ବଡବିଲ // ଏସ୍‌ଆଇ ଦେବାଶିଷ ରାଉଳଙ୍କ ଜାଲରେ ଧରାପଡ଼ିଲେ ୪ ବ୍ରାଉନ୍ ସୁଗାର୍ ସପ୍ଲାୟର ଓ ୨ ପେଡ୍‌ଲର ।୩୪ ଗ୍ରାମ ବ୍ରାଉନ ସୁଗାର, ନଗଦ ୫୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ ଫୋନ୍ ଜବତ୍ ।

Spread the love

ଧରାପଡ଼ିଲେ ୪ ବ୍ରାଉନ୍ ସୁଗାର୍ ସପ୍ଲାୟର ଓ ୨ ପେଡ୍‌ଲର ।
୩୪ ଗ୍ରାମ ବ୍ରାଉନ ସୁଗାର, ନଗଦ ୫୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ ଫୋନ୍ ଜବତ୍ ।

ଦର୍ଶନ ସମୀକ୍ଷା, ବଡ଼ବିଲ
21/07/2025

ବଡବିଲ ପୋଲିସର ବଡ଼ ସଫଳତା। ଆନ୍ତଃରାଜ୍ୟ ବ୍ରାଉନ ସୁଗାର ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରି ୬ ଜଣଙ୍କୁ ଗିରଫ କରିବା ସହିତ
ସେମାନଙ୍କ ନିକଟରୁ ୩୪ ଗ୍ରାମ ବ୍ରାଉନ ସୁଗାର, ନଗଦ ୫୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ ଫୋନ୍ ଜବତ୍ ହୋଇଛି ।

ସୂଚନା ଅନୁଯାଇ ଗତକାଲି ଏସ୍‌ଆଇ ଦେବାଶିଷ ରାଉଳଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଭଦ୍ରାସାହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମୁଣ୍ଡାସାହି ଜଙ୍ଗଲ ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ପରେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ୪ ଜଣ ସନ୍ଦିଗ୍ଧଙ୍କୁ ପୋଲିସ୍ କାବୁ କରି ସେମାନଙ୍କ ନିକଟରୁ ୩୪ ଗ୍ରାମ ବ୍ରାଉନ ସୁଗାର, ନଗଦ ୫୦ ହଜାର ଟଙ୍କ, ଏକ ବାଇକ୍ ଓ ମୋବାଇଲ ଫୋନ ଜବତ କରାଯାଇଥିଲା। ପରବର୍ତ୍ତୀ ତଦନ୍ତରେ ଏହି ରାକେଟ୍ ସହ ସମ୍ପୃକ୍ତ ୨ ଜଣ ପେଡଲର୍ ଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ଅଭିଯୁକ୍ତମାନେ ରହି ଥିବାରୁ ଏହା ଏକ ଆନ୍ତଃରାଜ୍ୟ ରାକେଟ୍ ଥିବା ସ୍ପଷ୍ଟ ହୋଇଛି।

ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଏହି ନିଶା ଦ୍ରବ୍ୟର ଉତ୍ସ ଓ ଏହି ରାକେଟ୍ ସହ ଜଡିତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ୍ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *