କଥାଟି ହେଉଛି,
“ଓଡ଼ିଆ ରାଗିଗଲେ ହିନ୍ଦି ଭାଷାରେ କୁହନ୍ତି”
ଭଳି ଲୋକକଥାଟିର ଆଧାରରେ, ସରକାରଙ୍କ ଅର୍ଥର
ଅପବ୍ୟବହାର ଉପରେ ମୁଁ ରାଗିଯାଇ, ଆଜି ” ସରକାର କା ମାଲ୍, ଦରିଆ ମେ ଡାଲ୍ ” ଭଳି ହିନ୍ଦି ଭାଷାର ମୂହାବୁରାଟିଏ ଉପରେ ଉଦାହରଣଟିଏ 👇 ଥୋଇଦେଇଛି,
ଯାହାର ଶୀର୍ଷକ ହେଉଛି:-
“ଯେହେତୁ ମହାମହିମଗଣଙ୍କର ଅବସର ଗ୍ରହଣ ପରେ ପୁନଃ ନିଯୁକ୍ତି ଦରକାର।”
ଏହାର ଉତ୍ସ (Source):-
ଏବକୁ ଦିବଙ୍ଗତ ବିଜେପିନେତା, ପୂର୍ବତନ ମନ୍ତ୍ରୀ
ଶ୍ରୀ ଅଋଣ ଜେଟଲୀ ମହାଶୟ, ତା୦୧.୧୦.୨୦୧୨ରିଖରେ ରାଜ୍ୟସଭାର ବିରୋଧୀଦଳ ତଥା ବିଜେପିର ଆଗଧାଡିର ନେତା ଥିବା ସମୟରେ “ବିଜେପି ଆଇନ ପ୍ରକୋଷ୍ଠ – BJP LEGAL CELL”ର ସଦସ୍ୟମାନଙ୍କୁ ଉଦବୋଧନ ଦେଇ କହିଥିଲେ, “ଦୁଇପ୍ରକାରର ବିଚାରପତି ଅଛନ୍ତି , ଯେଉଁମାନଙ୍କ ଭିତରୁ କିଛି ଆଇନ ଜାଣନ୍ତି ଓ କିଛି ଆଇନମନ୍ତ୍ରୀଙ୍କୁ।ଅବସରଗ୍ରହଣ ପୂର୍ବର ଅନେକ ନିଷ୍ପତ୍ତି (Judgement )ଅବସରଗ୍ରହଣ ପରର ପୁନଃନିଯୁକ୍ତି ପାଇଁ ପ୍ରେରିତ ଥାଏ।ମୁଁ (ଜେଟଲୀ ମହାଶୟ)ଶ୍ରୀ ବାଜପେୟୀଜୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ସମୟରେ ଏଭଳି ଅବସରପ୍ରାପ୍ତମାନଙ୍କ ସହିତ ଭେଟ ହେଲେ ଡରୁଥିଲି, କାଳେ ସେମାନେ ନିଜର ଚରିତ୍ରପଞ୍ଜିକା (Biodata) ମୋତେ ଧରେଇ ଦେଇ ପୁନଃନିଯୁକ୍ତି ମାଗିବେ ବୋଲି।”
ପୁନଃଶ୍ଚ ,୨୦୧୩ ମସିହାରେ ରାଜ୍ୟସଭାରେ “ନ୍ୟାୟିକ ସଂସ୍କାର- JUDICIAL REFORMS BILLl” ଆଲୋଚନାରେ ଭାଗନେଇ
ସେ କହିଥିଲେ,”ମୁଁ (ଶ୍ରୀ ଜେଟଲି) ଭାବୁଛି ଯେ, ଆଇନ ପ୍ରଣୟନ କ୍ଷେତ୍ରରେ ଆମେ ବହୁ ଆଗକୁ ପଳାଉଛନ୍ତି,ଯଥା ଅବସରପ୍ରାପ୍ତ ବିଚାରପତିମାନଙ୍କ ପାଇଁ ଅବସର ଗ୍ରହଣ ପରେ ପୁନଃନିଯୁକ୍ତି ପାଇଁ ପଦବୀ ସୃଷ୍ଟି ।ଆମେ ସଂସଦରେ ତାହା ନକଲେ, ବିଚାରପତିମାନେ ନିଜେ ତାହା ସୃଷ୍ଟି କରୁଛନ୍ତି। ‘ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି’। ଅବଶ୍ୟ କିଛି ବ୍ୟତିକ୍ରମ ବି ଅଛନ୍ତି, ଯେଉଁମାନେ ଆତ୍ମସମ୍ମାନଧାରୀ”ବୋଲି କହିଥିଲେ।
