Spread the love

ନୂଆଗଡ ବାଲୁଙ୍କେଶ୍ୱରଙ୍କ ପୀଠରେ ରାଜଦୋଳ ମେଳଣ
ଫୁଲନଖରା ୧୨/୩ (ଦର୍ଶନ ସମୀକ୍ଷା ) କଟକ ମହାନଗର ନିଗମ ୫୮ନଂ ୱାର୍ଡ ଅନ୍ତର୍ଗତ ନୂଆଗଡ ଗ୍ରାମର ବାଲୁଙ୍କେଶ୍ୱର ଙ୍କ ପୀଠରେ ରାଜଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଗ୍ରାମଦେବତୀ ଦୁଲ୍ଲାଦେଇଙ୍କ ମନ୍ଦିର ନିକଟରୁ ମଧ୍ୟାହ୍ନ ୧ ଟାରେ ନୂଆଗଡ଼, ଭାଣପୁର, ଉରାଳି, ସୁଭଦ୍ରାପୁର, ନଛିପୁର, ବଢେଇ ସାହି, ସଇଁନ୍ଧା, ଅମଣିଆଗୋରଡ଼ା, କୋଠସାହି, ଡ଼ାହାଳିଆବାଗ, ଭୀମପୁର ଆଦି ଗ୍ରାମର ୨୪ଟି ଦୋଳ ବିମାନ ରୋଷଣୀ କରି ଆସି ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ହରିହର ଭେଟ ହୋଇ ମନ୍ଦିର ସମ୍ମୁଖ ପଡ଼ିଆରେ ନିର୍ମିତ ବିଜେ ମଣ୍ଡପରେ ବସିଥିଲେ । କଟକ ସଦର ୪୮ ସଂକୀର୍ତ୍ତନ ମଣ୍ଡଳୀ ମହନ୍ତ ବନମାଳୀ ଦାସଙ୍କ ତତ୍ତ୍ଵାବଧାନରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ବିମାନଗୁଡ଼ିକ ଆଗରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଏଠାରୁ ମେଲଣ ସରିବା ପରେ ସଂଧ୍ୟାରେ ଠାକୁର ବିମାନଗୁଡ଼ିକ ରୋଷଣି କରି ଗ୍ରାମର କୁଦସାହିଠାରେ ଥିବା ଭୋଗ ମଣ୍ଡପରେ ବସିଥିଲେ । ନୂଆଗଡ଼ ଗ୍ରାମର ମହନ୍ତ, ଅଧୁକାରୀ, ଗ୍ରାମ୍ୟ କମିଟି ସଭାପତି, ସଂପାଦକ, ଉପଦେଷ୍ଟା ମଣ୍ଡଳୀଙ୍କ ସହିତ ସମସ୍ତ ସଦସ୍ୟ, ବ୍ରାହ୍ମଣ ସମାଜ, ବାରିକ ସମାଜ, ଗ୍ରାମବାସୀ କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *