Spread the love

ବ୍ୟାଙ୍କ ଧର୍ମଘଟକୁ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କର ସମର୍ଥନ

କଟକ ତା୨୭/୯ ଦର୍ଶନ ସମୀକ୍ଷା

ବୁଝାମଣା ଅନୁଯାୟୀ ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସର କାର୍ଯ୍ୟ କାରିତା, କାର୍ଯ୍ୟ ପ୍ରଦର୍ଶନ ଭିତ୍ତିକ ଭତ୍ତା ବା ପିଏଲ ଆଇରେ ଚରମ ଅସାମଞ୍ଜସ୍ୟର ପ୍ରତ୍ୟାହାର, ସମାନପେନସନ ପ୍ରଦାନସହ ଅନ୍ୟାନ୍ୟ ଦାବିରେ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନରସର ଆନ୍ଦୋଳନ ଓ ଧର୍ମଘଟକୁ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କ ମିଳିତ ମଞ୍ଚ ଏଆଇଟିୟୁସି, ଆଇଏନଟିୟୁସି,ଏଚ ଏମ ଏସ,ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ,ସେଓ୍ଵା,ଏଲ ପିଏଫ,ଟିୟୁସିସିୟୁଟିୟୁସି ଓଏନ ଏଫ ଆଇ ଆଇ ଟିୟୁ ପକ୍ଷରୁ କିଶୋର ଜେନା, ରବିନାରାୟଣ ମଲ୍ଲିକ, ମନୋରଞ୍ଜନ ମହାରଣା, ସନ୍ତୋଷ କୁମାର ଭୋଳ, ରାଜକିଶୋର ମଲ୍ଲିକ, ଯୁଧିଷ୍ଠିର ମହାରଣା ଓ କେଶବ ଷଡ଼ଙ୍ଗୀ ସମର୍ଥନ ଜଣାଇଛନ୍ତି। ସରକାର ମୁକାବିଲା ମନୋଭାବ ପରିହାର କରି ଭାରତୀୟ ବ୍ୟାଙ୍କସ ଆସୋସିଏସନ ସହ ୟୁଏଫଵିୟୁର ୮ ମାର୍ଚ୍ଚ ୨୦୨୪
ଚ ବୁଝାମଣାକୁ କାର୍ଯ୍ୟକାରୀ କରିବାକୁ ଟ୍ରେଡୟୁନିୟନ ମାନଙ୍କ ମିଳିତ ମଞ୍ଚ ଦାବି କରୁଛି।