ବାହାରିନରେ ଓଡ଼ିଆ ପାଳିଲେ ରଜ
ବାହାରିନ :ଦର୍ଶନ ସମୀକ୍ଷା
ବାହାରିନ ର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ , ବାହାରିନ ଓଡ଼ିଆ ସମାଜ ତରଫରୁ ବହୁ ଆଡମ୍ବର ସହକାରେ ରଜ ମଉଜ ଉତ୍ସବ ପାଳନ କରାଯାଇଛି, ଏହି ଅବସରରେ ଓଡ଼ିଶାର ପାରମ୍ପରିକ ପିଠାପଣାକୁ ନେଇ ସ୍ୱତନ୍ତ୍ର ରଜ ପିଠାର ଆୟୋଜନ କରାଯାଇ ଥିଲା , ମହିଳାମାନେ କୁଆଁରୀ ଝିଅ ମାନଙ୍କୁ କୁଙ୍କୁମ ଓ ଅଳତା ଲଗାଇ ବେଶ କରାଇଥିଲେ ,

ମହିଳା ଓ ଝିଅମାନେ ସୁସଜ୍ଜିତ ଦୋଳି ର ମଜା ନେଇଥିଲେ , ସଦସ୍ୟ ମାନେ ଓଡିଶା ମିଠା ପାନର ମଜା ନେବା ସହିତ , କବାଡି , ପୁଚି ଖେଳ ତଥା ସଂସ୍କୁତିକ କାର୍ଯ୍ୟକର୍ମକୁ ମନ ଭରି ଉପଭୋଗ କରିଥିଲେ , ଏହି କାର୍ଯ୍ୟକର୍ମରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ସଦସ୍ୟ ସପରିବାରେ ଯୋଗ ଦେଇ ବିଦେଶ ମାଟିରେ, ଗାଁ ରଜକୁ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ବାହାରିନ ଓଡ଼ିଆ ସମାଜ ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଏବଂ ସମାଜ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ ସମସ୍ତ ଓଡ଼ିଆ ପରିବାରକୁ ରଜ ଶୁଭେଛା ଜଣାଇବ ସହ, ଓଡ଼ିଆ ବାହାରେ ରହି ଓଡ଼ିଆ ପରମ୍ପରାକୁ ଓ ପର୍ବ ପର୍ବାଣୀ ପାଳନ କରିଥିବାରୁ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
Leave a Reply