Spread the love

ଚିନ୍ତଲୱାଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଦିବସ ଓ ଆଲୁମିନି ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି (ଦର୍ଶନ ସମୀକ୍ଷା) ଜିଲ୍ଲା ଚିନ୍ତଲୱାଡା ସଦର ପଞ୍ଚାୟତ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଓ ଆଲୁମିନି ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଅତିଥିମାନଙ୍କ ଦ୍ଵାରା ଗଜାନନ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ବିଦ୍ୟାଳୟ ସମ୍ବନ୍ଧରେ ଏବଂ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ସଭାପତି ଦେବ ପ୍ରସାଦ ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଧାଂଶୁ ଶେଖର ମହାନ୍ତି ଏବଂ ସାମ୍ବାଦିକ ମନୋଜଦେବ ପାଙ୍ଗି ଯୋଗ ଦେଇଥିଲେ। ଏଥିସସମେତ ଏସଏମ୍ସି ଉପ ସଭାପତି ଗୁରୁ ଖାଡା ଏବଂ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଦାମୋଦର ଖିଲ ମଞ୍ଚାସୀନ ଥିଲେ। ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ଯାଏଁ ଅଧ୍ୟୟନରତ ଛାତ୍ରଛାତ୍ରୀ ଗତ ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସମେତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯାଇଥିଲା। ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୦୨୦ ମସିହାର ଦଶମ ଶ୍ରେଣୀ ଆଲୁମିନି ଛାତ୍ର ଚୈତ୍ୟନ୍ୟ ଗୌଡ଼ କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ତେବେ ଚୈତ୍ୟନ୍ୟ ନିଜ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଅହରହ କାର୍ଯ୍ୟ କରୁଥିବା ସହ ୮୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ସକାଳ ଏବଂ ସନ୍ଧ୍ୟା ସମୟରେ ଏକ ପରିତ୍ୟକ୍ତ ଗୃହରେ ଶିକ୍ଷାଦାନ କରୁଥିବା ହେତୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡିଛି। କାର୍ଯ୍ୟକ୍ରମ ପରେ ୫ଟି ଅଧୀନରେ ବିଦ୍ୟାଳୟର କାର୍ଯ୍ୟ ନ ହୋଇ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ବରିଷ୍ଠ ସାମ୍ବାଦିକ ଶ୍ରୀ ଦାସ ଦେଖିଥିଲେ। ଏନେଇ ସେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ବିଦ୍ୟାଳୟ ର ବିକାଶ ଦିଗରେ ସାହାର୍ଯ୍ୟ ମଧ୍ୟ କରିବେ ବୋଲି ବିଦ୍ୟାଳୟ କତ୍ତୃପକ୍ଷ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed