କହି ଦିଅନ୍ତି ପରକୁ, ବୁଦ୍ଧି ନ ଦିଶଇ ଘରକୁ //ମୁସଲମାନ ଙ୍କୁ ଭାରତରୁ ବାହାର କରିବା ହିନ୍ଦୁ ଚିନ୍ତାଧାରା ନୁହେଁ -ତୁଷାରକାନ୍ତ ଶତପଥୀ ଭୁବନେଶ୍ୱର

Spread the love


“ମୂଲ୍ଲା ନସିରୁଦ୍ଦିନ ଗଳ୍ପମାଳା ଓ ବାସ୍ତବତା”
ସ୍ତମ୍ଭର ୧୬ତମ ଅର୍ଘ୍ୟ;
“କହି ଦିଅନ୍ତି ପରକୁ, ବୁଦ୍ଧି ନ ଦିଶଇ ଘରକୁ…”
(ମୁଲ୍ଲା ନସରୁଦ୍ଦିନ୍‌ଙ୍କୁ ତୁର୍କୀ ପରମ୍ପରାରେ ୧୩ଶ ଶତାବ୍ଦୀର ଧର୍ମଗୁରୁ, ଶିକ୍ଷକ ଓ ବିଚାରପତି ଭାବେ ଦର୍ଶାଯାଏ; ପାରମ୍ପରିକ ଭାବେ ତାଙ୍କ ଜନ୍ମ ୧୨୦୮ ଓ ମୃତ୍ୟୁ ୧୨୮୪ ବୋଲି କୁହାଯାଏ। କିନ୍ତୁ ଆଜି ପ୍ରଚଳିତ ହଜାର ହଜାର ହାସ୍ୟରସାତ୍ମକ କାହାଣୀକୁ ତାଙ୍କ ନିଜ ଜୀବନର ଘଟଣା ବୋଲି ଧରିନେବା ଠିକ୍‌ ନୁହେଁ। ଏଗୁଡ଼ିକ ମୁଖ୍ୟତଃ ଶତାବ୍ଦୀ: ଶତାବ୍ଦୀ ଧରି ବିକଶିତ ଲୋକକଥା ପରମ୍ପରା, ଯେଉଁଥିରେ ପ୍ରାଚୀନ ଆରବୀୟ ହାସ୍ୟଚରିତ୍ର “ଜୁହା (Juḥā/Joha)”ଙ୍କ କାହାଣୀ ମଧ୍ୟ ମିଶିଛି। ଏଥିରେ ,ବିଭିନ୍ନ ଦେଶ ଓ ଭାଷାର ନୂଆ ନୂଆ କାହାଣୀ ଯୋଡ଼ିହେବା ଓ ପୁରୁଣା କାହାଣୀ ବଦଳାଯିବା ଫଳରେ ଏହି ବିଶାଳ ପରମ୍ପରା ଗଢ଼ିଉଠିଛି।)
(୧) ମୂଲ୍ଲାଙ୍କ ସମ୍ପର୍କିତ ଗପ 👇
ଦିନେ ମୂଲ୍ଲା ନସିରୁଦ୍ଦିନ ରାସ୍ତାରେ ଯାଉଥିବା ବେଳେ ଦେଖିଲେ,
“ଜଣେ ବ୍ୟକ୍ତି ନିଜ ଘରର ଅଳିଆକୁ ପଡ଼ୋଶୀଙ୍କ ଘରର ବଗିଚା ଆଡ଼କୁ ପକାଇ ଦେଉଛନ୍ତି।”
*ମୂଲ୍ଲା ତାଙ୍କୁକହିଲେ,
“ଭାଇ, ନିଜ ଘର ସଫା କର। ଅଳିଆକୁ ପଡ଼ୋଶୀ ଘର ଆଡ଼କୁ ଠେଲିଦେଲେ ତୁମ ଘର ସଫା ହୋଇଯିବ ନାହିଁ।”
*ଲୋକଟି କହିଲେ,
“ମୂଲ୍ଲା, ମୁଁ ମୋ ଘର ଦେଖିବି। ପଡ଼ୋଶୀଙ୍କ ଘରର ଅଳିଆ ଦେଖିବା ମୋ କାମ ନୁହେଁ।”
*ମୂଲ୍ଲା ହସି ହସି କହିଲେ—
“ସେଇଥିପାଇଁ ତ ତୁମ ଆଖି ଦୁଇଟି ପଡ଼ୋଶୀ ଘର ଆଡ଼କୁ ଓ ବୁଦ୍ଧିଟା ନିଜ ଘର ବାହାରେ ରହିଛି!”
