ମାଙ୍କଡ 🐒 ହାତରେ ଶାଳଗ୍ରାମ,ନଚେଇ ନଚେଇ ନିଏ ପ୍ରାଣ -ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର

Spread the love

କାହିଁକି କେଜାଣି, ତା୨୩.୦୮.୨୦୨୬ରିଖର
କଥାଟିପାଇଁ ,
“ମାଙ୍କଡ 🐒 ହାତରେ ଶାଳଗ୍ରାମ,
ନଚେଇ ନଚେଇ ନିଏ ପ୍ରାଣ”
ଭଳି ଓଡ଼ିଆ ଲୋକକଥାଟିଏ
ଆପେ ଆପେ ବାଛି ହୋଇଗଲା।
(୧) ଆମେ ଏବେ ଏହି ଲୋକକଥାଟିର ସାରମର୍ମଗୁଡିକ କଣ, ସେସବୁ ଉପରେ ଆଲୋକପାତ କରିବା। ଏଗୁଡିକ ହେଉଛନ୍ତି;
(କ)ଅଯୋଗ୍ୟତାର ପରିଣାମ:- ଶାଳଗ୍ରାମ ହେଉଛନ୍ତି ପୂଜନୀୟ ଓ ପବିତ୍ର ଶିଳା। କିନ୍ତୁ ମାଙ୍କଡ଼ମାନଙ୍କ ନିକଟରେ ଏହାର ଧାର୍ମିକ କିମ୍ବା ଆଧ୍ୟାତ୍ମିକ ମୂଲ୍ୟ ବୁଝିବାର ଜ୍ଞାନ ନଥାଏ। ସେମାନେ ଏହାକୁ କେବଳ ଏକ ଖେଳନା ଭାବି ନଚାଇ ନଚାଇ ଶେଷରେ ନଷ୍ଟ କରିଦିଅନ୍ତି।
(ଖ)ଭୁଲ୍ ନିଷ୍ପତ୍ତି:- କୌଣସି ଦାୟିତ୍ୱହୀନ ବ୍ୟକ୍ତିକୁ କ୍ଷମତା, ଧନ କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଭାର ଦେଲେ, ସେ ନିଜର ଅଜ୍ଞାନତା ଯୋଗୁଁ ସେହି କାର୍ଯ୍ୟ କିମ୍ବା ଜିନିଷକୁ ସମ୍ପୂର୍ଣ୍ଣ ବର୍ବାଦ କରିଦିଏ।
(ଗ)ବ୍ୟବହାରିକ ଚେତାବନୀ:- ପ୍ରକୃତ ଗୁଣି ଓ ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ କ୍ଷମତା କିମ୍ବା ମୂଲ୍ୟବାନ୍ ସମ୍ପତ୍ତି ସମ୍ଭାଳିବାକୁ ଦିଆଯିବା ଉଚିତ; ନଚେତ୍ ଫଳାଫଳ ବିପଜ୍ଜନକ ହୋଇଥାଏ।
(୨) ଏହିଠାରେ ହୁଏତ ଜିଜ୍ଞାସାଟିଏ ଉଠିପାରେ ଯେ, ଆଜି ହଠାତ୍ କାହିଁକି ଏହି “ମାଙ୍କଡ ହାତରେ ଶାଳଗ୍ରାମ,
ନଚେଇ ନଚେଇ ନିଏ ପ୍ରାଣ” ଲୋକକଥାଟି ମନେ ପଡିଗଲା! ତେଣୁ,ଏହାର ଉତ୍ତରକୁ ତଳେ ସ୍ଥାନିତ କରିଛି;
(୩) ଉତ୍ତର:-କିଛିମାସ ତଳେ ଶ୍ରୀମତି ଅଜ୍ଞ୍ୟାନେଶି କୁମାରୀ ମୂଖ୍ୟ ରହିଥିବା ନିର୍ବାଚନ କମିଶନଙ୍କ କର୍ତ୍ତୁକ ଆଫ୍ରିକା ମହାଦେଶର ସର୍ବବୃହତ ଜଙ୍ଗଲ ଅଞ୍ଚଳର ସ୍ଥାନୀୟ ନିର୍ବାଚନରେ ମାଙ୍କଡଟିଏ ସେହି ଅଞ୍ଚଳର ମୂଖ୍ୟ ପଦବୀ “ଜଙ୍ଗଲର ମହାରାଜା 👑”ଋପେ ନିର୍ବାଚିତ ହୋଇଥିଲେ। “ସମସ୍ତଙ୍କୁ ସମାନ ନ୍ୟାୟ, ସୁବିଧା ସୁଯୋଗ ଦିଆଯିବ, ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ”ଇତ୍ୟାଦି ଇତ୍ୟାଦି ସାମ୍ୟବାଦୀ ସ୍ଳୋଗାନଗୁଡିଏ ଜରିଆରେ ସେ ବହୁ ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ।
