ଟିଭି ପରଦାର ‘ଆକ୍ରୋଶ’ ଓ ସମ୍ବାଦିକତାର ସୀମାରେଖା
ସଂସ୍କୃତର ସେହି ପ୍ରସିଦ୍ଧ ଶ୍ଲୋକଟି ଆଜି ପୁଣି ମନେପଡ଼େ:
“ଅତି ଦର୍ପେ ହତା ଲଙ୍କା, ଅତି ମାନେ ଚ କୌରବାଃ।
ଅତି ଦାନେ ବଳିର୍ବଦ୍ଧୋ, ଅତି ସର୍ବତ୍ର ବର୍ଜୟେତ୍ ॥”
(ଅର୍ଥାତ୍: ଅତ୍ୟାଧିକ ଅହଙ୍କାର ଯୋଗୁଁ ଲଙ୍କା ବିନାଶ ହେଲା, ଅତ୍ୟାଧିକ ଅଭିମାନ ଯୋଗୁଁ କୌରବଙ୍କର ବିନାଶ ଘଟିଲା, ଅତ୍ୟାଧିକ ଦାନ ଚେତନା ଯୋଗୁଁ ରାଜା ବଳି ବନ୍ଧନରେ ପଡ଼ିଲେ; ତେଣୁ ସବୁ କ୍ଷେତ୍ରରେ ‘ଅତି’ ବା ଅତିମାତ୍ରାର ଆଚରଣକୁ ବର୍ଜନ କରିବା ଉଚିତ୍।)
ସମ୍ପ୍ରତି ଚ୍ୟାନେଲ୍ ବଦଳାଉଥିବା କିମ୍ବା ଇସ୍ତଫା ଦେଇଥିବା ଅଥବା ତଡା ଖାଇଥିବା ଚର୍ଚ୍ଚିତ “ଟିଭି ଆଙ୍କର ଅମିଶ ଦେବଗନ୍ ଓ ରୁବିକା ଲିୟାକତ୍”ଙ୍କ ଘଟଣାକୁ ଯଦି ଆମେ ଦେଖିବା, ତେବେ ଏହା “କେବଳ ଦୁଇଜଣ ସାମ୍ବାଦିକଙ୍କ ବ୍ୟକ୍ତିଗତ କ୍ୟାରିୟର ବଦଳ ନୁହେଁ, ବରଂ ନୂଆ ଯୁଗର ପ୍ରାଇମ୍-ଟାଇମ୍ ସମ୍ବାଦିକତା ପାଇଁ ଏକ ବଡ଼ ଚେତାବନୀ!”
🔹 ସଂସ୍କୃତ ଶ୍ଳୋକର ଭୁଲ ତର୍ଜମାରୁ ନେଇ ବିରୋଧ ଯାଏ”:-
ଜଣେ ଆଙ୍କରଙ୍କ ଚ୍ୟାନେଲରେ “ଲବଣଂ ଭୋଜନମ୍” ଭଳି ସଂସ୍କୃତ ଶବ୍ଦର ଭୁଲ୍ ତର୍ଜମା ଏବଂ ଅନ୍ୟଜଣଙ୍କ ଆକ୍ରାମକ ଶୈଳୀ ,ଏହି ସବୁ ଦୃଶ୍ୟ ଟିଭି ପରଦାରେ ‘ଅତି’ ମାତ୍ରାର ଆକ୍ରୋଶ, ପୋଲାରାଇଜେସନ୍ (ଧ୍ରୁବୀକରଣ) ଓ ଟିଆରପି (TRP) ପଛରେ ଧାଇଁବାର ପରିଣାମ।
🔹 “ଜନସାଧାରଣ ଓ ବିରୋଧୀଙ୍କ ଆକ୍ରୋଶ”:
ଅତିମାତ୍ରାରେ ଗୋଟିଏ ପକ୍ଷ ଗ୍ରହଣ କରିବା ଏବଂ ବିତର୍କକୁ ହାତାହାତି ସ୍ତରକୁ ନେଇଯିବା ଯୋଗୁଁ ୧୪ ଜଣ ଆଙ୍କରଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ I.N.D.I.A ସାମୁଖ୍ୟ ତରଫରୁ ମନା କରାଯାଇଥିଲା। ଏଭଳି ସାମାଜିକ ଓ ରାଜନୈତିକ ପ୍ରତ୍ୟାଖ୍ୟାନ ଦର୍ଶାଏ ଯେ “ସମ୍ବାଦିକତାରେ ଯେତେବେଳେ ସଂଯମତାର ସୀମା ଲଙ୍ଘିଯାଏ, ସେତେବେଳେ ବିଶ୍ୱସନୀୟତା ଶୂନ୍ୟ ହୋଇଯାଏ।”
🔹 ଶିକ୍ଷା:
କୌଣସି ପଦବୀ କିମ୍ବା ମାଇକ୍ରୋଫୋନ୍ ଚିରସ୍ଥାୟୀ ନୁହେଁ। ଯେତେବେଳେ ନିରପେକ୍ଷତା ଓ ନୈତିକତା ପଛରେ ପଡ଼ିଯାଏ, ସେତେବେଳେ ଇସ୍ତଫା ହେଉ କିମ୍ବା ଚ୍ୟାନେଲ୍ ବଦଳ,ପରଦା ପଛର ନିଷ୍ଠୁର ସତ୍ୟ ଆଗକୁ ଚାଲିଆସେ।
ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସେଠାରେ ସଂଯମତା, ସତ୍ୟତା ଓ ସାଲିସହୀନ ନିରପେକ୍ଷତା ରହିବା ନିହାତି ଆବଶ୍ୟକ। ନଚେତ, ‘ଅତି’ ର ପରିଣାମ ସଦାସର୍ବଦା ପତନ ଆଡ଼କୁ ନେଇଯାଏ।
🔹ଆଗେ ଆଗେ ଦେଖିଏ ହୋତା ହୈ କ୍ୟା!
MediaEthics
(By: Tusharkant Satpathy)