ଗପଟି ଏତିକି। କିନ୍ତୁ ମୂଲ୍ଲାଙ୍କ କଥାର ମଜା ଏଇଠି ଯେ;
“ଏହା କେବଳ ହସାଏ ନାହିଁ, ବରଂ ଏହା ଆମକୁ ନିଜ ଆଡ଼କୁ ମଧ୍ୟ ଥରେ ଚାହିଁ ଦେଖିବାକୁ ବାଧ୍ୟ କରେ। ଅନ୍ୟକୁ ଉପଦେଶ ଦେବା ସହଜ; ସେହି ଉପଦେଶଟି ନିଜ ଜୀବନରେ ପ୍ରୟୋଗ କରିବା ହିଁ ପ୍ରକୃତ ପରୀକ୍ଷା।”
(୨) ଗପଟି ପରେ ,ବାସ୍ତବତା ଉପରେ ଆଧାରିତ ସୂଚନା 👇;
ତା୨୯.୦୮.୨୦୨୬ରିଖରେ ଆମେରିକାର ନ୍ୟୁୟର୍କରେ ଆୟୋଜିତ “Faith Leaders Conference”ରେ RSS ମୁଖ୍ୟ ତଥା ଆମ ମହାନ ସାଂସ୍କୃତିକ ଐତିହ୍ୟର ଏକନମ୍ବରୀ ଧ୍ୱଜବାହକ,
ପରମ ସମ୍ମାନୀୟ ଡଃ ମୋହନ ଭାଗବତଜୀ କହିଛନ୍ତି,
“ଯେଉଁ ହିନ୍ଦୁ ଭାବନ୍ତି ଯେ ‘ମୁସଲମାନମାନଙ୍କୁ ଭାରତରୁ ବାହାର କରିଦିଆଯିବା ଉଚିତ’, ସେ ନୁହନ୍ତି।ମାନବଜାତିର ଏକତା ସମ୍ପର୍କରେ ହିନ୍ଦୁ ଚିନ୍ତାଧାରାରେ ଏପରି ବହିଷ୍କାରର ସ୍ଥାନ ନାହିଁ।”
ଏହା ହିଁ ତାଙ୍କ ବକ୍ତବ୍ୟର ସାରମର୍ମ ।“ବସୁଧୈବ କୁଟୁମ୍ବକମ-ସମଗ୍ର ପୃଥିବୀକୁ ଗୋଟିଏ ପରିବାର ଭାବେ ଦେଖିବା”ର ଆମ ମହାନ ଭାରତୀୟ ଚିନ୍ତାଧାରା ସହିତ ଏହି ବାଣୀ
ମେଳ ଖାଉଛି।
ଆମେରିକାର ମାଟିରେ ଦଣ୍ଡାୟମାନ ହୋଇ “ମୁସଲମାନଙ୍କୁ ଭାରତରୁ ବାହାର କରିବା ହିନ୍ଦୁ ଚିନ୍ତାଧାରା ନୁହେଁ” ବୋଲି କହିବା ଅତିସୁନ୍ଦର ଓ ସ୍ୱାଗତଯୋଗ୍ୟ କଥା।
ତେବେ, “ଯେ କୌଣସି ଚିନ୍ତାଧାରାର ପ୍ରକୃତ ପରୀକ୍ଷା ବିଦେଶର ମଞ୍ଚରେ ଦିଆଯାଇଥିବା ଭାଷଣରେ ନୁହେଁ; ନିଜ ଦେଶର ମାଟିରେ ସେହି ଚିନ୍ତାଧାରା କିପରି ଆଚରଣରେ ପ୍ରତିଫଳିତ ହେଉଛି, ସେଥିରେ।”
( ଫଟୋକୁ ଓ ଲେଖାଟି ଛୁଇଁଦେଇ ଦେଖନ୍ତୁ/ପଢନ୍ତୁ।)