କେନ୍ଦ୍ରାପଡ଼ା ଜିଲ୍ଲା, ଡେରାବିଶ ବ୍ଲକ, ପଲେଇ ପଂଚାୟତର ପଲେଇ ଗ୍ରାମରେ ପାରମ୍ପରିକ ମା କନକ ଦୁର୍ଗାଙ୍କ62ତମ ପୂଜା ଵିଧି ମହାସମାରୋହରେ ସପ୍ତମୀ ପୂଜାରେ 108କଳସ ଶୋଭାଯାତ୍ରା
କେନ୍ଦ୍ରାପଡା : ରତ୍ନାକର ପରିଡ଼ା ଦର୍ଶନ ସମୀକ୍ଷା
ପଲେଇ ସିଦ୍ଧ ମହାପୁରୁଷ ସ୍ଥିତ ବାଲି ଗଡିଆ ଠାରୁ ଘଣ୍ଟ, ବାଦ୍ୟ, ଶଙ୍ଖ ସହ ବିରାଟ ଶୋଭା ଯାତ୍ରାରେ ପୂଜା ମଣ୍ଡପ ପର୍ଯ୍ୟନ୍ତ ପହଂଚିଥିଲେ ଶ୍ରୀ ବାବାଜୀ ସୁଦର୍ଶନ ଅନୁଷ୍ଠାନର ଆୟୋଜକ ଓ ଉପଦେଷ୍ଟା ଅଭୟ କୁମାର ପରିଡା,

ସଭାପତି
ଶ୍ରୀ ରଶ୍ମିରଂଜନ ନାଥ ଶର୍ମା, ଉପସଭାପତି ବିଜୟ କୁମାର ପରିଡା, ସମ୍ପାଦକ ଦୋଳ ଗୋବିନ୍ଦ ନାଥ, କୋଷାଧକ୍ଷ ରତିକାନ୍ତ ଶର୍ମା, ଓ ମହିଳା ସଭାପତି ଦେବସ୍ମିତା ନାଥ, ଉପସଭାପତି ନିରୁପମା ନାଥ, ଓ ଉପଦେଷ୍ଟା ମୁକ୍ତାଞ୍ଜଳି ନାଥ, ଓ ସମସ୍ତ କର୍ମକର୍ତ୍ତା ଙ୍କ ସହିତ ଗ୍ରାମ ବାସି ବୃନ୍ଦ ଙ୍କ ସହଯୋଗ ଓ ତତ୍ଵାବଧାନ ରେ କାର୍ଯ୍ୟ ସମ୍ପନ୍ନ କରାଯାଇ ଥିଲା, ପୂଜା ମଣ୍ଡପ ସୁସଜିତ ଆଲୋକ ମାଳାରେ ସଜାଯାଇ ପ୍ରତ୍ୟେକ ଦିନ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ଓ ସଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଅଛି

ମୁଖ୍ୟ ଆକର୍ଷଣ ମା କନକ ଦୁର୍ଗା ଙ୍କ ଭସାଣି ଉଛବତା 22,10,ରିଖ ଗୁରୁବାର ସକାଳ ସାତ ଘଂଟିକା ଠାରୁ ଅପରାହ୍ନ ଚାରି ଘଂଟିକା ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା କରି ଦାଣ୍ଡ ଭୋଗ ଅର୍ପଣ କରାଯାଇ ମା ଙ୍କ ଆବ୍ରି ଭାବ ରୁ ଭସାଣି ଉଛବ ପର୍ଯ୍ୟନ୍ତ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ବିଭିନ୍ନ ଅଂଚଳ ରୁ ଭକ୍ତ ମାନଙ୍କ ସମାଗମ ହୋଇ ଭସାଣି ଉଛବ ସମ୍ପନ୍ନ କରାଯାଏ