ମାଙ୍କଡମହାରାଜାଙ୍କ ପାଖରେ ପ୍ରଥମ ବିଚାରଟି,”ବାଘଟିଏ 🐅 ଗୋଟିଏ ହରିଣ ଦମ୍ପତିଙ୍କ ଛୁଆଟିଏ🦌 କୁ ଖାଇଦେବା ପରେ ,ହରିଣ ଦମ୍ପତିଙ୍କର ମାଙ୍କଡମହାରାଜାଙ୍କ ନିକଟରେ ଏଭଳି ଅନ୍ୟାୟ ବିରୁଦ୍ଧରେ ଅଭିଯୋଗ” ଆକାରରେ ଥିଲା।
ମାଙ୍କଡମହିରାଜା ଜାଣିଥିଲେ ଯେ, ହରୀଣ ଦମ୍ପତି ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ ତାଙ୍କର ବିରୋଧୀ ପ୍ରତିଦ୍ବନ୍ଦିଙ୍କ ସପକ୍ଷରେ କାମ କରି ସେହି ପ୍ରତିଦ୍ବନ୍ଦିକୁ ଭୋଟ ଦେଇଥିଲେ।
ତଥାପି ମଧ୍ୟ, “ନିର୍ବାଚିତ ହେବାପରେ ସବୁ ପ୍ରଜା ମୋ ଆଖିରେ ସମାନ” ଭଳି ସେଠାର ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ, ହରିଣୀର ଅଭିଯୋଗଟିକୁ ଶୁଣି ମାଙ୍କଡମହାରାଜା ଗଛକୁ ଗଛ ଡେଇଁବାରେ ଲାଗିରହି ଝାଳନାଳ ହୋଇଯିବାର ଦେଖି, ହରିଣୀଟୀ, ” ଆମ ସମସ୍ୟାର ସମାଧାନ ନକରି ଆପଣ ଏ କଣ କରୁଛନ୍ତି ମହାରାଜ” ଭଳି ପ୍ରଶ୍ନଟିଏର ଉତ୍ତରରେ ଡେଇଁ ଡେଇଁ ଝାଳନାଳରେ ବୁଡିଥିବା ତଥା ଅବଶ ହୋଇପଡିଥିଵା ମାଙ୍କଡମହାରାଜା ଧଇଁ ସଇଁ ଅବସ୍ଥାରେ ଥାଇ ମଧ୍ୟ ଅତି ଜୋରରେ ରାଗିଯାଇ ଉଚ୍ଚସ୍ୱରରେ ଧମକାଇ କହିଥିଲେ, “ବାଘ 🐅 ତାର କାମ କଲା, ମୁଁ 🐒 ମୋ ବିଚାର ଦେବାକୁ ଏତେସରି ହେଲିଣି, ତଥାପି ତୁମେ ପ୍ରଶ୍ନ ପଚାରୁଛ, ଭାଗୋ ମାଗୋ, ନଚେତ ବାଘ, ସିଂହ 🦁 ଚରିତ୍ରର ମୋର ପୋଲିସ🚨 ତଥା ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଗୁଡିକୁ ଲଗେଇ….” କହିବାକ୍ଷଣି ,
