Spread the love

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସର୍ପାଘାତ ପ୍ରତିରୋଧ ଓ ସୁରକ୍ଷା ସଚେତନତା
ଖଜୁରିଆ କଟା ୨୨/୭ ଦର୍ଶନ ସମୀକ୍ଷା
ଟାଟା ଷ୍ଟିଲ ମେରାମଣ୍ଡଳୀ ଟାଉନସିପ୍‌ରେ ଏକ “ସର୍ପାଘାତ ପ୍ରତିରୋଧ ଏବଂ ସୁରକ୍ଷା ସଚେତନତା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ବାସିନ୍ଦା, କମ୍ପାନୀ କର୍ମଚାରୀ ଓ ପରିବାରବର୍ଗଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଘର ଓ କାର୍ଯ୍ୟକ୍ଷେତ୍ରରେ ସର୍ପାଘାତରୁ ରକ୍ଷା ପାଇବାର ଉପାୟ, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ପଦକ୍ଷେପ ସମ୍ପର୍କରେ ଲୋକମାନଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ‘ସ୍ନେକ୍ ହେଲ୍ପ ଲାଇନ୍‌’ର ସାଧାରଣ ସମ୍ପାଦକ ତଥା ସମାଜସେବୀ ଓ ବିଶେଷଜ୍ଞ ଭାବେ ଶ୍ରୀ ଶୁଭେନ୍ଦୁ ମଲ୍ଲିକ ଯୋଗଦେଇ ସାପ ଉଦ୍ଧାର, ସଂରକ୍ଷଣ ଏବଂ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀ ମଲ୍ଲିକ, ମଣିଷ ଓ ସାପ ମଧ୍ୟରେ ସହାବସ୍ଥାନର ବାର୍ତ୍ତା ପ୍ରଚାର କରି ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସାପ ଚିହ୍ନିବା, ପ୍ରତିଷେଧକ ବ୍ୟବସ୍ଥା, ସର୍ପାଘାତକୁ ନେଇ ରହିଥିବା ଅନ୍ଧବିଶ୍ୱାସ ଓ ସଠିକ୍ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ବୁଝାଇଥିଲେ।
ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀର ଏଚ୍‌ଆର୍‌ବିପି ଚିଫ୍ ପ୍ରଶାନ୍ତ କୁମାର ନନ୍ଦ, କର୍ପୋରେଟ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା ଏବଂ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ୨୫୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ରହି ସାପକାମୁଡ଼ା ସମୟରେ କେଉଁ କେଉଁ ଦିଗ ଉପରେ ଗୁରତ୍ୱ ଦିଆଯିବା ଆବଶ୍ୟକ, ସେ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ କରିଥିଲେ। ‘ସ୍ନେକ୍ ହେଲ୍ପ ଲାଇନ୍‌’ର ସାଧାରଣ ସମ୍ପାଦକ ଶ୍ରୀ ମଲ୍ଲିକ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ।
ସର୍ପାଘାତଜନିତ ସାମାଜିତ ସଚେତନତା ସୃଷ୍ଟି କରିବା ଦିଗରେ ଟାଟା ଷ୍ଟିଲ ମେରାମଣ୍ଡଳୀର ଏହିଭଳି ଏକ ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ଓ କର୍ମଚାରୀମାନେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *