Spread the love

ସତ୍ୟନଗର ଲେଡିଜ୍ ଫୋରମ୍
ଭୁବନେଶ୍ୱର, ଓଡ଼ିଶା
ତାରିଖ: ୨୮ ଜୁଲାଇ ୨୦୨୬

ବିଷୟ: ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଭୀମପୁରଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।
ଭୁବନେଶ୍ୱର:
ଆଜି ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ୱାର୍ଡ ନମ୍ବର-୫୨, ଭୀମପୁର (ଏୟାରପୋର୍ଟ ନିକଟବର୍ତ୍ତୀ) ନୂଆ ୱାର୍ଡ ଅଫିସ୍‌ଠାରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଆପଲୋ ହସ୍ପିଟାଲ୍ ଓ ମଣିପାଲ୍ ହସ୍ପିଟାଲ୍‌ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ମହିଳାମାନଙ୍କ ପାଇଁ ହେମୋଗ୍ଲୋବିନ୍ (ରକ୍ତ) ପରୀକ୍ଷା, CBC, ଆଖି ପରୀକ୍ଷା (Eye Testing) ଏବଂ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ୧୦୦ ରୁ ଊର୍ଦ୍ଧ୍ୱ ମହିଳା ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇଛନ୍ତି।
ଏହି କାର୍ଯ୍ୟକ୍ରମକୁ ସତ୍ୟନଗର ଲେଡିଜ୍ ଫୋରମ୍‌ର ସମ୍ପାଦିକା ଅନୁରାଧା ଦାଶ୍ ସଫଳତାର ସହ ପରିଚାଳନା ଓ ଆୟୋଜନ କରିଥିଲେ।
ଏହି ସ୍ୱାସ୍ଥ୍ୟ ଶିବିରରେ ଫୋରମ୍‌ର ସଭ୍ୟା ଦୀପ୍ତି ବେହେରା, କିରଣବାଳା ମିଶ୍ର ଓ ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ ସକ୍ରିୟ ଭାବେ ଉପସ୍ଥିତ ଥିଲେ।
ଏହାଛଡ଼ା, କାର୍ଯ୍ୟକ୍ରମ ପରିଚାଳନା ଏବଂ ସହଯୋଗ କ୍ଷେତ୍ରରେ ସ୍ଥାନୀୟ ପ୍ରତିନିଧି ଭାବେ ସ୍ନେହାଶ୍ରୀ ମହାନ୍ତି, ନଳିନୀ ମିଶ୍ର, ମନୋଜ ପାତ୍ର, କର୍ପୋରେଟର୍ ଶ୍ରୀଧର ବେହେରା ଓ ପଞ୍ଚାନନ ସାହୁ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ।
ସ୍ୱାକ୍ଷର:
ଅନୁରାଧା ଦାଶ୍
ସମ୍ପାଦିକା, ସତ୍ୟନଗର ଲେଡିଜ୍ ଫୋରମ୍
ଭୁବନେଶ୍ୱର

Leave a Reply

Your email address will not be published. Required fields are marked *