ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ……
ରାଉରକେଲା: ଦର୍ଶନ ସମୀକ୍ଷା
ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନ ର ମୁଖ୍ୟ ପରିଚାଳିକା ଭଗବତୀ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ସତ୍ୟବନ୍ତ ସାଲମା ପ୍ରାୟ ୫୦ ଜଣ ବ୍ୟକ୍ତିଙ୍କ ବ୍ଲଡ଼ ପ୍ରେସର, ମଧୁମେହ,ବିଏମଆଇ,ବଡିଫ୍ୟାଟ୍,
ୱଟର ଲେବୁଲ,ମସଲ ମାସ, ବୋନମାସ ଆଦି ପରୀକ୍ଷା କରିଥିବା ବେଳେ ଚର୍ବି ଓ ଖାଦ୍ୟ ନିୟନ୍ତ୍ରଣ ସମ୍ପର୍କରେ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ଃ ସୁମନ ଦତ୍ତ, ସସ୍ମିତା ପ୍ରଧାନ, ପ୍ରକାଶ ମହାପାତ୍ର, ମଳୟ କୁମାର ନାଗ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ର ସଫଳତା ପାଇଁ ଭଗବତୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।