କିନ୍ତୁ ସେ ୨୦୧୪ ମସିହାରେ ମୋଦିଜୀଙ୍କ ମନ୍ତ୍ରୀଥିବା ସମୟରେ, “ସଦ୍ୟ ସେବାନିବୃତ୍ତ ଜଣେ ପ୍ରଧାନ ବିଚାରପତିଙ୍କୁ ରାଜ୍ୟପାଳ କରା ଯାଇଥିଲା ଓ ତାଙ୍କ ଅନ୍ତେ ୨୦୧୯ ମସିହାରେ ଆଉ ଜଣେ ସଦ୍ୟ ଅବସରପ୍ରାପ୍ତ ପ୍ରଧାନ ନ୍ୟାୟାଧୀଶଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରା ଯାଇଥିଲା” ସମଗ୍ର ଦେଶରେ ଯାହାର ସଂଖ୍ୟା ଅସୁମାରୀ। ତେଣୁ, ସେହିଭଳି ଲୋଭରେ ବଶବର୍ତ୍ତୀ ହୋଇ ଅନ୍ୟମାନେ ଯଦି ସେଇଆ କରନ୍ତି, ତେବେ ସେମାନଙ୍କୁ ଆମେ କାହିଁକି ଅବା ଦୋଷ ଦେବା?
ଜରୁରୀକାଳୀନ ପରିସ୍ଥିତି ପରେ ଗଠିତ ଜନତା ପାର୍ଟି ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିବା (ଏବେ ବିଜେପି ମାର୍ଗଦର୍ଶକ ମଣ୍ଡଳୀର ପ୍ରମୁଖ) ଶ୍ରୀ ଲାଲକୃଷ୍ଣ ଆଡଭାନୀ କହିଥିଲେ,
” ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁ ଗଣମାଧ୍ୟମର ଲୋକମାନଙ୍କୁ ଆଣ୍ଠେଇବାକୁ କୁହାଯାଉଥିଲା, ସେମାନେ ଆଣ୍ଠେଇବା ବଦଳରେ ଗୁଋଣ୍ଡୁଥିଲେ”।
ଏବଂ ସେ ନିଜେ ସେତେବେଳେ କେନ୍ଦ୍ର “Information & Broadcasting ବିଭାଗର ମନ୍ତ୍ରୀ” ଦାୟିତ୍ବରେ ରହି ସେହିକାଳୁ ଗଣମାଧ୍ୟମକୁ…!
ଶ୍ରୀ ଜେଟଲୀ “ନ୍ୟାୟପାଳିକା”, ଶ୍ରୀ ଆଡଭାନୀ “ଗଣମାଧ୍ୟମ ” ଭଳି ଗଣତାନ୍ତ୍ରିକ ଖୁଣ୍ଟ ବାବଦରେ ଏଭଳି କହିବାରୁ ଶିଖି, “ବାବୁତନ୍ତ୍ର ଖୁଣ୍ଟଟିର ମହାମହିମଗଣ”, ଏଭଳି ଆଦର୍ଶକୁ କାୟମନୋବାକ୍ୟରେ ଆପଣେଇ ନେଇଥିବାର ଫଳାଫଳ ବାବଦରେ ଦୈନିକ ହଜାର ହଜାର ପ୍ରମାଣ ଉପଲବ୍ଧ ହେଉଛି, ଯେଉଁଥିରୁ ଗୋଟିଏ ବାବଦରେ ତଳେଥିବା ଲେଖାରେ ଆଉ ଟିକିଏ ଫେଣେଇ ଦିଆଯାଇଛି 👇:-
୨୦୧୬ ମସିହାରେ ସାର୍ବଜନୀନ କ୍ଷେତ୍ରର କମ୍ପାନୀ
“ପେଟ୍ରୋନେଟ୍ ଏଲଏନଜି”ର ଅର୍ଥ “ମନ୍ତ୍ରୀଙ୍କ ପରିବାରର ଆନ୍ତର୍ଜାତୀୟ ଫୋନ୍ ବିଲ୍ ଦିଆଯିବା ପାଇଁ ବ୍ୟବହୃତ ହୋଇଥିଲା”
