ପୋଲିସ ଜାଲରେ ମୂଖ୍ୟ ଖଣି ଚୋର

Spread the love

ରୁଙ୍ଗଟା ମାଇନ୍ସରୁ ୪୦ଲକ୍ଷ ପିଗ-ଆଇରନ ଚୋରି କମ୍ପାନୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଖଜୁରିଆକଟା ୧୩/୯ (ଦର୍ଶନ ସମୀକ୍ଷ)ା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ନିମବହାଳି ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା ମାଇନ୍ସ ରୁ ୪୦ଲକ୍ଷ ଟଙ୍କାର ପିଗ ଆଇରନ ଚୋରି ମାମଲାରେ ଦୁର୍ଦ୍ଧାନ୍ତ ଆନ୍ତଃରାଜ୍ୟ ଆଇରନ ମାଫିଆକୁ ପୋଲିସ ଗିରଫ କରିବାସହ ଦୁଇଟି ଟ୍ରଲର ଜବତ କରିଛି।ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା ମାଇନ୍ସ କମ୍ପାନୀରୁ ପିଗ ଆଇରନ ଚୋରି ହୋଇଥିବା ନେଇ ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଆଡିଶନାଲ ଜିଏମ ସିକ୍ୟୁରିଟି ତରୁଣ ଦୁବେ ବାଲିମି ଥାନାରେ ଗତ ୯/୯/୨୦୨୬ରେ ଏତଲା ଦେବାପରେ ବାଲିମି ଥାନା ରେ କେଶନଂ 234dt ୯/୯/୨୦୨୬,U/S-61(2)/303(2)/316(3)/317(2),3(5)BNS ରେ ମାମଲା ରୁଜ୍ଜୁ ହୋଇ ମୁଖ୍ୟଅଭିଯୁକ୍ତ ଦୁର୍ଦ୍ଧାନ୍ତ ଆନ୍ତଃରାଜ୍ୟ ଆଇରନ ମାଫିଆ ନୟାପଲ୍ଲୀର ରଶ୍ମିରଂଜନ ଭୂୟାଁଙ୍କୁ ପୁରୀରୁ ବାଲିମି ପୋଲିସ ଗିରଫ କରିବାସହ ଦୁଇଟି ଟ୍ରଲର ନଂ -OD09AB4333 ଏବଂ ନଂ-OD09Z2577 ନମ୍ବର ଗାଡିକୁ ପ୍ରାୟ ୪୦ଲକ୍ଷ ଟଙ୍କାର ଆଇରନ ଚୋରି ପରିବହନରେ ବ୍ୟବହୃତ ପାଇଁ ଜବତ କରିଛି।ତେବେ ବାଲିମି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏହି ହାଇପ୍ରୋଫାଇଲ ଆଇରନ ଡକାୟତି ମାମଲାରେ ଡ୍ରାଇଭର ଧନୁ ନାଏକ ଗୁଡ୍ଡୁ ପ୍ରତାପ ସିଂ, ବରପାଲର ବାବୁଲ ବେହେରା, ଖୁଣ୍ଟୁଣୀର ବିଶାଳ ରାଉତ ଓ ଜରପଡାର ସୁଶାନ୍ତ ସାହୁ(ଛୁଟି) ଙ୍କୁ ଧରିବାକୁ ଏବଂ ଚୋରି ଆଇରନ ଜବତ କରିବାକୁ ଜୋରଦାର ଉଦ୍ୟମ କରୁଥିବା ଜଣାପଡିଛି। ତେବେ ଏହି ହାଇପ୍ରୋଫାଇଲ ଆନ୍ତଃରାଜ୍ୟ ଆଇରନ ଡକାୟତି ଘଟଣା ଢେଙ୍କାନାଳ ଜିଲ୍ଲା ତଥା ଓଡିଶାରେ ଚାଞ୍ଚଲ୍ୟ ଖେଳାଇଦେଇଛି