୧୫୭୫ // କୁଜଙ୍ଗ ରାଜା ଅନନ୍ତ ନରେନ୍ଦ୍ର ସାମନ୍ତ ବିଶର ମହାନ୍ତି ଆଣିଥିବା ବ୍ରହ୍ମ ପଦାର୍ଥକୁ ନେଇ ଗୁହାଳ ଭିତରେ ଲୁଚାଇଥିଲେ। କୁଜଙ୍ଗ ରାଜାଙ୍କ ମୃତ୍ୟୁ ପରେ ଜଣେ ମାତ୍ର ଜାଣିଥିଲେ, ସେ ହେଉଛନ୍ତି ଖଣ୍ଡାୟତ ହାତୀ ବାହୁବଳୀନ୍ଦ୍ର।

Spread the love

ଓଁ ଶ୍ରୀଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ

କ୍ଷେତ୍ର ପରିକ୍ରମା ଅବସରରେ “ଗଡ଼ କୁଜଙ୍ଗରେ ‘ବ୍ରହ୍ମ ପଦାର୍ଥ’ ଙ୍କ ବିଜେ” -:- ଘନଶ୍ୟାମ କବି ଭୂଷଣଙ୍କ ତାଳଚେର ଇତିହାସ ପୁସ୍ତକରେ ଉଲ୍ଲେଖ ପ୍ରକାରେ ରାମଚନ୍ଦ୍ର ଦେବ ରାଜଗୁରୁଙ୍କ ମନ୍ତ୍ରଣାରେ ୧୫୭୫ ଖ୍ରୀଷ୍ଟାବ୍ଦରେ ଗଡ଼ କୁଜଙ୍ଗରୁ ବ୍ରହ୍ମ ପଦାର୍ଥ ଅଣାଇଥିଲେ। କୁଜଙ୍ଗ ରାଜା ଅନନ୍ତ ନରେନ୍ଦ୍ର ସାମନ୍ତ ବିଶର ମହାନ୍ତି ଆଣିଥିବା ବ୍ରହ୍ମ ପଦାର୍ଥକୁ ନେଇ ଗୁହାଳ ଭିତରେ ଲୁଚାଇଥିଲେ। କୁଜଙ୍ଗ ରାଜାଙ୍କ ମୃତ୍ୟୁ ପରେ ଜଣେ ମାତ୍ର ଜାଣିଥିଲେ, ସେ ହେଉଛନ୍ତି ଖଣ୍ଡାୟତ ହାତୀ ବାହୁବଳୀନ୍ଦ୍ର। ରାଜାଙ୍କ ପ୍ରତିନିଧି, ରାଜଗୁରୁ ପ୍ରମୁଖ ବିଶର ମହାନ୍ତିଙ୍କୁ ଧରି ଏକ ମହା ପଟୁଆରରେ କୁଜଙ୍ଗରେ ପହଞ୍ଚିଥିଲେ।ବାହୁ ବଳୀନ୍ଦ୍ର ବ୍ରହ୍ମ ପଦାର୍ଥ କଥା କହିବା ମାତ୍ରେ ମୃତ୍ୟୁ ବରଣ କରିଥିଲେ।ଯେ ଏକଥା ପ୍ରଘଟ କରାଇବ ତା ଛାତି ଫାଟିଯିବ ବୋଲି କୁଜଙ୍ଗର ରାଜା ନିୟମ କରାଇଥିଲେ। ବାସ୍ତବରେ ତାହା ହିଁ ହେଲା।

ବିଶର ମହାନ୍ତି ବ୍ରହ୍ମ ପଦାର୍ଥ ଆଣି କୁଜଙ୍ଗରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି କଣା ଦେଇ ବ୍ରହ୍ମ ପଦାର୍ଥ ଦେଖିବାକୁ ଚେଷ୍ଟା କରିବାରୁ ନିଜର ଚକ୍ଷୁ ହରାଇ ଥିଲେ।ତାର ବିକଳ ଦେଖି ପାଖ ନଦୀରେ ବିଶର ମହାନ୍ତି ମୁହଁ ଧୋଇବାକୁ ପରାମର୍ଶ ଦେଇଥିଲେ, ତାପରେ ବ୍ୟକ୍ତି ଜଣକ ଦୃଷ୍ଟି ଶକ୍ତି ଫେରି ପାଇଥିଲେ। ଫଳରେ ସେହି ଦିନଠାରୁ ସେ ନଈର ନାମ ଆଖି ଫିଟା ନଈ ନାମରେ ପରିଚିତ।

Leave a Reply

Your email address will not be published. Required fields are marked *