ହରୀଣ ଦମ୍ପତି, ମହାରାଜା ଅନ୍ୟାନ୍ୟ ଶବ୍ଦଗୁଡ଼ିକ ଉଚ୍ଚାରଣ କରିବା ପୂର୍ବରୁ ପୋଲିସ ଇତ୍ୟାଦିଙ୍କ ଭୟରେ “ମହାରାଜା, ଇତିମଧ୍ୟରେ ଆମେ ବଢିଆ ଧୁଲେଇ ପାଉଡର ପଡ଼ିଥିବା ସଦ୍ୟତମ ମଡେଲର ଧୁଲେଇମେସିନରେ ପଶି ଓ ଆପଣଙ୍କ ପ୍ରତିଦ୍ବନ୍ଦିଙ୍କୁ ସମର୍ଥନ କରିବା ଜନିତ ପାପରୁ ମୁକ୍ତହୋଇ 🫧 ଏବେ ଆପଣଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ଶରଣାପନ୍ନ ” କହିବାପରେ, ମାଙ୍କଡମହାରାଜା,
” ଏ ହୁଇ ନା ବାତ୍, ସାଧୁ ସାଧୁ, ଆଉ ଭୟଭୀତ ହେବା ଦରକାର ନାହିଁ, ମୁଁ ମୋ ନିଜହାତରେ ରଖିଥିବା ବିଭିନ୍ନ ବିଭାଗ ଭିତରୁ ହରିଣକୁ ଅର୍ଥ ବିଭାଗର ମନ୍ତ୍ରୀ କଲି” ଘୋଷଣା କରିବାପରେ ସମଗ୍ର ଜଙ୍ଗଲ ଅଞ୍ଚଳଟି , ଆମନେତା ସୁରଭାଇଙ୍କ “ମାର ତାଳି”ଆଦର୍ଶରେ ଅନୁପ୍ରାଣିତ ପ୍ରଜାଗଣ “ପ୍ରବଳ ତାଳିମାଡ, ମହାରାଜାଙ୍କର ଜୟ” ଧ୍ୱନିରେ ପ୍ରକମ୍ପିତ ⚡ ହୋଇଥିଲା।
“ପ୍ରତ୍ୟେକ ରାଷ୍ଟ୍ର ତାହାର ଯୋଗ୍ୟ ଶାସନ ପାଇଥାଏ” (Every nation has the government it deserves) ,
ଏଭଳି ପ୍ରସିଦ୍ଧ ଉକ୍ତିଟି ସାଭୋୟାର୍ଡ଼ ଦାର୍ଶନିକ ତଥା କୂଟନୀତିଜ୍ଞ ଜୋସେଫ୍ ଡେ ମେଷ୍ଟ୍ର (Joseph de Maistre), ୧୮୧୧ ମସିହା ଅଗଷ୍ଟ ୧୫ ତାରିଖରେ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ଏହା ତାଙ୍କର ‘Lettres et Opuscules Inédits’ ପୁସ୍ତକରେ ପ୍ରକାଶିତ ହୋଇଥିଲା। ୧୮୧୧ ମସିହା ୨୦୨୪ ମସିହାରୁ ସେମିତି କିଛି ବେଶି ଦୂରର ନୁହେଁ।”
(The famous line, “Toute nation a le gouvernement qu’elle mérite” (“Every nation has the government it deserves”), was written by the Savoyard philosopher and diplomat Joseph de Maistre in a letter dated August 15, 1811. It was later published in his work ‘Lettres et Opuscules Inédits’. Remarkably, 1811 is not all that far removed from the year, 2024.)

ସବୁ ସେହି ମହାରାଜାଙ୍କର ମାୟା ଓ ପ୍ରଜାଗଣ ନିମିତ୍ତ ମାତର ଓ ତାଙ୍କ ଆୟତ୍ତରେ।
(ଉପରେଥିବା ଫଟୋକୁ ଛୁଇଁଦେଇ ସମ୍ପୂର୍ଣ୍ଣ ଫଟୋକୁ ଦେଖି ହେବ/