(୧)ପ୍ରକାଶ ପାଇଥିବା ଆଭ୍ୟନ୍ତରୀଣ ଦଲିଲରୁ ଜଣାପଡ଼ିଛି ଯେ, “୨୦୧୬ ମସିହାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କ ବିଦେଶ ଗସ୍ତ ସମୟରେ, ତାଙ୍କର ବ୍ୟକ୍ତିଗତ ୬୮,୪୨୪ ଟଙ୍କାର ଆନ୍ତର୍ଜାତୀୟ ମୋବାଇଲ୍ ରୋମିଂ ବିଲ୍ ‘ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍” (ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନସ୍ଥ ଏକ ସାର୍ବଜନୀନ ଉଦ୍ୟୋଗ) ଦ୍ୱାରା ଏଭଳି ସେବା ଯୋଗାଉଥିବା ଟେଲିଫୋନ ସଂସ୍ଥାକୁ କରାଯାଇଥିଲା”।
( ୨)ଏହାପରେ ,ପେଟ୍ରୋନେଟର ଅର୍ଥବିଭାଗ ବରିଷ୍ଠ ଅଧିକାରୀମାନେ ଏକ ଆଭ୍ୟନ୍ତରୀଣ ଟିପ୍ପଣୀ ଦେଇ “ଘଟଣାପର post-facto ଆଧାରରେ ଏହି ଖର୍ଚ୍ଚକୁ ମଞ୍ଜୁର ମଞ୍ଜୁର କରାଯାଇପାରେ” ଭଳି ଲେଖି,”ଏଭଳି କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ଉଦ୍ୟମ କରାଯିବା ଉଚିତ” ଭଳି ମନ୍ତବ୍ୟ ବି ଦେଉଥିଲେ।
(୩) କିନ୍ତୁ ପ୍ରଶ୍ନଟି ହେଉଛି, “ସଠିକ ଭାବେ ଖର୍ଚ୍ଚ କରିବାକୁ ନିଯୁକ୍ତ ଅଧିକାରୀ ଏଭଳି ବେନିୟମ କାର୍ଯ୍ୟ କଲେ କିପରି ଏବଂ
ସରକାରୀ କର୍ପୋରେଟ୍ ରାଜସ୍ୱ କ’ଣ ବ୍ୟକ୍ତିଗତ ପାରିବାରିକ ଖର୍ଚ୍ଚ ବହନ କରିବା ପାଇଁ ଉଦ୍ଦିଷ୍ଟ?”
ଏଠାରେ ପ୍ରଣିଧାନଯୋଗ୍ୟ ଯେ, ୨୦୧୪ ମସିହା ଲୋକସଭା ନିର୍ବାଚନ ପ୍ରଚାର କାଳରେ, ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଋପେ ଘୋଷିତ ତଥା ତା୨୫.୦୫.୨୦୨୪ରିଖରୁ ଆଜି ପର୍ଯ୍ୟନ୍ତ ଆମର ଯଶସ୍ୱୀ ବିଶ୍ୱଗୁରୁ ପଦବୀରେ ଆସୀନ ଶ୍ରୀ ନରେନ୍ଦ୍ର ମୋଦୀ ମହାଶୟ,ତା୧୨.୦୪.୨୦୧୪ରିଖରେ “ନେହିଁ ଖାଉଙ୍ଗା , ଖାନେ ନେହିଁ ଦୁଙ୍ଗା” ଭଳି ଆହ୍ୱାନଟିଏ ପ୍ରଥମ ଥର ପାଇଁ ଦେଇ ଏହାକୁ ବାରମ୍ବାର ଦୋହରାଇଥିଲେ।
ଏହାପରେ,ତା୧୬.୦୫. ୨୦୧୪ ରିଖରେ ନିର୍ବାଚନ ଫଳାଫଳ ଆସିବା ଦିନ,ସେ “ଅହମ୍ମଦାବାଦ (ଖାନପୁର)ରେ ହୋଇଥିବା ବିଜୟ ସମାବେଶ”ରେ ଏହି ସ୍ଲୋଗାନଟିକୁ ପୁନର୍ବାର ଦୋହରାଇଥିଲେ, ଯାହା ଗଣମାଧ୍ୟମରେ ସେତେବେଳେ ପ୍ରମୁଖ ଖବର ପାଲଟିଥିଲା।
ଅଥଚ, ସେ ଏଭଳି ପ୍ରତିଶୃତି ଦେବାର ଅଳ୍ପ କାଳ ପରେ ,
“ଏଭଳି ସରକାରଙ୍କ ଅର୍ଥ ଖାଇଯିବା ଘଟଣାର ପର୍ଦ୍ଦାଫାଶ ହୋଇଥିଲେ ମଧ୍ୟ”ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମ୍ପୂର୍ଣ୍ଣ ନୀରବ ରହି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।
