ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ହିନ୍ଦୋଳ ସବଡିଭିଜନ ର ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କାର୍ଯକ୍ରମ ।
ଢେଙ୍କାନାଳ । ତା ୩୧/୦୮ : ଦର୍ଶନ ସମୀକ୍ଷା
ଗତ କାଲି ମୂଷଳ ଧାରା ବର୍ଷା ସତ୍ତ୍ୱେ ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍ (ଦାଦା) ର କର୍ମକର୍ତ୍ତା ମାନେ, ବାଙ୍କଟିଆ ସ୍ଥିତ ଗଣେଶ୍ୱର କ୍ଲବ ର ସହଭାଗିତା ରେ, ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କୁଟୁନିଆ ପଞ୍ଚାୟତ ରେ ଅବସ୍ଥିତ ଖରିଡାଳି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ବିଭିନ୍ନ ପ୍ରକାର ର ଔଷଧୀୟ ବୃକ୍ଷ ସହ ନଡ଼ିଆ ଏବଂ ଲେମ୍ବୁ ଗଛ ସହ ପ୍ରାୟ ୫୦ ଟି ବୃକ୍ଷ ରୋପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତରଫରୁ ସ୍କୁଲ ର କୃତି ଏବଂ ମେଧାବୀ ଛାତ୍ରୀ ଐଶ୍ବର୍ୟା ବେହେରା ଙ୍କୁ ଉପଢୌକନ ସହ ୧୦୦୧ ଟଙ୍କା ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରା ଯାଇଥିଲା ।
ତତ୍ପରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ବାଙ୍କଟିଆ ସ୍ଥିତ ଗଣେଶ୍ୱର କ୍ଲବ ପ୍ରାଙ୍ଗଣରେ ମଧ୍ୟ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଜାରି ରଖିଥିଲେ । ଏହି ପରିପ୍ରେକ୍ଷୀରେ ଦାଦା ର ବରିଷ୍ଠତମ ଉପଦେଷ୍ଟା ଡ଼. ନିର୍ମଳ ଚନ୍ଦ୍ର ଦାସ , ତାଙ୍କ ବାପା ବିଶିଷ୍ଟ ସାହିତ୍ୟବିତ୍ ସ୍ବର୍ଗତ ଶରତ ଚନ୍ଦ୍ର ଦାସ ଙ୍କ ଦ୍ଵାରା ରଚିତ ପୁସ୍ତକ ସମସ୍ତ ସାହିତ୍ୟ ପ୍ରେମୀ ଙ୍କୁ ପ୍ରଦାନ କରିଥିଲେ ।
ଏହାକୁ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ କିଶୋର କୁମାର ମିଶ୍ର, ସଭାପତି ଡ଼. କୃଷ୍ଣ ଚନ୍ଦ୍ର ଆଇଚ, କୋଷାଧ୍ୟକ୍ଷ ଶ୍ରୀ ସର୍ବେଶ୍ୱର ବରାଳ, ଉପ ସାଧାରଣ ସମ୍ପାଦକ ଶ୍ରୀ ଅମ୍ବୁଜ କୁମାର ଶତପଥୀ , ଗଣେଶ୍ୱର କ୍ଲବ ର ସଭାପତି ତଥା ଦାଦା ସଙ୍ଗଠନ ର ଆଞ୍ଚଳିକ ସମ୍ପାଦକ ଶ୍ରୀ ଶ୍ରୀନିବାସ ମିଶ୍ର, ସ୍ଥାନୀୟ ପରିବେଶବିତ୍ ଶ୍ରୀ ରତିକାନ୍ତ ଗଡ଼ନାୟକ ଙ୍କ ସହ ସଂଗଠନ ର ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ରେ ସୁଚାରୁ ରୂପେ ପରିଚାଳନା କରିଥିଲେ ଏବଂ ଦାଦା ର ଏହିପରି କାର୍ଯକ୍ରମ ଗୁଡିକୁ ସବୁ ଜାଗାରୁ ତଥା ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲା ର ବାସିନ୍ଦା ମାନଙ୍କ ଠାରୁ ପ୍ରଶଂସା ର ସୁଅ ଛୁଟୁଛି।











