସଭ୍ୟ ରଞ୍ଜନ ବାରିକ, ରତ୍ନାକର ରାଉତ,ବିଦ୍ୟାଧର ପ୍ରଧାନ ଓ ସନାତନ ରାଉତ ଯୋଗଦେଇଥିଲେ।
ଖେଳକୁ ମୁଖ୍ୟ ରେଫରି ତଥା ଖେଳ ଶିକ୍ଷକ ଲକ୍ଷ୍ମଣ ଖିଲାର ପରିଚାଳନା କରିଥିବା ବେଳେ ଜିତୁ ଗଡ଼ନାୟକ ଓ ଟୁନା ଗଡ଼ନାୟକ ସହଯୋଗ କରିଥିଲେ। ବଜରଙ୍ଗୀ ଯୁବକ ସଂଘର ଦୁଷ୍ମନ୍ତ ରାଉତ, ଚିନ୍ମୟ ରାଉତ, ଜିତେନ୍ଦ୍ର ଗଡ଼ନାୟକ, ପ୍ରବୀଣ ପ୍ରଧାନ, ଟୁନା ନାଏକ ଓ ସିକି ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।











