ପିପୁଲ୍ଲ ହାଈସ୍କୁଲ ମିନି ଷ୍ଟାଡିୟମର ଅବସ୍ଥା ଶୋଚନୀୟ
ଭଗ୍ନ ପ୍ରାଚୀର ସହ ଲତାବୁଦାରେ ପରିପୂର୍ଣ୍ଣ
ବୁଗୁଡ଼ା,୨୦।୯(ଡ.କୁମୁଦ ଚନ୍ଦ୍ର ବେହେରା) ଦର୍ଶନ ସମୀକ୍ଷା
:ବୁଗୁଡ଼ା ପିପୁଲ୍ଲ ହାଈସ୍କୁଲ ମିନି ଷ୍ଟାଡିୟମ୍ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏଥି ସହ ଷ୍ଟାଡିୟମ ଭିତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଘରଟି ପାନୀୟ ଜଳ ସମସ୍ୟା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ଅବ୍ୟବସ୍ଥା ହେତୁ ତାହା ଖେଳାଳୀଙ୍କ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁପଯୋଗୀ ହୋଇପଡିଛି। ସ୍ଥାନୀୟ ନିର୍ବାଚିତ ପ୍ରତିନିଧୂ ଓ ସରକାରୀ ଅଧୂକାରୀମାନଙ୍କ ଅପାରଗତା ଓ ଉଦାସୀନତା ମନୋଭାବ ଯୋଗୁଁ ବୁଗୁଡ଼ା ଅଞ୍ଚଳର କେଉଁଠି ହେଲେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ନିମନ୍ତେ ଉପଯୁକ୍ତ କ୍ରୀଡା ପ୍ରାଙ୍ଗଣଟିଏ ନଥିବା ବେଳେ ବାଧ୍ୟବାଧକତା ହେତୁ ସହର ମଧ୍ୟରେ ଶୋଚନୀୟ ଅବସ୍ଥାରେ ଥିବା ଏହି ପିପୁଲ୍ଲ ହାଈସ୍କୁଲ ମିନି ଷ୍ଟାଡିୟମରେ ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାମଚଳା କ୍ରୀଡା ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଅଛି। ଏହି ମିନି ଷ୍ଟାଡିୟମରେ ଆୟୋଜିତ ଅନେକ ସରକାରୀ ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ବହୁ ବଡବଡ ନେତା ଏବଂ ଉଚ୍ଚପଦସ୍ଥ ଅଧୂକାରୀମାନେ ଯୋଗଦେଇ ଫେରିଥିଲେ ହେଁ ଏହାର ଦୁରବସ୍ଥାକୁ ଅଣଦେଖା କରିଛନ୍ତି। କିଛି ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ମିନି ଷ୍ଟାଡିୟମଟି ନିର୍ମାଣ କରିବା ସମୟରେ ମଧ୍ୟ ପଡିଆଟିକୁ ସମତୁଲ କରାଯାଇନଥିଲା, ଯାହାକି ଆଜି ପର୍ଯ୍ୟନ୍ତ ସେହିପରି ଅସମତୁଲ ଅବସ୍ଥାରେ ରହିଛି। ଷ୍ଟାଡିୟମର ଭଙ୍ଗା ପାଚେରୀ ନିର୍ମାଣ ନିମନ୍ତେ ପିପୁଲ୍ଲ ହାଈସ୍କୁଲ କର୍ତ୍ତୃପକ୍ଷ ସ୍ଥାନୀୟ ପୂର୍ତ୍ତ ବିଭାଗକୁ ନିବେଦନ କରିଥିଲେ ହେଁ ତାହାର କୌଣସି ସୁଫଳ ମିଳିନାହିଁ। ଏଣୁ, ଏହି ମିନି ଷ୍ଟାଡିୟମଟିକୁ କ୍ରୀଡା ଉପଯୋଗୀ କରିବା ଦିଗରେ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଶୋଚନୀୟ ଅବସ୍ଥାରେ ରହିଛି। ସମଗ୍ର ଷ୍ଟାଡିୟମର ଭୂପୃଷ୍ଠ ଅସମତୁଲ ରହିଥିବା ବେଳେ ଦୁଇ-ପଞ୍ଚମାଂଶ ଲତାବୁଦାରେ ପରିପୂର୍ଣ୍ଣ ରହିଛି। ଫଳରେ ଅବଶିଷ୍ଟ ସ୍ଥାନରେ ଖେଳାଖେଳି ସମୟରେ ଜଖମହେବାର ଭୟ ରହୁଛି। ଅନ୍ୟପକ୍ଷରେ ଷ୍ଟାଡିୟମର ପାଚେରୀ ଦୁଇଟି ସ୍ଥାନରେ ଭାଙ୍ଗି ଯାଇଛି। ଗତ ଗ୍ରୀଷ୍ମ ଅବକାଶରେ କାଳବୈଶାଖୀ ପ୍ରଭାବରେ ଗୋଟିଏ ସ୍ଥାନରେ ପାଚେରୀର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ଷ୍ଟାଡିୟମକୁ ଅବାଧ ପ୍ରବେଶ କରୁଥିବା











