କଂଗ୍ରେସର ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମ ରେ କେନ୍ଦ୍ର ଉପରେ ବର୍ଷିଲେ ଏ ଆଇ ସି ସି ପ୍ରତିନିଧି
ପଟ୍ଟାମୁଣ୍ଡାଇ ତା ୨୨/୭-ଦର୍ଶନ ସମୀକ୍ଷା
ସମ୍ପ୍ରତି ନୂଆଦିଲ୍ଲୀ ଠାରେ ନିଟ ପ୍ରଶ୍ନପତ୍ର ଲିକ ପ୍ରତିବାଦର ଜୋରଦାର ହରତାଳ ଚାଲିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ଝଲକ ଦେଖିବାକୁ ମିଳିଛି I କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ କଂଗ୍ରେସ ପକ୍ଷରୁ ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ଏକ ବିରାଟ ଛାତ୍ର ସମାବେଶରେ କେନ୍ଦ୍ର ଉପରେ ବର୍ଷିଲେ ଏ ଆଇ ସି ସି ପ୍ରତିନିଧି ଓ ରାଜ୍ୟ ତଥା ଜିଲ୍ଲା କଂଗ୍ରେସ ନେତୃମଣ୍ଡଳୀ I ସର୍ବଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ୧୫ନଂ ୱାର୍ଡ କାଉନସିଲର ବଳିଷ୍ଠ ଯୁବନେତୃତ୍ୱ ସମ୍ରାଟ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ବିରାଟ ଛାତ୍ର ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟି ( ଏ ଆଇ ସି ସି ପ୍ରତିନିଧି ଜି ରୁଦ୍ର ରାଜୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାର ଦେଶର ଆଗାମୀ ଭବିଷ୍ୟତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି I କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତି ଓ ଦାୟିତ୍ୱହୀନ କାର୍ଯ୍ୟକ୍ରମ ଯୋଗୁଁ ବାରମ୍ବାର ନିଟ ପ୍ରଶ୍ନପତ୍ର ଲିକ ହୋଇ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି I ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏ ଆଇ ସି ସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଏ ଆଇ ସି ସି ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିଟ ପ୍ରଶ୍ନ ପତ୍ର ଲିକ ପ୍ରତିବାଦରେ ଆନ୍ଦୋଳନରତ ଛାତ୍ରଛାତ୍ରଙ୍କ ଉପରେ ପୋଲିସର ଲାଠି ଚାଳନା ଘଟଣାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ କରିବାବେଳେ ପୋଲିସ ମାଡ଼ରେ ଆହତ ହୋଇଛନ୍ତି I ରାହୁଲଙ୍କ ସପକ୍ଷରେ ଦେଶର ଯୁବଛାତ୍ର ମାନେ ଠିଆ ହୋଇଛନ୍ତି Iଦେଶର ଛାତ୍ର ଓ ଯୁବ ଶକ୍ତି ସପକ୍ଷରେ କଂଗ୍ରେସ ଦଳ ରହିଛି I କେନ୍ଦ୍ର ସରକାର ଛାତ୍ର ଓ ଯୁବକଙ୍କ ସହିତ ପ୍ରତାରଣା, ମହିଳା ନିର୍ଯ୍ୟାତନା, କୃଷକ ଶ୍ରମିକ ଶୋଷଣ ଆକାଶ ଛୁଆଁ ଦରଦାମ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି I କେନ୍ଦ୍ର ସରକାରଙ୍କ ଯୁବ ଛାତ୍ର ଓ ଜନମାରଣ ନୀତି ବିରୋଧରେ ଆଗାମୀ ଦିନରେ ଯୁବଛାତ୍ରଙ୍କୁ ନେଇ ଦେଶ ବ୍ୟାପି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବା ସହିତ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଷୟରେ ମତ ବିନିମୟ କରିଥିଲେ I ଏହି କାର୍ଯ୍ୟକ୍ରମରେ ଏ ଆଇ ସି ସି ପୂର୍ବତନ ସମ୍ପାଦକ ପୂର୍ବତନମନ୍ତୀ ଶରତ ରାଉତ, ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲ୍ଲିକ ଓ ଚିନ୍ମୟ ବେହୁରା ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମା,ଜିଲ୍ଲା କଂଗ୍ରେସ ଓ ବି ସି ଅଧକ୍ଷ ମଳୟ ଦାସ, ନଗର କଂଗ୍ରେସ ସଭାପତି ତପନ ପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାପତି
ଇପ୍ସିତା ନାୟକ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ ଭାଗୀରଥୀ ଜେନା ଆଳି ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ବେହେରା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ସେଠୀ ସଞ୍ଜୟ ରାଉତ ଗୌରାଙ୍ଗ ସ୍ୱାଇଁ ବନମାଳୀ ସ୍ୱାଇଁ ପ୍ରମୁଖ ବହୁ କଂଗ୍ରେସ ନେତା କର୍ମକର୍ତ୍ତା ଯୁବ ଛାତ୍ର ମାନେ ଯୋଗ ଦେଇଥିଲେ I












Leave a Reply