Spread the love

ସ୍ୱାୟତ୍ତ ଶାସନ ଦିବସ ପାଳନ ସମୟରେ ମଞ୍ଚ ଉପରେ ଅଧକ୍ଷାଙ୍କୁ ଅଭିଭାଷଣ ପାଇଁ ମିଳିଲାନି ସୁଯୋଗ।

ନିମାପଡ଼ା, ୩୧/୦୮: ଦର୍ଶନ ସମୀକ୍ଷା

ପୁରୀ ଜିଲ୍ଲା ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ବିଜୁ ପଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ଏନଏସି ଅଧକ୍ଷାଙ୍କୁ ମଞ୍ଚ ଉପରେ ଉପେକ୍ଷାକୁ ନେଇ କ୍ଷଭୋ ପ୍ରକାଶ କରିଛନ୍ତି ଖୋଦ ଅଧକ୍ଷା। ମଞ୍ଚ ଉପରେ ତାଙ୍କୁ ନିଜର ଅଭିଭାଷଣ ରଖିବା ପାଇଁ ମଧ୍ୟ ମାଇକ ଦିଆଯାଇନଥିବା ଦେଖିବାକୁ ମିଳିଥିବା ବେଳେ ସେ କହିଛନ୍ତି ନିମାପଡା ଏନଏସିରେ ବର୍ତ୍ତମାନ ଅଫିସର ରାଜ ଚାଲୁଛି।

ଯଦି ସେ କୌଣସି ଉନୟନ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା କରିବାକୁ ଚାଁହୁଛନ୍ତୁ ତେବେ ବ୍ରିଟିଶ ଶାସନ ଚାଲିବା ଭଳି ତାଙ୍କର କୌଣସି କଥାକୁ ଗୁରୁତ ଦିଆଯାଉନାହୁଁ।ଏନେଇ ଅଧକ୍ଷା ସସ୍ମିତା ସାହୁ ସିଧା ସଳଖ ଗଣ ମାଧ୍ୟମ ସାମନାରେ କ୍ଷଭୋ ପ୍ରକାଶ କରିଥିବା ବେଳେ ସମସ୍ତ ନିଷ୍ପତି କାଉଁସିଲରଙ୍କ ରେଜୁଲେସନ ଅନୁଯାୟୀ କାର୍ଯ୍ୟକାରୀ କରାଯାଉଛି ଏବଂ ଅଧକ୍ଷାଙ୍କୁ whatsapp ମାଧ୍ୟମରେ ମ୍ୟସେଜ ଦିଆଯାଉଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ଆଭିଭାଷଣ ପାଇଁ ସଭା କାର୍ଯ୍ୟ ବିଳମ୍ଭ ହେବା ଯୋଗୁଁ ଉପସ୍ଥିତ ଲୋକଙ୍କର ଖାଇବା ସମୟ ହୋଉଯାଇଥିଲା ତେଣୁ ଅଧକ୍ଷାଙ୍କୁ ଆଭିଭାଷଣ ଦେବା ପାଇଁ ସୁଯୋଗ ଦିଆ ଯାଇନଥିଲା ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ କହିଛନ୍ତି।