ସ୍ୱାମୀ ବିବେକାନନ୍ଦ କ୍ଳବ ପଡିଲା ବିରାଟ ଗଛ
ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଜାରୀ ରହିଥିବା ଲଗାଣ ବର୍ଷା ଯୋଗୁ ବାଲିମେଳା ସହରରେ ଥିବା ସ୍ୱାମୀ ବିବେକାନନ୍ଦ କ୍ରୀଡା ଓ ସାଂସ୍କୃତିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ଥିବା ଏକ ବିରାଟ କାୟ ଆମ୍ବ ଗଛ ଗତକାଲି ବୁଧବାର ବିଳମ୍ବିତ ରାତିରେ ଉପୁଡି ପଡି କ୍ଲବ ଘର ଉପରେ ପଡିଥିଲା।ଏସମ୍ପର୍କରେ ଗୁରୁବାର ସକାଳେ କ୍ଲବ ପରିଚାଳନା କମିଟିର ସଭାପତି ଶିବଦତ୍ତ ସାହୁ ବରିଷ୍ଠ କର୍ମକର୍ତ୍ତା ସିମାଞ୍ଚଳ ପ୍ରଧାନ, ରାଜେଶ ସିଂ, ପ୍ରକାଶ ହରିଜନଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଘଟଣା ସମ୍ପର୍କରେ କୋରୁକୋଣ୍ଡା ଅଗ୍ନିଶମ ବିଭାଗକୁ ଜଣାଇଥିଲେ।ସୂଚନା ପାଇ କୋରୁକୋଣ୍ଡା ଅଗ୍ନିଶମ ବିଭାଗର ଅଧିକାରୀ କିଶୋର ମଲିକଙ୍କ ନେତୃତ୍ୱରେ ଭଗବାନ ଭୂୟାଁ, ଧନସିଂ ଭତ୍ରା, ଆଶିଷ କୁମାର ବାଘ , ରଞ୍ଜିତ ଭୋଇ, ଲାଇବନ ବାଘଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ମେସିନ ସାହାର୍ଯ୍ୟରେ ଉକ୍ତ ଗଛକୁ କାଟି ସଫା କରିଥିଲେ।ଗଛ ପଡିବା ଦ୍ୱାରା ଏହି କ୍ଲବ ଘରର ଛତର ଟିଣ ଫାଟି ଆଁ କରିବା ସହିତ ଘରର ବାରଣ୍ଡା ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛି। ଗଛ ପଡିବା ଯୋଗୁ ଏହି ସ୍ୱାମୀ ବିବେକାନନ୍ଦ କ୍ଲବ ଘରର ହୋଇଥିବା କ୍ଷୟ କ୍ଷତିର ଆକଳନ କରିବା ପାଇଁ କ୍ଲବ କତୃପକ୍ଷ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳଙ୍କୁ ଏବଂ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ମଧ୍ୟ ଅବଗତ କରାଇଥିଲେ। ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଛ ପଡି ଭାଙ୍ଗି ଥିବା କ୍ଲବ ଘରର ତୁରନ୍ତ ମରାମତି କରିବାକୁ କ୍ଲବ କତୃପକ୍ଷ ଏବଂ ଅଞ୍ଚଳବାସୀ ନିବେଦନ କରିଛନ୍ତି।












Leave a Reply