Spread the love

କନ୍ଧମାଳ : ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଚାଷୀ ହନ୍ତସନ୍ତ , ମରାମତି ପାଇଁ ଦାବି

କନ୍ଧମାଳ କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଭୃଙ୍ଗିଯୋଡ଼ି ପଞ୍ଚାୟତ ଭୃଙ୍ଗିଯୋଡ଼ି ଗ୍ରାମର ଅନେକ ଚାଷୀ ବିଦ୍ୟୁତ ସମସ୍ୟା ଯୋଗୁଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି l ଚାଷୀ ବର୍ତ୍ତମାନ ବିଦ୍ୟୁତ ସମସ୍ୟା ଯୋଗୁଁ ଚାଷକାର୍ଯ୍ୟ ରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗ୍ରାମର ଚାଷୀ ଟୁଡି କହଁର ଙ୍କ ସମେତ ଅନେକ ଚାଷୀ ଜଳସେଚନ ବ୍ୟବସ୍ଥା ବନ୍ଦ ହେଇଯିବାରୁ ଚାଷ କାମରେ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛନ୍ତି l ଅଭିଯୋଗ ମୁତାବକ ତିନି ମାସ ତଳେ କାଳବୈଶାଖୀ ବର୍ଷା ଓ ପବନ ସମୟରେ ଏକ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା l ଏହା ଫଳରେ ଚାଷ ଜମିକୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇ ଯାଇଥିବା ବେଳେ ମୋଟର ଚାଲୁ ନହେବାରୁ ଜଳସେଚନ କାର୍ଯ୍ୟ ସମ୍ପୁର୍ଣ ଠପ୍ ପଡିଛି l ଚାଷ କାମ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ମାନେ ତିନିମାସ ହେଲା ବିଭିନ୍ନ ସମସ୍ୟା ଭୋଗୁଥିବା ଜଣାପଡ଼ି l ବାରମ୍ବାର ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଙ୍କ ଅଭିଯୋଗ ସତ୍ତ୍ୱେ ସମ୍ପୃକ୍ତ ବିଭାଗୀୟ ପକ୍ଷରୁ ଏପର୍ଯ୍ୟନ୍ତ କୈଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଖୁଣ୍ଟ ମରାମତି କିମ୍ବା ପୁନଃ ସ୍ଥାପନ କାର୍ଯ୍ୟ ହୋଇନଥିବା ଚାଷୀମାନେ କହିଛନ୍ତି l ଆଗାମୀ ଚାଷ ଋତୁକୁ ଦୃଷ୍ଟି ରେ ରଖି ତୁରନ୍ତ ବିଦ୍ୟୁତ ଖୁଣ୍ଟ ମରାମତି କରି ବିଦ୍ୟୁତ ସଂଯୋଗ ସ୍ବୋଭାବିକ କରିବା ପାଇଁ ପ୍ରଭାବିତ ଚାଷୀମାନେ ପ୍ରଶାସନ ଓ ବିଦ୍ୟୁତ ବିଭାଗୀୟ ନିକଟରେ ଦାବି ଜଣେଇଛନ୍ତି l ଯଦି ବିଦ୍ୟୁତ ଖୁଣ୍ଟ ମରାମତି ର ସମସ୍ୟା ସମାଧାନ ନହେଲେ ଚାଷୀ କ୍ଷତିଗ୍ରସ୍ତ ହେବା ସହ ଚାଷୀ ପରିବାରର ଜୀବିକା ଉପରେ ଗୁରୁତ୍ବ ପ୍ରଭାବ ବଢିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି l ଖବର ପ୍ରସାରଣ ପରେ ବିଦ୍ୟୁତ ବିଭାଗ ଶୁଣୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଛି l