ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ-୨୦୨୬କୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି ବିରୋଧୀ ଦଳ: ଅମର ପଟ୍ଟନାୟକ
ପୂର୍ବ ସରକାର ମାଇନିଙ୍ଗ ସେକ୍ଟରର ଉନ୍ନତି ପାଇଁ କିଛି କରିନଥିଲେ
ସୁନା ଅଣ୍ଡା ଦେଉଥିବା କୁକୁଡାକୁ ମାରି ଦେବା ଭଳି ବିଜେଡି ସରକାର ଖଣି ଏବଂ ଖଣିଜ ସଂପଦ କ୍ଷେତ୍ରକୁ ବ୍ୟବହାର କରି ହରିଲୁଟ କରିଥିଲା
ରାଜ୍ୟର କ୍ଷମତା ହ୍ରାସ ହେବା, ସଂଘୀୟ ବ୍ୟବସ୍ଥା କୁଠାରଘାତ ହେବା, ରାଜ୍ୟର ଆର୍ଥିକ କ୍ଷତି ହେବା ଭଳି ବିରୋଧୀଙ୍କ ବକ୍ତବ୍ୟ ଅତ୍ୟନ୍ତ ଭ୍ରମାତ୍ମକ ଓ ହାତ୍ସ୍ୟାସ୍ପଦ
ବିରୋଧୀ ଦଳଗୁଡିକ ନୂତନ ସଂଶୋଧିତ ଆଇନ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବେ ପଢିନାହାନ୍ତି କିମ୍ବା ବୁଝିବାକୁ ଅସମର୍ଥ
ଶାହା କମିଶନ ସୁପାରିଶ ଆଧାରରେ ତତ୍କାଳୀନ ବିଜେଡି ସରକାର କାହିଁକି ଖଣି ଦୁର୍ନୀତିର ସିବିଆଇ ତଦନ୍ତକୁ ବିରୋଧ କରିଥିଲେ ?
ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ-୨୦୨୬ କାର୍ଯ୍ୟକାରୀ ହେବା କାରଣରୁ ଓଡିଶା ରାଜ୍ୟରେ ଖଣି କ୍ଷେତ୍ରରେ ସଂସ୍କାର ଓ ପାରଦର୍ଶିତା ଆସିବା ସହିତ ଅର୍ଥନୀତିରେ ଦୃତ ପ୍ରଗତି ହୋଇଛି
ସଂଶୋଧିତ ରୟାଲ୍ଟି ନୀତି ଓ ଇ-ଅକ୍ସନ କାରଣରୁ ଓଡିଶାର ଖଣି ରାଜସ୍ୱ ଆଦାୟରେ ୮୬୧ ପ୍ରତିଶତ ଉନ୍ନତି ହୋଇଛି
ରାଜ୍ୟର କ୍ଷମତା ଯାହା ଥିଲା, ତାହା ସଂପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ ଏହା ଦ୍ୱାରା ରାଜ୍ୟର କ୍ଷତି ନୁହେଁ ବରଂ ଲାଭ ହେବ
ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ପାଇବ, ନୂତନ ରୋଜଗାର ଓ ନିଯୁକ୍ତି ସୃଷ୍ଟି ହେବ, ‘ଇଜ୍ ଅଫ୍ ବିଜିନେସ’ ତ୍ୱରିତ ହେବ