“ଏଭଳି ତୋଷରପାତର ପରିମାଣ ସ୍ୱୟଂ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର,
ମା’ଗଙ୍ଗେଇ ଓ କୁବେର ଇତ୍ୟାଦିଙ୍କୁ ଅଗୋଚର, ଯେହେତୁ ସମ୍ବିଧାନର ସବୁ ଖୁଣ୍ଟିଗୁଡିକର ମହାମହିମଗଣଙ୍କର ଅବସର ଗ୍ରହଣ ପରେ ପୁନଃ ନିଯୁକ୍ତି ଦରକାର।”
“ଜନପ୍ରତିନିଧିମାନେ ଦେଶ ନିକଟରେ ସମ୍ପୂର୍ଣ୍ଣ ଆର୍ଥିକ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ରଖିବାକୁ ବାଧ୍ୟ ହୋଇଥିଲେ ମଧ୍ୟ”, ସେମାନେ
ଆର ତିନୋଟି ଖୁଣ୍ଟର ମହାମହିମଗଣଙ୍କୁ “ପୁନଃ ଥଇଥାନ”ଇତ୍ୟାଦି ଇତ୍ୟାଦି ଲୋଭ ଦେଖାଇବା ଜରିଆରେ କରାୟତ୍ତ କରି ଯାହା କରୁଛନ୍ତି, ତାହା ସର୍ବଜନବିଦିତ।
ବିଶେଷ ଦ୍ରଷ୍ଟବ୍ୟ:- ଅନ୍ୟାନ୍ୟ ମନ୍ତ୍ରୀ ତଥା ବଡ଼ବଡ଼ିଆଙ୍କ ପିଲାମାନେ ବିଦେଶରେ ପାଠ ପଢିବା କଥା ପଛକୁ ଥାଉ, “ଯେଉଁଠି ଖୋଦ୍ କଟ୍ଟରପନ୍ଥୀ ରାଷ୍ଟ୍ରବାଦୀ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କ ପିଲା ବିଦେଶରେ ପାଠ ପଢ଼ୁଛନ୍ତି, ସେଠାରେ ଦେଶର ଶିକ୍ଷା ବ୍ୟବସ୍ଥା ଯାହା, ତାହା ସହଜରେ ଅନୁମେୟ ଓ ପ୍ରଶ୍ନପତ୍ର ପ୍ରଘଟ ହେବା ଅବଧାରିତ ((Must)।
ନେତାଗଣ ଯୋଜନାବଦ୍ଧ ଭାବରେ ସଠିକ ଶିକ୍ଷାବ୍ୟବସ୍ଥାକୁ ଧ୍ଵଂସ କରି,ଯୁବଛାତ୍ର ଗୋଷ୍ଠୀଙ୍କୁ, “ଜିତିବରେ ଜିତିବ, ବିଲୁଆଭାଇ ଜିତିବ”
ରଡିପକା ଦାଦନଶ୍ରମିକରେ ପରିଣତ କରିସାରିଛନ୍ତି ,
“କାଳେ ସଠିକଭାବରେ ଶିକ୍ଷାଦାନ ପାଇଲେ ସେମାନେ ସ୍ୱର ଉତ୍ତୋଳନ କରିବେ” ଭୟରେ, “ଯାହା ଯୁବଛାତ୍ରବର୍ଗ ଯୁଗ ଯୁଗ ଧରି କରି, ଶାସକଙ୍କ କୁକର୍ମର ପ୍ରତିରୋଧ ଆକାରରେ କରୁଥିଲେ।”
ତେଣୁ ତ ମୋଦିଜୀଙ୍କର ଉପରେ ଲିଖିତ ଆହ୍ୱାନର ପ୍ରତିଫଳନ (ଉପରେ ଅଛି) ଉପରେ ଯୁବଛାତ୍ର ବର୍ଗ ନୀରବ।
“ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ବଜରଙ୍ଗବାଲୀ କି-ଜୟ”
କଥା ଟି ହେଉଛି //ଓଡ଼ିଆ ରାଗିଗଲେ ହିନ୍ଦି ଭାଷାରେ କୁହନ୍ତି -ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର
















Leave a Reply