Spread the love

ସାହିତ୍ୟ ମାସିକୀ କାର୍ଯ୍ୟକ୍ରମ
“କବିତାରେ ମାନବ ସଭ୍ୟତାର ଅସଲ ଇତିହାସ ଅଛି “

ଭୁବନେଶ୍ୱର 26.09 ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଜୀବନ ପ୍ରତି ଅନୁରାଗ ଓ ଅନୁଗତ୍ୟ ହେଉଛି କବିତାର ଧର୍ମ | ଏହା ପଢିଲା ପରେ ଯାହା ମନରେ ରୁହେ ତାହାହିଁ
କବିତାର ସ୍ୱର ବୋଲି ପ୍ରାକ୍ତନ ପ୍ରଶାସକ ଓ ସାହିତ୍ୟିକ ଡ଼. କୃଷ୍ଣ ଚନ୍ଦ୍ର ବଳ ଉଲ୍ଲେଖ କରିଛନ୍ତି |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ "ସାହିତ୍ୟ ମାସିକୀ"ରେ ଯୋଗ ଦେଇ ଡ଼. ବଳ କହିଲେ ଯେ କବିତାରେ 

ଜୀବନ ଖୋଲିବାର ଅନେକ ବାଟ ଖୋଲିଯାଏ | ପ୍ର. ସନ୍ତୋଷ ତ୍ରିପାଠୀ, ନନ୍ଦ କିଶୋର ବିଶ୍ୱାଳ ଓ ପ୍ରଦୀପ୍ତ କୁମାର ବିଶ୍ୱାଳ ଡ଼. ବଳଙ୍କୁ
ବିଭିନ୍ନ ପ୍ରଶ୍ନ କରିଥିଲେ |

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁବ କବି ସୁଶ୍ରୀ ଶୀତଲ ମିଶ୍ର “ଏ ମାସର କବି ” ଭାବରେ ଯୋଗ ଦେଇ ସ୍ୱରଚିତ ଲେଖା ପାଠ କରିଥିଲେ |

ପରେ ଉପସଭାପତି ମିନତି ଦାଶ ଓ ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ରଙ୍କ ମିଳିତ ସଂଯୋଜନାରେ ଆୟୋଜିତ
କବିତା ପାଠୋତ୍ସବରେ ମିହିରକାନ୍ତି ଦାଶ, ସ୍ଵର୍ଣ୍ଣଲତା ସତପଥି, ମହେନ୍ଦ୍ର କୁମାର ମଲ୍ଲିକ, ଶଂତାପ ଜେନା,ଇତିଶ୍ରୀ ପତି,ସୁଶାନ୍ତ ଷଡ଼ଙ୍ଗୀ,
ନିରୁପମା ରଥ, ଅଳକା ରାୟ, ବିଜୟ
ମହାପାତ୍ର, ଶ୍ୟାମାକିଙ୍କର ମହାନ୍ତି, ନୃସିଂହ ତରାଇ, ଅକ୍ଷୟ ବେହେରା, ଚିତ୍ତରଞ୍ଜନ ମହାନ୍ତି, ଶୈଳେନ୍ଦ୍ର ଜେନା, ବିରଞ୍ଚି ଶତପଥି, ପବିତ୍ର ବାରିକ, ସବିତା ଶତପଥୀ, ଅଶୋକ ସିଂହ, ଗୀତାଞ୍ଜଳି ଦଳାଇ, ମିନତି ମିଶ୍ର, ପ୍ରଦ୍ୟୁମ୍ନ ପଟ୍ଟନାୟକ, ରଜନୀକାନ୍ତ ପଟ୍ଟନାୟକ, ଜୟନାରାୟଣ ନନ୍ଦ, ଶ୍ରୀମନ୍ତ ନନ୍ଦ, ଡ଼. ବାସନ୍ତୀ ମହାନ୍ତି, ଅଲେଖ ରାଉତ, ମଧୁଳିତା ପରିଡା, ଶ୍ରାବଣୀ ମିଶ୍ର, ଦିଲ୍ଲୀପ ସ୍ୱାଇଁ, ବାଦଲ ମହାନ୍ତି, ଅଭୟ ନାରାୟଣ ନାୟକ, ରଶ୍ମିତା ବେହେରା, ଘନବିହାରୀ ମହାରଣା, ବିଷ୍ନୁପ୍ରିୟା ଜେନା ଓ ବିଦ୍ୟୁତପ୍ରଭା ଗନ୍ତାୟତ ପ୍ରମୁଖ କବିତା ପାଠ କରିଥିଲେ |

ଟ୍ରଷ୍ଟର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରଂଭରେ ଡାକ୍ତର ଜୀବନକୃଷ୍ଣ ମିଶ୍ର ବେଦ ପାଠ କରିଥିବା ବେଳେ ଅନ୍ୟତମ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |