ଭୁବନେଶ୍ୱରରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ।

Spread the love

ଭୁବନେଶ୍ୱରରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ସମ୍ପନ୍ନ।

-ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନକୁ ସଫଳ କରିବା ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ ।

-ଓଡ଼ିଶା ର ସାଙ୍ଗଠନିକ 36 ଜିଲ୍ଲା ପାଇଁ କାର୍ଯ୍ୟକର୍ତ୍ତା ଚୟନ ସମାପନ

ଭୁବନେଶ୍ୱର, ୧୪/୯ : ଦର୍ଶନ ସମୀକ୍ଷା

ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ, ଓଡ଼ିଶା ପ୍ରଦେଶର କାର୍ଯ୍ୟକାରିଣୀ ବୈଠକ ଆଜି ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସଙ୍ଗଠନର ବିଭିନ୍ନ ଜିଲ୍ଲାରୁ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।
ବୈଠକରେ ରାଷ୍ଟ୍ରୀୟ ସଙ୍ଗଠନର କେନ୍ଦ୍ରୀୟ କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ସତ୍ୟେନ୍ଦ୍ର ଦୁବେ ଯୋଗଦେଇ କର୍ମକର୍ତ୍ତାମାନଙ୍କୁ ସଙ୍ଗଠନର ଲକ୍ଷ୍ୟ, ଦାୟିତ୍ୱ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏଥିସହିତ କେନ୍ଦ୍ରୀୟ ନିର୍ଣ୍ଣାୟକ ମଣ୍ଡଳ ଅଧକ୍ଷ ଆଡଭୋକେଟ୍ ଅଭୟାନନ୍ଦ ମିଶ୍ର ଉପସ୍ଥିତ ରହି ନିଜର ମତାମତ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ବୈଠକରେ ଆଗାମୀ ୩୦ ତାରିଖରେ ପୁଣ୍ୟ ନୀଳାଚଳ ଧାମ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଗଠନର ରାଷ୍ଟ୍ରୀୟ ଅଧିବେଶନ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। ସଙ୍ଗଠନର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଡଃ ସୁନୀତି ମୁଣ୍ଡ ରାଷ୍ଟ୍ରୀୟ ଅଧିବେଶନର ଉଦ୍ଦେଶ୍ୟ, ଆୟୋଜନ ଓ ଆଗାମୀ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଧାରଣା ପ୍ରଦାନ କରିଥିଲେ।
ଅଧିବେଶନକୁ ସଫଳ ଓ ସୁସଂଗଠିତ କରିବା ପାଇଁ ପ୍ରଦେଶର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ପୂର୍ଣ୍ଣ ମନୋନିବେଶ, ଏକତା ଓ ସମନ୍ୱୟର ସହିତ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୁରୀ ଧାମରେ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଅଧିବେଶନ ସଙ୍ଗଠନର ଆଗାମୀ କାର୍ଯ୍ୟଧାରାକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବ ବୋଲି ବୈଠକରେ ଆଶା ପ୍ରକାଶ ପାଇଥିଲା।
ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନେ ନିଜ ନିଜ ଅଞ୍ଚଳର ସଙ୍ଗଠନାତ୍ମକ କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସମ୍ପର୍କରେ ମତାମତ ରଖିଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗ, ଏକାଗ୍ରତା ଓ ସମନ୍ୱୟରେ ବୈଠକଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ଅର୍ଜୁନ ମହାରଣା, ଜଗନ୍ନାଥ ପରିଡ଼ା, ଦୀପକ ସ୍ୱାଇଁ, ଦେବାଶିଷ ସାମନ୍ତରାୟ , ସୁଶାନ୍ତ କୁମାର ମିଶ୍ର, ଟାଇଫୁନ୍ ଦାସ୍, ସୌଦାମିନୀ ସାମଲ, ନମିତା ମାଧି ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ କେନ୍ଦ୍ରୀୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ ବୈଠକକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ. ସୁନୀତି ମୁଣ୍ଡ
ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ, ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ
ମୋ : 9778311533